ରେଳ ଧାରଣାରୁ ମହିଳାଙ୍କ ମୃତଦେହ ଉଦ୍ଧାର
ଟିଟିଲାଗଡ଼: ଟିଟିଲାଗଡ଼ ଥାନା ଅନ୍ତର୍ଗତ ସିରୁଲ ଗ୍ରାମ ନିକଟ ରେଳ ଧାରଣାରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ମୁରିବାହାଲ ବ୍ଲକ ଅନ୍ତର୍ଗତ ଟିକ୍ରାପଡା ଗ୍ରାମର କୁମରମଣି ରଣାଙ୍କ ପତ୍ନୀ କନକ ରଣା (୨୭) ବୋଲି ଜଣାପଡିଛି। ରାତିରେ ସ୍ତ୍ରୀ ସହିତ କଳହ ହୋଇଥିବା ସ୍ୱାମୀ କୁମରମଣି ସ୍ୱୀକାର କରିଛନ୍ତି। ଏହାପରେ ରାତିରେ କନକ ଘରୁ ଚାଲି ଆସିଥିଲେ ବୋଲି ସେ କହିଛନ୍ତି। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ସେ ନେଇ ପୁଲିସ ଅଧିକ ତଦନ୍ତ ଜାରି ରଖିଛି।