୨୦୪୭ ସୁଦ୍ଧା ସମସ୍ତଙ୍କୁ ବୀମା

ଭୁବନେଶ୍ୱର: ୨୦୪୭ ସୁଦ୍ଧା ସମସ୍ତଙ୍କୁ ବୀମାଭୁକ୍ତ କରାଯିବ  । ଏହି ଲକ୍ଷ୍ୟ ନେଇ ରାଜ୍ୟ ସରକାର ସ୍ୱତନ୍ତ୍ର ରଣନୀତି କରିଛନ୍ତି  । ଆଜି ଭାରତୀୟ ବୀମା ନିୟାମକ ଏବଂ ବିକାଶ ପ୍ରାଧିକରଣର ସଦସ୍ୟ ସଚିବ ସତ୍ୟଜିତ ତ୍ରିପାଠୀ, ଉନ୍ନୟନ କମିଶନର ଅନୁ ଗର୍ଗଙ୍କୁ ଭେଟିଛନ୍ତି । ଜାତୀୟ ହାର ତୁଳାନରେ ରାଜ୍ୟରେ ବୀମା ହାର କମିଯାଇଥିବାରୁ ୨୦୪୭ ସୁଦ୍ଧା ସମସ୍ତଙ୍କ ପାଇଁ ବୀମା ଲକ୍ଷ୍ୟ ପୂରଣ ଦିଗରେ ଆଲୋଚନା ହୋଇଥିଲା  । ଖୁବଶୀଘ୍ର ସମସ୍ତ ଅଂଶୀଦାରଙ୍କ ସହଯୋଗରେ ପ୍ରଥମ ରାଜ୍ୟସ୍ତରୀୟ ବୀମା କମିଟିର ବୈଠକ ଆୟୋଜନ କରିବାକୁ ଯୋଜନା ପ୍ରସ୍ତୁତ କରାଯାଇଥିଲା  ।