ଛାତ୍ରଛାତ୍ରୀଙ୍କୁ ବିଦାୟୀ ସମ୍ବର୍ଦ୍ଧନା
ବଡ଼ସାହି : ସ୍ଥାନୀୟ ବଡ଼ସାହି ପଂଚାୟତ ସମିତି ମହାବିଦ୍ୟାଳୟର ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ତୃତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ମେଲାଣି ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀ ବିଦାୟୀ ଛାତ୍ରଛାତ୍ରୀଙ୍କୁ ମେଲାଣି ଦେବା ପୂର୍ବକ ସଙ୍ଗୀତ ଗାନ କରିଥିଲେ । କଲେଜର ଭାରପ୍ରାପ୍ତ ଅଧକ୍ଷ ଫକୀର ଚରଣ ସାହୁ ଅଧ୍ୟକ୍ଷତା କରିବା ସହ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସଫଳତା କାମନା ବକ୍ତବ୍ୟ ମାଧ୍ୟମରେ କରିଥିଲେ । ଅତିଥି ଭାବେ ପ୍ରାଣୀବିଜ୍ଞାନ ବିଭାଗ ମୁଖ୍ୟ ଡ. ଜୀବନ କୁମାର ପଣ୍ଡିତ, ଓଡ଼ିଆ ବିଭାଗ ମୁଖ୍ୟ ସଞ୍ଜୟ କୁମାର ଜେନା, ଅଧ୍ୟାପିକା ଡ. ରିତୁ ଲତା ବିଶ୍ୱାଳ, ଅଧ୍ୟାପକ ଶ୍ରବଣ କୁମାର ମହାପାତ୍ର, ଅଧ୍ୟାପିକା କ୍ରିଷ୍ଣା ବେହେରା, ଦିବ୍ୟାନୀ ବେହେରା ପ୍ରମୁଖ ଯୋଗ ଦେଇଥିଲେ । ଏହି ଉପଲକ୍ଷେ ତୃତୀୟ ବର୍ଷର ଛାତ୍ରଛାତ୍ରୀ ନିଜ ନିଜର ସ୍ମୃତି ବାଣ୍ଟିଥିଲେ । ଶେଷରେ ଓଡ଼ିଆ ବିଭାଗ ଛାତ୍ର ସୌମିକ ଭୂୟାଁ ଧନ୍ୟବାଦ ଦେଇଥିଲେ ।