କେନ୍ଦୁଝର ସରକାରୀ ଯାନ୍ତ୍ରୀକ ମହାବିଦ୍ୟାଳୟରେ ରାଗିଂ

  କେନ୍ଦୁଝର: କେନ୍ଦୁଝର ସରକାରୀ ଯାନ୍ତ୍ରୀକ ମହାବିଦ୍ୟାଳୟରେ ରାଗିଂ ନାଁରେ ଭୟଙ୍କର ନିର୍ୟାତନା । ରାତି ଅଧରେ ଜଣେ ଜୁନିୟର ଛାତ୍ରଙ୍କୁ ଠେଙ୍ଗା ଓ ଲୁହା ରଡରେ ନିର୍ଧୂମ ପିଟିଲେ ସିନିୟର ଛାତ୍ର।  ଗୁରୁତର ଛାତ୍ରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ପୀଡ଼ିତ ଛାତ୍ରଜଣକ ଦ୍ଵିତୀୟ ବର୍ଷର ମାଇନିଂ ଛାତ୍ର ବିଶ୍ଵଜିତ ବେହେରା ବୋଲି ଜଣାଯାଇଛି। ତାଙ୍କୁ ୫ ସିନିୟର ଛାତ୍ର ମାଡ଼ ମାରି ଲହୁଲୁହାଣ କରିଥିବା ଅଭିଯୋଗ ହୋଇଛି। ବିଶ୍ଵଜିତଙ୍କ ଅଭିଯୋଗ ଅନୁଯାୟୀ, ଗତ ରାତି ପ୍ରାୟ ୨ ଟା ୩୦ ସମୟରେ ତୃତୀୟ ବର୍ଷର ୫ ଜଣ ଛାତ୍ର କବାଟ ବାଡ଼େଇଥିଲେ। କବାଟ ନ ଖୋଲିବାରୁ ସେମାନେ ତାହାକୁ ଭାଙ୍ଗି ଭିତରେ ପଶିଥିଲେ। ଏହାପରେ ସେମାନେ ବିଶ୍ୱଜିତଙ୍କୁ ରଡ଼ ଓ ଠେଙ୍ଗାରେ ପ୍ରବଳ ମାଡ଼ ମାରିଥିଲେ। ଛାଡ଼ିଦେବାକୁ ବିଶ୍ୱଜିତ ଗୁହାରି ହେଉଥିଲେ ବି ସେମାନେ ତରଳି ନ ଥିଲେ।