ଭାରତ ହିଁ ଆମର ଆତ୍ମା ଓ ଜୀବନ
ଭାରତୀୟ ମୁକ୍ତି ସଂଗ୍ରାମର ଅନ୍ତିମ ପର୍ଯ୍ୟାୟରେ ଦେଶର ଯେଉଁ ସ୍ୱାଧୀନତା ସୋ÷ଧଟି ନିର୍ମାଣ ହେବାକୁ ଗଲା ତାହା ତକ୍ରାଳୀନ ଅବକାଶରେ ଦୁଇଟି ସ୍ତମ୍ଭ ଉପରେ ମୁଖ୍ୟତଃ ନିର୍ଭରଶୀଳ ଥିଲା । ପ୍ରଥମଟି ହେଲା ପକ୍ଷପାତବିହୀନ ସମାନ ଅଧିକାରବାଦ, ଅନ୍ୟଟି ହେଲା ଧର୍ମ ନିରପେକ୍ଷବାଦ । ତକ୍ରାଳୀନ ପରିପ୍ରେକ୍ଷୀରେ ଆଶା କରାଯାଉଥିଲା ଯେ ଏହା ଅତ୍ୟନ୍ତ ସହଭାଗୀମୂଳକ ଉପାଦାନ ଯାହାକି ଭାରତ ବର୍ଷର ବହୁ ବୁଦ୍ଧିଜୀବୀ ଓ ବିଦ୍ୱାନମାନେ ସେ ସମୟରେ ସ୍ୱାଗତ କରିଥିଲେ । ଉପରୋକ୍ତ ବଳିଷ୍ଠ ଉଦ୍ୟମକୁ ଅର୍ଥନୈତିକ, ଧାର୍ମିକ ଓ ଜାତିଆଣ କ୍ଷେତ୍ରରେ ସର୍ବନିମ୍ନ ସ୍ତରରେ ରହୁଥିବା ନିୟୁତ ମଣିଷ ଅତି ଆନନ୍ଦରେ ଗ୍ରହଣ କରୁଥିଲେ । ତକ୍ରାଳୀନ ବାତାବରଣକୁ ଆପଣାର କରିନେଇ ଦେଶ ଏକ ପରିକଳ୍ପନାର ଆଶ୍ରୟ ନେଲା, ଯେଉଁଥିରେ ସ୍ୱତଃସ୍ପୂର୍ତ୍ତ ଭାବରେ ବହୁ ଧର୍ମ, ବହୁ ଭାଷା ଓ ବିବିଧ ସଂସ୍କୃତିର ଅପୂର୍ବ ମିଶ୍ରଣରେ ଗୋଟାଏ ଅପୂର୍ବ ସୁଯୋଗ ସୃଷ୍ଟି ହୋଇଯାଇଥିଲା । ମୋ÷ଳିକ ନୀତିର ପ୍ରାଥମିକ କର୍ତ୍ତବ୍ୟ ରହିଲା,ଗୋଟିଏ ଲୋକର ଗୋଟିଏ ଭୋଟ । ପ୍ରକୃତ ପକ୍ଷେ ଯଦି ଏହି ମୋ÷ଳିକ ଅଧିକାର ଗୋଟିଏ ମୂଲ୍ୟବୋଧ, ପକ୍ଷପାତ ବିହୀନ ମର୍ଯ୍ୟାଦା, ସାମାଜିକ ନ୍ୟାୟ ଦେଇପାରିଥାନ୍ତା ତେବେ ଆମେ ଏକ ବାସ୍ତବ ଗଣତାନ୍ତ୍ରିକ ଧର୍ମ ନିରପେକ୍ଷ ଜାତି ଭାବେ ପ୍ରତିଷ୍ଠିତ ହୋଇପାରିଥାନ୍ତୁ ।
ସ୍ୱାଧୀନତା ପ୍ରାପ୍ତିର ଆଦ୍ୟ ପର୍ବରେ ବହୁ ପ୍ରଭାବଶାଳୀ, ସ୍ୱାଧୀନତା ସଂଗ୍ରାମୀ ଚିନ୍ତା କଲେ ଯେ ଭାରତ ବର୍ଷର ପୁରାତନ ଗୋ÷ରବମୟ ନୀତି, ଆଦର୍ଶ ଓ ମୂଲ୍ୟବୋଧକୁ ଯଦି ପୁନରୁଦ୍ଧାର କରାନଯାଏ ତେବେ ବିଦେଶୀ ସଭ୍ୟତାର ଆଭରଣରେ ଦେଶର ମାନବୀୟ ମୂଲ୍ୟବୋଧ ବିକୃତ ହୋଇଯିବ, ଅଥବା ବିଲୋପ ହୋଇଯିବ । ସେଥିପାଇଁ ପ୍ରଥମ ପର୍ଯ୍ୟାୟରେ ଦେଶର ଗୋ÷ରବମୟ ଉଚ୍ଚସ୍ତରରେ ପହଞ୍ଚାଇବା ପାଇଁ ଉଦ୍ୟମ ଆରମ୍ଭ ହେଲା । ଏଥି ସହିତ ସଂଯୋଗ ହେଲା ନୂଆ କରି ଭାରତ ବର୍ଷକୁ ଗଠନ କରିବା ଏବଂ ବିକାଶର ନୂତନ ଉନ୍ମାଦନାର ଉନ୍ମେଷକୁ ତ୍ୱରାନ୍ୱିତ କରାଇବା ଲକ୍ଷ୍ୟରେ ଅଗଣିତ ମଣିଷଙ୍କ ଚିନ୍ତା ଓ ଚେତନାକୁ ଏକତ୍ର କରି ଦାରି୍ରଦ୍ୟତାକୁ ବିଲୋପ କରିବାର ଗୋଟିଏ ଦୁର୍ବାର ସ୍ୱପ୍ନ । ସେହି ଅସୀମ ସମ୍ଭାବନାର ସମୟ ଥିଲା ସେତେବେଳର ସର୍ବାଧିକ ମାନବୀୟ ମୂଲ୍ୟବୋଧ । ଅତିରିକ୍ତ ଆତ୍ମବିଶ୍ୱାସ ଓ ଅତ୍ୟଧିକ ପ୍ରତ୍ୟାଶାର ଗୋଟିଏ ସ୍ୱର୍ଣ୍ଣିମ ଝଲକ ଉପରେ ପ୍ରତିଷ୍ଠିତ ।
କିନ୍ତୁ ଦୁର୍ଭାଗ୍ୟର ବିଷୟ କାଳକ୍ରମେ ଉପରୋକ୍ତ ଚିନ୍ତା ଚେତନା ଗୁଡିକ ଭାରତୀୟ ନେତୃମଣ୍ଡଳିର ମାନସିକତାରୁ କ୍ଷିପ୍ର ଗତିରେ ପ୍ରାୟ ଲୋପ ପାଇବାକୁ ଆରମ୍ଭ କଲା । ଗାନ୍ଧିଙ୍କର ବିଚାର ଧାରା, ଆଦର୍ଶ ମାନବବାଦର ଚିନ୍ତାଧାରାକୁ ଆଉ ଅର୍ଦ୍ଧାଧିକ ଆଗଧାଡିର ନେତୃବୃନ୍ଦ ବିବେଚନା କଲେ ନାହିଁ । ବିପର୍ଯ୍ୟୟର ଉତ୍ତାଳ ତରଙ୍ଗ ଏପରି ଭାବରେ ଅର୍ଦ୍ଧାଧିକ ନେତୃମଣ୍ଡଳିଙ୍କ ମାନସିକତାରେ ସଂକ୍ରମିତ ହେବାକୁ ଲାଗିଲା ଯେ ଏହାର ପରିଣାମ ସ୍ୱରୂପ ଆଜି ଭାରତ ବର୍ଷର ଯେଉଁ ଦିଗକୁ ଚାହିଁବ ସବୁ ଆଡେ ଚାଲିଛି ଶୋଷଣର ତାଣ୍ଡବ ନୃତ୍ୟ । ବିପର୍ଯ୍ୟସ୍ତ ଭରା ଏହି ମାତୃଭୂମିର ମାର୍ମିକ ଦହନକୁ ଶାନ୍ତ କରାଇବ କିଏ ? ତମାମ ଦେଶଟା ସାରା ବିପର୍ଯ୍ୟସ୍ତର କମ୍ପନ ଶୁଭୁଥିଲେ ବି କିଛି ମାନବୀୟ ମୂଲ୍ୟବୋଧକୁ ବିଶ୍ୱାସ କରୁଥିବା ଆଦର୍ଶ ସ୍ଥାନୀୟ ମଣିଷମାନେ ଏବେ ବି ବଞ୍ଚôଛନ୍ତି ଯେଉଁମାନଙ୍କର ମହାନ କର୍ତ୍ତବ୍ୟ ପାଇଁ ଦେଶଟା କୋ÷ଣସି ମତେ ବଞ୍ଚô ରହିଛି । ନଚେତ କେବେଠାରୁ ଭାରତ ବର୍ଷର ଅସ୍ତିତ୍ୱ ଲୋପ ପାଇଯାଆନ୍ତାଣି ।
