ଜୁଆ ଆଡ୍ଡା ଉପରେ ଚଢାଉ : ୧୪ ଜୁଆଡ଼ି ଗିରଫ

ଜୁଆ ଆଡ୍ଡା ଉପରେ ଚଢାଉ : ୧୪ ଜୁଆଡ଼ି ଗିରଫ

 ସୁନ୍ଦରଗଡ଼ ଜିଲ୍ଲା ଧରୁଆଡିହି ଥାନା ନିକଟ ପଡିଆରେ  ଚାଲିଥିବା ଜୁଆ ଆଡ୍ଡା ଉପରେ ଚଢାଉ କରିଛି ପୋଲିସ ।  ଖବର ଅନୁଯାୟୀ, ଧରୁଆଡ଼ିହି ଥାନା ନିକଟ ପଡ଼ିଆରେ ଜୁଆ ଖେଳ ଚାଲିଥିଲା । ଏସମ୍ପର୍କରେ ଖବର ପାଇ ପୋଲିସ ଉକ୍ତ ସ୍ଥାନରେ ଅତର୍କିତ ଭାବେ ଚଢାଉ କରିଥିଲା । ଏହି ରେଡ୍‌ରେ  ୧୪ ଜୁଆଡ଼ିଙ୍କୁ ପୁଲିସ ଗିରଫ କରିଛି । ଏହା ସହ ୧୪ ଟି ବାଇକ୍‌ ଏବଂ ଲକ୍ଷାଧିକ ଟଙ୍କା ମଧ୍ୟ ପୁଲିସ ଜବତ କରିଛି ପୋଲିସ । ତେବେ କେତେ ଦିନ ଧରି ଏଠାରେ ଜୁଆ ଆଡ୍ଡା ଚାଲିଥିଲା । ସେନେଇ ପୋଲିସ ପାଖରେ ସଠିକ୍‌ ସୂଚନା ନାହିଁ । କିନ୍ତୁ ଜୁଆ ଆଡ୍ଡା ଚାଲୁଥିବାର ଖବର ପାଇ ତୁରନ୍ତ ଆକ୍ସନମୋଡ଼କୁ ଆସିଥିଲା ପୋଲିସ । ଏହାସହିତ ଏହି ଆଡ୍ଡାରେ ଆଉ କିଏ କିଏ ସାମିଲ ଅଛନ୍ତି । ସେନେଇ ପୋଲିସ ଛାନ୍‌ଭିନ୍‌ ଜାରି ରଖିଛି  ।