ମୟୂରଭଞ୍ଜ ମହୋସôବ ଆରମ୍ଭ, ଝୁମିଲା ବାରିପଦା
ବାରିପଦା: ବାରିପଦାରେ ମୟୂରଭଞ୍ଜ ମହୋସôବ ଆରମ୍ଭ ହେଉଥିବା ବେଳେ ପ୍ରଥମ ଦିନରେ ବାରିପଦା ଜଗନ୍ନାଥ ମନ୍ଦିର ନିକଟରୁ ବିଭିନ୍ନ ପ୍ରକାର ମୟୂରଭଞ୍ଜିଆ ଲୋକନୃତ୍ୟ ବାଦ୍ୟର ତାଳେତାଳେ ଏକ କାର୍ଣ୍ଣିଭାଲ ରୋଡସୋ ଅନୁଷ୍ଠିତ ହୋଇଯାଇଛି । ଏହି ରୋଡସୋକୁ ପ୍ରମୁଖ ଅତିଥି ଭାବରେ ବାରିପଦା ବିଧାୟକ ପ୍ରକାଶ ସୋରେନ, ସାରସକଣା ବିଧାୟକ ଭାଦବ ହାଂସଦା, ପୌରାଧ୍ୟକ୍ଷ କୃଷ୍ଣାନନ୍ଦ ମହାନ୍ତି, ଅସିତ ପତି, ବିପ୍ଳବ ବୁଗୁଡେଇ, ଲଡୁକେଶ୍ୱର ରଣା, ସତ୍ୟଜିତ ସୋମ, ତାପସ ପାଢ଼ୀ, ରାକେଶ ସିଂ, ନିମାଇଁ ତ୍ରିପାଠୀ, ଅରୁଣ ବରାଡ଼, ରାକେଶ ବେହେରା ପ୍ରମୁଖ ଉପସ୍ଥିତ ରହି ପତାକା ଦେଖାଇଥିଲେ । ମଞ୍ଚରେ ଅନୁଷ୍ଠାନ ତରଫରୁ ବରିଷ୍ଠ କର୍ମକର୍ତ୍ତା ସଞ୍ଜୀବ ଦିୱେଦୀ, ସମ୍ପାଦକ କଳିଙ୍ଗ କେଶରୀ ଜେନା ପ୍ରମୁଖ ଉପସ୍ଥିତ ଥିଲେ । ଏହି ସାଂସ୍କୃତିକ ଶୋଭାଯାତ୍ରାରେ ମୟୂରଭଞ୍ଜର ପାରମ୍ପାରିକ କଳସୀ ନୃତ୍ୟ, ଝୁମର ନୃତ୍ୟ, ଚାଙ୍ଗୁ ନୃତ୍ୟ ତଥା ବିଭିନ୍ନ ପ୍ରକାର ଆଦିବାସୀ ଲୋକନୃତ୍ୟ ସହିତ ସମ୍ବଲପୁରି ନୃତ୍ୟ ଓ ବାଦ୍ୟର ତାଳେତାଳେ ଉପସ୍ଥିତ ମୟୂରଭଞ୍ଜ କଳା ସଂସ୍କୃତି ପ୍ରେମୀ ଜନତା ମତୁଆଲା ହୋଇ ନୃତ୍ୟ କରୁଥିବାର ଦେଖାଯାଇଥିଲା । ଆସନ୍ତା କାଲିଠାରୁ ମହୋସôବ ମଞ୍ଚରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ନାମିଦାମୀ କଳାକାରଙ୍କ ଷ୍ଟେଜ ସୋ ଅନୁଷ୍ଠିତ ହେବାକୁ ଥିବା ବେଳେ ପ୍ରତିଦିନ ସଂଧ୍ୟାରେ ଅତିଥି ମାନଙ୍କର ସମାଗମ ମଧ୍ୟ ହେବ ।