ତେବେ ଏହି ଐତିହାସିକ ପୁଞ୍ଜିଭୂତ ଅସନ୍ତୋଷ ଓ ଭ୍ରଷ୍ଟାଚାରକୁ ଆମେ କେଉଁଠାରୁ ଆରମ୍ଭ କରିବା ? ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧି ଏକଦା ଏକ ଜନସାଧାରଣଙ୍କ ସଭାରେ ନିଜର ଗଭୀର ଦୁଃଖର ସହିତ କହିଲେ ଯେ କେନ୍ଦ୍ର ସରକାର ଯଦି ଦିଲ୍ଲୀରୁ ଲୋକଙ୍କ ଉନ୍ନତି କ୍େଳ୍ପ ଗୋଟିଏ ‘ଟଙ୍କାଟିଏ’ ପଠାଉଛନ୍ତି ତାହା ଲୋକଙ୍କ ନିକଟରେ ପହଞ୍ଚôଲା ବେଳକୁ ହୋଇଯାଉଛି ମାତ୍ର ‘ପନ୍ଦର ପଇସା’ । ଅବଶିଷ୍ଟ ପଇସା ମଧ୍ୟସ୍ଥ ଭ୍ରଷ୍ଟାଚାରୀମାନଙ୍କର ପକେଟକୁ ·ଲିଯାଉଛି । ରାଜୀବ ଗାନ୍ଧିଙ୍କର ଏହି ଐତିହାସିକ ବକ୍ତବ୍ୟକୁ ପ୍ରାୟ ସମସ୍ତେ ଜାଣନ୍ତି । ଏବେ ଦୁର୍ନୀତି ଏପରି ଦେହସୁହା ହୋଇଗଲାଣି ଯେ ଲୋକେ ଆଉ ଦୁର୍ନୀତିକୁ ଗ୍ରହଣ କରିନେବାରେ ଆଉ କୋ÷ଣସି ଦ୍ୱିଧା କରୁନାହାନ୍ତି । ଏହାର କଳେବର ଏବେ ଭିନ୍ନ ଭିନ୍ନ ରୂପରେ ଆତ୍ମପ୍ରକାଶ କରୁଛି, କାରଣ ଯୁଗର ପରିବର୍ତ୍ତନ ସହିତ ଦୁର୍ନୀତିର ଲୀଳାଖେଳା ମଧ୍ୟ ପରିବର୍ତ୍ତନ ହୋଇଛି । ଦୁର୍ନୀତିର ଇତିହାସକୁ ପଠନ କଲାବେଳେ ଦୁର୍ନୀତିର କେନ୍ଦ୍ରସ୍ଥଳକୁ ଆମେ ଯାଇଛୁ, ଯାହାକୁ ନିମ୍ନରେ ପ୍ରକାଶ କରିବାକୁ ମନରେ ସାମାନ୍ୟତମ ସଙ୍କେତ ରଖୁନାହୁଁ । ପାଠକ ବନ୍ଧୁମାନେ ଆମର ଜାଣିଥିବେ ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ସମୟରୁ ଭ୍ରଷ୍ଟାଚାରର ପ୍ରଥମ ଅଙ୍କୁରୋଦ୍ଗମ ହେଲା । ତାଙ୍କ ମନ୍ତ୍ରିମଣ୍ଡଳରେ ଏପରି କିଛି ଚତୁର ରାଜନୀତିଜ୍ଞ ଅତି ସନ୍ତର୍ପଣରେ ଉପଲବଧି କରିଥିଲେ ଯେ, ବହୁ ଭାରତୀୟ ଜନସାଧାରଣ ପ୍ରଥମେ ରାଜା ମହାରାଜାମାନଙ୍କର ଗୋଲାମଗିରି କରି ଜୀବନ ଧାରଣ କରୁଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ମଧ୍ୟ ଯେତେବେଳେ ଇଂରେଜମାନେ ଶାସନ କଲେ ସେତେବେଳେ ବି ସେହି ଦାରିଦ୍ର୍ୟ ପ୍ରପୀଡିତ ଅସହାୟ ମଣିଷମାନେ ଗୋଲାମଗିରି ଦର୍ଶନକୁ ଆପଣାର କରିନେଇ ଜୀବନ ଜୀଇଁବାର ଯେଉଁ ତୋଷାମଦକାରୀ ଭାବେ ମର୍ଯ୍ୟାଦା ମିଳୁଛି ବୋଲି ଉତ୍ଫୁଲିତ ହେବାର ଚରିତ୍ରକୁ ମଧ୍ୟ ଏହି ଧୂର୍ତ୍ତ ରାଜନୀତିଜ୍ଞମାନେ ଲକ୍ଷ୍ୟ କରିଥିଲେ ।
ଭାରତର ମୁକ୍ତି ସଂଗ୍ରାମ ଦାବାନଳ ଭଳି ଜଳୁଥିବା ବେଳେ ବି କିଛି ଭାରତୀୟଙ୍କ ମାନସିକତାରେ ଜୀବନ୍ତ ଚିତ୍ରକୁ ଅତି ସାବଧାନତାର ସହ ଉପଲବଧି କରୁଥିଲେ । ଅବଶିଷ୍ଟ ଯେଉଁ ଅଗଣିତ ଜନସାଧାରଣ ମହାତ୍ମା ଗାନ୍ଧିଙ୍କ ଡାକରାରେ ସ୍ୱାଧୀନତା ଆନେ୍ଦାଳନରେ ଲମ୍ପ ପ୍ରଦାନ କଲେ ସେମାନଙ୍କ ମଧ୍ୟରୁ ଅର୍ଦ୍ଧାଧିକ ନିରକ୍ଷର, ସରଳ ପ୍ରକୃତିର ମଣିଷ । ଯାହାକୁ ସାମାନ୍ୟତମ ମିଠା କଥାରେ କବଳିତ କରିଦେବା ପାଇଁ କିଛି କଷ୍ଟ କରିବାକୁ ପଡିବ ନାହିଁ ବୋଲି ଭାବି ଅନେକ ସମ୍ଭ୍ରାନ୍ତ ରାଜନୀତିଜ୍ଞ ନେହେରୁଙ୍କ ସହିତ ଆତ୍ମୀୟତାର ସୂତ୍ରରେ ବାନ୍ଧି ହୋଇଥିବା ଜଣେ ଘନିଷ୍ଠ ସହଯୋଗୀ ଥିଲେ ଭି.କେ. କୃଷ୍ଣମେନନ । ଲଣ୍ଡନରେ ସେ ହାଇକମିଶନର ଭାବେ ଅବସ୍ଥାପିତ ହୋଇଥିବା ବେଳେ ତାଙ୍କ ବିରୋଧରେ ଏକ ସାଂଘାତିକ ଦୁର୍ନୀତି ଲୋକଲୋଚନକୁ ଆସିଲା । ସେ ଦୁର୍ନୀତିଟି ହେଉଛି ସେନାବାହିନୀ ପାଇଁ ଜିପ୍ ଖର୍ଦ୍ଦି ବିକ୍ରିର ଘଟଣା । ଏଥିରେ ଭି. କେ. କୃଷ୍ଣ ମେନନ ତକ୍ରାଳୀନ ସରକାରଙ୍କ ସମସ୍ତ ନୀତି ନିୟମକୁ ଉଲ୍ଲଙ୍ଘନ କରି ଗୋଟିଏ ବିଦେଶୀ କମ୍ପାନୀ ସହିତ ୮୦ ଲକ୍ଷ ଟଙ୍କାର ଚୁକ୍ତି କଲେ । ଏହାର କିଛିଦିନ ପରେ ଏହି ବ୍ୟକ୍ତି ଜଣଙ୍କୁ ତାଙ୍କ କ୍ୟାବିନେଟରେ ଦେଶର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ବିଭାଗର ମନ୍ତ୍ରୀ ଭାବେ ଅବସ୍ଥାପିତ କଲେ । ଏହି ଭି.