କର୍ମୀଙ୍କ ଠାରୁ ମତ ଲୋଡିଲେ ସର୍ବେଶ୍ୱର

କର୍ମୀଙ୍କ ଠାରୁ ମତ ଲୋଡିଲେ ସର୍ବେଶ୍ୱର

 ଯାଜପୁର : ଧର୍ମଶାଳାର ଅନ୍ୟତମ ବିଜେପି ନେତା ସର୍ବେଶ୍ୱର ବେହୁରାଙ୍କୁ ଦଳ ନିରାଶ କରିବା ପରେ ସାଂପ୍ରତିକ ପରିସ୍ଥିତି ଉପରେ ସମର୍ଥକଙ୍କ ସହ ଆଲୋଚନା କରିଛନ୍ତି । ଶନିବାର ଜରକାସ୍ଥିତ ପ୍ରୟାଗ ମଣ୍ଡପରେ ନିଜ ସମର୍ଥକଙ୍କୁ ଏକାଠି କରି ସାଂପ୍ରତିକ ପରିସ୍ଥିତିରେ କଣ ଆଭିମୁଖ୍ୟ ରହିବ ତାହାକୁ ନେଇ ମତ ଲୋଡିଥିଲେ ।  ବିଜେପି ବିଧାୟକ ପ୍ରାର୍ଥୀନୀ ସ୍ମୃତିରେଖା ପହିଙ୍କ କାର୍ଯ୍ୟ ଶୈଳୀକୁ ଅନୁଧ୍ୟାନ କରି ସେ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତ ରାୟଙ୍କୁ ଟକ୍କର ଦେବାରେ ସମର୍ଥ ହେବେନି ଏବଂ ଶ୍ରୀ ବେହୁରା ଯାହା ନିଷ୍ପତ୍ତି ନେବେ ଆମେ ତାଙ୍କ ସହିତ ରହିବୁ ବୋଲି କର୍ମୀ ମାନେ ମତ ରଖିଥିଲେ । ଧର୍ମଶାଳା ପଶ୍ଚିମରେ କଳାପଥର ଓ ପୂର୍ବରେ ନଦୀ ବାଲି ପରି ପର୍ଯ୍ୟାପ୍ତ ଖଣିଜ ସମ୍ପଦ ଭରି ରହିଛି । ଦୁର୍ନୀତି ଗ୍ରସ୍ତ ସରକାର ଓ ପ୍ରଶାସନ ଏହି ଖଣିଜ ସମ୍ପଦ ଲୁଟ୍ କରି ଧର୍ମଶାଳାକୁ ଶ୍ରୀ ହିନ କରିବାକୁ ବସିଛି । ଧର୍ମଶାଳାର ସ୍ୱାଭିମାନ ଓ ଅସ୍ମିତା ପାଇଁ ଦୀର୍ଘ ତିନି ଦଶନ୍ଧି ଧରି ଦୁର୍ନୀତି ବିରୁଦ୍ଧରେ ସଂଗ୍ରାମ କରି ଆସିଛି । ଯେଉଁଥି ପାଇଁ ସରକାରୀ ଦଳ ଓ ପ୍ରାଶାସନିକ କଳର ଆକ୍ରୋଶ ଶିକାର ହେବାକୁ ପଡ଼ିଛି । ଜୀବନରୁ ମାରିଦେବା ପାଇଁକୁ ଚକ୍ରାନ୍ତ କରି ବୋମା ମାଡ଼ କରିବା ହେଉ କିମ୍ବା ଜେଲ୍ରେ ପୁରେଇବା ଘଟଣା ହେଉ ସବୁ ସହି ପୁଣି ସଂଗ୍ରାମ ଜାରି ରଖିଛି ଧର୍ମଶାଳା ବାସୀଙ୍କ ପାଇଁ ବୋଲି ସର୍ବେଶ୍ୱର କହିଥିଲେ । ସୁନ୍ଦରିଆ ପଞ୍ଚାୟତ ସଭାପତି ସୁବାଷ ସେଠୀ, ରାଜେନ୍ଦ୍ର ବରାଳ, ପ୍ରଭାସ ବରାଳ, ଶିପ୍ରା ସାହୁ, ଅଞ୍ଜଳି ଘଡ଼େଇ, ସତ୍ୟଭାମା ସାହୁ, କ୍ଷେତ୍ରବାସୀ ନାୟକ, ବଳରାମ ଦାସ, ବୁଲୁ ଦାସ, କୁଳମଣି ମଲ୍ଲିକ, ଅଭୟ ସାହୁ, କୀର୍ତ୍ତନ ଜେନା, ରାଜେଶ ଗୋଚ୍ଛାୟତ, ରାଜେଶ ମଲ୍ଲିକ, ଦାଶରଥି ସାହୁ, ବିଜୟ ଦାସ, ସସ୍ମିତା ପଣ୍ଡା, ଅଭିନଶ ଜେନା ପ୍ରମୁଖଙ୍କ ସହିତ ଶତାଧିକ ବିଜେପି କର୍ମୀ ଉପସ୍ଥିତ ରହିଥିଲେ ।