ଜେଜେବାପା ଜେଜେମା ଦିବସ ପାଳିତ
ତାଳଚେର: କେନ୍ଦ୍ରୀୟ ବିଦ୍ୟାଳୟ ଏମ୍ସିଏଲ୍ ଜଗନ୍ନାଥ କ୍ଷେତ୍ର ଠାରେ ଜେଜେବାପା ଜେଜେମା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଓଡ଼ିଶା ଗଣଶିକ୍ଷା ବିଭାଗ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ମହେଶ ଚନ୍ଦ୍ର ସାହୁ, ପ୍ରଧାନଶିକ୍ଷୟିତ୍ରୀ ଆଶା କୁମାରୀ ଏବଂ ସମସ୍ତ ଶିକ୍ଷକ କର୍ମଚାରୀ ସମେତ ୫୦ରୁ ଅଧିକ ଜେଜେବାପା ଓ ଜେଜେମା ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ସ୍କୁଲ ଛାତ୍ରଛାତ୍ରୀ ଜେଜେବାପା ଜେଜେମାଆଙ୍କ ଉଦେ୍ଦଶ୍ୟରେ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଏଥିରେ ଜେଜେବାପା, ଜେଜେମାଙ୍କ ପ୍ରତି ତାଙ୍କର ପ୍ରେମ ଓ ସମ୍ମାନ ଦେଖିବାକୁ ମିଳିଥିଲା । ପିଲାମାନେ ସେମାନଙ୍କ ଜେଜେମାଆଙ୍କ ପାଇଁ ସ୍ୱତନ୍ତ୍ର ଗୀତ ଗାନ କରିଥିଲେ ଏବଂ ସେମାନଙ୍କ ପ୍ରତି ସେମାନଙ୍କର ଭାବନା ପ୍ରକାଶ କରିଥିଲେ । ଜେଜେ ବାପା ଓ ଜେଜେ ମାଆଙ୍କ ପିଲାଦିନର ସ୍ମୃତିକୁ ଉଜ୍ଜୀବିତ କରିବା ଉଦେ୍ଦଶ୍ୟରେ ସେମାନଙ୍କ ମଧ୍ୟରେ ଆକର୍ଷଣୀୟ ଖେଳ ମଧ୍ୟ ଆୟୋଜନ କରାଯାଇଥିଲା । ସେମାନଙ୍କୁ ସ୍ୱତନ୍ତ୍ର ଉପହାର ଏବଂ ପ୍ରମାଣପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା । ଏହି ସୁନ୍ଦର କାର୍ଯ୍ୟକ୍ରମ ସମଗ୍ର ବିଦ୍ୟାଳୟର ପରିବେଶକୁ ଆନନ୍ଦମୟ କରି ଗଢିÿ ତୋଳିଥିଲା । କାର୍ଯ୍ୟକ୍ରମରେ ଆୟୋଜିତ ସମାରୋହରେ ପାରିବାରିକ ମୂଲ୍ୟବୋଧ ଓ ପରମ୍ପରା ପ୍ରତିପୋଷଣରେ ଜେଜେବାପା ଏବଂ ଜେଜେମାଙ୍କ ଅମୂଲ୍ୟ ଭୂମିକାକୁ ସମ୍ମାନିତ କରାଯାଇଥିଲା । ସ୍କୁଲ ଅଧ୍ୟକ୍ଷା ଆଶା ପରିବାରରେ ଜେଜେବାପା ଓ ଜେଜେମାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ । ପିଲାମାନଙ୍କ ଜୀବନରେ ପ୍ରେମ ଏବଂ ଯତ୍ନର ଆବଶ୍ୟକତାକୁ ତାଙ୍କ ବାପା ମାଙ୍କଠୁ ବେଶୀ ଜେଜେବାପା ଜେଜେମା ପୂରଣ କରିଥାନ୍ତି ବୋଲି ମତବ୍ୟକ୍ତ କରିଥିଲେ ।