ରାହସ ପୂର୍ଣିମା ପାଳିତ
ଟମକା: ଟମକା ଗୌରହରୀ ଭକ୍ତବୃନ୍ଦ ଅନୁଷ୍ଠାନ ତରଫରୁ ରାହାସ ପୂର୍ଣିମା ଉତ୍ସବପାଳିତ ହୋଇଯାଇଛି । ଟମକା ଶ୍ରୀରାମ ଯୁବକ ସଂଘ ପ୍ରାଙ୍ଗଣରେ ଶିକ୍ଷାବିତ୍ ବାବାଜି ଚରଣ ଜେନାଙ୍କ ସଂଚାଳନରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ବରିଷ୍ଠ ଶିକ୍ଷାବିତ୍ ଭକ୍ତ ବଲ୍ଲଭ ଧୀର ଅତିଥି ଭାବେ ଯୋଗଦାନ କରି ଶୁଭାରମ୍ଭ କରିଥିଲେ । ୪ଦିନ ଧରି ଚାଲିବାକୁ ଥିବା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ପ୍ରଥମ ଦିନରେ ବରିଷ୍ଠ ପ୍ରବଚକ ଶ୍ରୀନିବାସ ଅଚାର୍ଯ୍ୟ ଓ ସାଥିଙ୍କ ଦ୍ୱାରା ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆଖାପାଖ ଅଂଚଳର ଶତାଧିକ ଶ୍ରୋତାମଣ୍ଡଳି ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ ଉପଭୋଗ କରିଥିଲେ । ଏହି ଅବସରରେ ସ୍ଥାନୀୟ ଅଂଚଳର ୩୦ରୁ ଉର୍ଦ୍ଧ ବୈଜ୍ୟଷ୍ଠ ମହିଳା ପୁରୁଷଙ୍କୁ ଅନୁଷ୍ଠାନ ତରଫରୁ ସମ୍ବନ୍ଧନା ପ୍ରଦାନ କରାଯାଇଥିଲା । ସାମ୍ବାଦିକ ନରୋତ୍ତମ ବେହେରା, ଅନିଲ୍ କୁମାର ଦାସ, ଅବତାର ଅଲ୍ଲୀ ପ୍ରମୁଖ ଏହିି ସମ୍ବର୍ଦ୍ଧନା ଉତ୍ସବରେ ଉପସ୍ଥିତ ରହି ସମ୍ବର୍ଦ୍ଧିତ କରିଥିଲେ । ଅନୁଷ୍ଠାନ ତରଫରୁ ଅଜିତ୍ କୁମାର ରଥ, ଅଶିତ୍ କୁମାର ରଥ, ଅମିତ୍ ରଥ, ଆଶୁତୋଷ ରଥ, ରଂଜନ କୁମାର ସାହୁ, ବିଜୟ କୁମାର ବାରିକ୍, ଶିଦ୍ଧାର୍ଥ କୁମାର ରାଉତ, ପ୍ରଭୁଦତ୍ତ ବେହେରା, ନାରାୟଣ ସାହୁ, ପ୍ରଫୁଲ କୁମାର ରାଉତ, ନିରଂଜନ ଦ୍ୱିବେଦୀ, ରଂଜନ କୁମାର ଦ୍ୱିବେଦୀ, ସନ୍ତୋଷ କୁମାର ସାହୁ, ଜଗା ଦାସ, ସିପୁନ୍ ମହାନ୍ତ, ଶହଦେବ ଓଝା, ଚିତ୍ତରଂଜନ ବାରିକ୍ , ପଦ୍ମନାଭ ରଥ, ବୁଦ୍ଧିରାମ ବେହେରା, ଶୁଶାନ୍ତ ମହାନ୍ତ, କାର୍ତ୍ତିକ ମହାନ୍ତ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।