ସମଲେଶ୍ୱରୀଙ୍କ ଠାରେ ନବାହ୍ନ ଲାଗି ପାଇଁ ହେଲା ଲଗ୍ନ ନିର୍ଣ୍ଣୟ

 ସମ୍ବଲପୁର : ନନେ୍ଦାସôବ ତିଥିରେ କୃଷି ଭିର୍ତ୍ତିକ ମହାନ ଗଣପର୍ବ ନୂଆଖାଇ ପାଇଁ ସମ୍ବଲପୁର ଶ୍ରୀ ଶ୍ରୀ ବ୍ରହ୍ମପୁରା ମନ୍ଦିର ଠାରେ ଅନୁଷ୍ଠିତ ଜ୍ୟୋତିଷ ମାନଙ୍କ ବୈଠକରେ ଶୁଭ ଲଗ୍ନ ନିର୍ଦ୍ଧାରିତ ହୋଇଛି  । ବୀର ବିକ୍ରମ ସମ୍ବତ ୨୦୮୨ ଶ୍ରୀ ଶକାବ୍ଦ ୧୯୭୭ ସନ ୧୪୩୨ ତୁଳା ଲଗ୍ନେ ମୀନ ନବାଂଶେ ଚଳିତ ମାସ ୨୮ ତାରିଖ ଗୁରୁବାର ଭାଦ୍ରବ ଶୁକ୍ଳ ପକ୍ଷ ପଞ୍ଚମୀ ତିଥି ପୂର୍ବାହ୍ନ ୧୦ଟା ୩୩ ମିନିଟରୁ ୧୦ଟା ୫୫ ମିନିଟ ମଧ୍ୟରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗିକୁ ଶୁଭ ଧାର୍ଯ୍ୟ ହୋଇଛି । ଲଗ୍ନ ନିରୂପଣ ପରେ ମନ୍ଦିରରେ ଆଳତି କରାଯାଇଥିଲା ଏବଂ ପରମ୍ପରା ଅନୁସାରେ ବ୍ରହ୍ମପୁରା ମନ୍ଦିରର ପୂଜକ ଓ ଟ୍ରଷ୍ଟ ପ୍ରତିନିଧି ମାନେ ଲଗ୍ନ ପତ୍ର କୁ ଶ୍ରୀ ଶ୍ରୀ ସମଲେଶ୍ୱରୀ ମନ୍ଦିରରେ ଉପସ୍ଥାପନା କରିଥିଲେ । ଝାଡୁଆପଡ଼ାର ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟ ବୋର୍ଡ ଦ୍ୱାରା ଅହୁତ ବୈଠକରେ ଆମନ୍ତ୍ରିତ ପଣ୍ଡିତ ଏବଂ ଜ୍ୟୋତିଷ ମହେଶ୍ୱର ନାୟକ,ସୁଧାଂଶୁ ଶେଖର ପାଣିଗ୍ରାହୀ,ଅକ୍ଷୟ ପୁରୋହିତ,ବଂଶୀଧର ଶତପଥୀ,ଗିରିଜା ଶଙ୍କର ପଣ୍ଡା,ଝସକେତନ ହୋତା, ଗୋପୀନାଥ ପଣ୍ଡା ପ୍ରମୁଖ ସାମିଲ ହୋଇଥିଲେ । ମନ୍ଦିର ପୂଜକ ଏବଂ ସନ୍ତୋଷ ପଣ୍ଡା ଓ କୈଳାସ ପଣ୍ଡା, ଟ୍ରଷ୍ଟ ସଦସ୍ୟ ସରୋଜ ଦଲପତ, ସୁଶାନ୍ତ ପୁରୋହିତ, ପ୍ରାଣରଞ୍ଜନ ପଣ୍ଡା, ପାର୍ଥସାରଥୀ ମିଶ୍ର,ଅମରନାଥ ସୂପକାର, ଶ୍ରୀମନ୍ତ ମିଶ୍ର, ସଞ୍ଜୟ ମିଶ୍ର, ମନୋଜ ମିଶ୍ର, ସ୍ୱଭେନ୍ଦ୍ର ପଣ୍ଡା, ମିଲୁ ପାଣିଗ୍ରାହୀ ଓ ଅଭିଷେକ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।