ଭତ୍ତାବୃଦ୍ଧି ଦାବିରେ ବ୍ଲକ ଘେରିଲା ସଂଘର୍ଷ ସମିତି

 ପାଣିକୋଇଲି:ଭତ୍ତାବୃଦ୍ଧି ଦାବିରେ ସଂଘର୍ଷ ସମିତି ପକ୍ଷରୁ କୋରେଇ ବ୍ଲକ ଘେରାଉ କରାଯାଇଥିଲା । ଭତ୍ତା ବୃଦ୍ଧି ସଂଘର୍ଷ ସମିତିର ରାଜ୍ୟ ସଭାପତି ବିଦ୍ୟାଧର ମହାନ୍ତିଙ୍କ ନେତୃତ୍ୱରେ ବରିଷ୍ଠ ନାଗରିକ ନାରାୟଣ ଚନ୍ଦ୍ର ନାୟକ, ନିରଞ୍ଜନ ପରିଡା, କୀର୍ତନ ବିହାରୀ ରାଉତ, ସତ୍ୟାନନ୍ଦ କାଣ୍ଡି, ମହେନ୍ଦ୍ର କୁମାର ମହାପାତ୍ର, ପରୀକ୍ଷିତ ମଳିକ, ସେକଆତତାରୁଦ୍ଦି. ବିଦ୍ୟାଧର ଜେନା ପ୍ରମୁଖ ଯୋଗ ଦେଇ ସରକାର ଯଦି ଭତାବୃଦ୍ଧି ଘୋଷଣାରେ ବିଳମ୍ବ କରନ୍ତି ତେବେ ବିଧାନସଭା ଘେରାଉ ସହିତ ରାସ୍ତାରୋକ ଆନେ୍ଦାଳନ କରିବୁ ବୋଲି ଚେତାବନୀ ଦେଇଥିଲେ । ବିଦ୍ୟାଧର ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ବିଡିଓ ଅବନୀ କୁମାର ସାହୁଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଭତ୍ତାବୃଦ୍ଧି ଦାବି ପ୍ରଦାନ କରିଥିଲେ । ଦାବିପତ୍ରରେ ମଧୁବାବୁପେନସନ ଯୋଜନାରେ ଥିବା ବୃଦ୍ଧ, ବୃଦ୍ଧା. ବିଧବା, ଦିବ୍ୟାଙ୍ଗ, କଳାକାର ଓ ଅସହାୟ ମହିଳା ମାନଙ୍କ ଭତାବୃଦ୍ଧି ରହିଛି । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଓ ସଶକ୍ତି ବିଭାଗ କାହିଁକି ଭତାବୃଦ୍ଧି ଘୋଷଣା କରୁନାହାନ୍ତି ତାହା ନେଇ ରାଜ୍ୟସରକାରଙ୍କୁ ପ୍ରଶ୍ନ କରାଯାଇଛି ।