ଚଢ଼ଉ ବେଳକୁ ଜୁଆଡ଼ି ଛୁ୍’
ବ୍ରହ୍ମବରଦା : ବ୍ରହ୍ମବରଦା ଥାନା ଅଞ୍ଚଳରେ ଦିନକୁ ଦିନ ଜୁଆଖେଳ ବୃଦ୍ଧି ପାଇବାରେ ଲାଗିଛି । ଜୁଆଡିବିବେଶ ସକ୍ରିୟ ହୋଇ ପଡ଼ିଛନ୍ତି । ଯାହାଫଳରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ବେଧଡ଼କ ଭାବେ ଜୁଆଖେଳ କାୟା ମେଲାଇବାରେ ଲାଗିଛି । ଏହି କ୍ରମରେ ବୁଧବାର ବ୍ରହ୍ମବରଦା ଚାରିଗାରପୁର ସ୍ଥିତ ବ୍ରାହ୍ମଣୀ ନଦୀବନ୍ଧ ନିକଟ ଆକାସିଆ ବଣ ଭିତରେ ଜୁଆ ଖେଳ ଚାଲୁଥିବା ନେଇ ବ୍ରହ୍ମବରଦା ପୁଲିସକୁ ବିଶେଷ ସୂତ୍ରରୁ ଖବର ମିଳିଥିଲା । କିନ୍ତୁ ପୁଲିସ ସେଠାରେ ଚଢାଉ କରିବା ପୂର୍ବରୁ ଜୁଆଡି ପସା, ପାଲି ଧରି ଛୁ୍ ମାରିଥିଲେ । ଉକ୍ତ ସ୍ଥାନରେ ଜୁଆଖେଳ ନିୟମିତ ଭାବେ ଚାଲୁଥିବା ଓ ଏଥିରେ ବ୍ରହ୍ମବରଦା, ଆରାବଳ, ମେଣ୍ଢ ଆଦି ଅଞ୍ଚଳର କିଛି ଯୁବକ ମାଷ୍ଟର ମାଇଣ୍ଡ ଥିବା ନେଇ ଚର୍ଚ୍ଚା ହେଉଛି । ହେଲେ ପୁଲିସ ନିକଟରେ ଏନେଇ କିଛି ଖବର ନାହିଁ । ପଚାରିବାରେ ଚଢ଼ଉ କଥା କହିଥିଲେ ହେଁ ଜୁଆ ଖେଳା ଯାଉନଥିଲା ବୋଲି କହୁଛନ୍ତି । ଏଣୁ ପୁଲିସ କହୁଥିବା କଥା ସତ ନାଁ ବାହାରେ ହେଉଥିବା ଆଲୋଚନା ତାହା ଅଞ୍ଚଳବାସୀଙ୍କୁ ଦ୍ୱନ୍ଦରେ ପକାଇଛି ।