କେ. କୃଷ୍ଣମେନନଙ୍କ ସମୟରେ ଭାରତ ଚୀନ ଯୁଦ୍ଧରେ ଭାରତ ପରାଜୟ ବରଣ କରି ଲଜ୍ଜାରେ ମ୍ରିୟମାଣ ହୋଇ ପଡୁଥିବା ବେଳେ ଭାରତର ୪୦ ହଜାର ବର୍ଗ କିଲୋମିଟର ଏକ ବିଶାଳ ଭୂଖଣ୍ଡକୁ ଚୀନ ଅଧିକାର କରିନେଲା । ଆଜି ପର୍ଯ୍ୟନ୍ତ ମଧ୍ୟ କେତେ ସରକାର ଗଲେଣି, କିନ୍ତୁ ସେଥିରୁ ୪୦ ଇଞ୍ଚ ଜମି ଫେରାଇ ଆଣିବା ପାଇଁ ସମର୍ଥ ହୋଇପାରିଲେ ନାହିଁ ।
ପଣ୍ଡିତ ନେହେରୁ ତକ୍ରାଳୀନ ପାର୍ଲ୍ୟାମେଣ୍ଟରେ ଏହି ପ୍ରସଙ୍ଗକୁ ଆଲୋଚନା ବେଳେ କହିଥିଲେ ଯେ ଯେଉଁ ୪୦ହଜାର ବର୍ଗ କିଲୋମିଟର ଜମିକୁ ଚୀନ ଅଧିକାର କରିନେଲା ସେଥିରେ ଘାସଟିଏ ମଧ୍ୟ କଅଁଳିବ ନାହିଁ । ସେହି ସମୟରେ ପାର୍ଲ୍ୟାମେଣ୍ଟର ଜଣେ ବିଚକ୍ଷଣ ସାଂସଦ କହିଲେ ଯେ ପଣ୍ଡିତଜୀ, ସବୁତ ବିଦେଶୀଙ୍କୁ ଦେଇଦେଲ , ଶେଷରେ ଏପରି ଏକ ବିଶାଳ ଭୂଖଣ୍ଡକୁ ଚୀନ କବ୍ଜା କରି ନେଇ ସାରିବା ପରେ କହୁଛ ଯେ ସେ ଯାଗାରେ କୁଆଡେ ଘାସଟିଏ ବି କଅଁଳିବ ନାହିଁ । ତେଣୁ ଚୀନ ନେଲେ ସେଥିରେ ଆମେ ଦୁଃଖ ପ୍ରକାଶ କରିବା ଉଚିତ ନୁହେଁ । ଆଉ ଗୋଟିଏ କଥା ହେଲା ଆପଣଙ୍କ ମୁଣ୍ଡରେ ବି ଗୋଟିଏ ବି କେଶ ନାହିଁ । ତେଣୁ ଆପଣଙ୍କ ମୁଣ୍ଡକୁ କାଟି ବିଦେଶୀଙ୍କୁ ଦେଇ ଦିଅନ୍ତୁ । ସେଥିରେ ଅସୁବିଧା କ’ଣ ଅଛି ? ପାର୍ଲାମେଣ୍ଟରେ ବସିଥିବା ସମସ୍ତ ସଦସ୍ୟଙ୍କ ପାଟି ଚୁପ ହୋଇଗଲା, କାହାରି ପାଟିରୁ ପଦେ କଥା ମଧ୍ୟ ବାହାରିଲା ନାହିଁ । (କ୍ରମଶଃ)
ଶ୍ରୀରାମଭବନ, ଚଟୁଆ, ଜଗତ୍ସିଂହପୁର,
ମୋ-୯୯୩୭୩୬୯୫୭୩