ଏସ୍ଏଚ୍ଜିର ପୁନଃଗଠନକୁ ବିରୋଧ
ବିଶୋଇ : ଏସ୍ଏଚ୍ଜି ଗ୍ରୁପର ପୁନଃଗଠନ ବା ଗୋଷ୍ଠୀର ନେତୃତ୍ୱ ପରିବର୍ତ୍ତନ ନେଇ ସରକାରଙ୍କ ନୂଆ ନିୟମ ଆସିବା ପରେ ମୟୁରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକର ଏସ୍ଏଚ୍ଜି ଗ୍ରୁପର ମହିଳାମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ସରକାରୀ ନିୟମକୁ ବିରୋଧ କରି ତଥା ବିଭିନ୍ନ ଦାବି ନେଇ ଗୋଷ୍ଠୀର ସଦସ୍ୟାମାନେ ବିଶୋଇ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । ଧାରଣାକାରୀ ମାନେ ଗ୍ରୁପର ସମସ୍ତ ମହିଳାଙ୍କୁ ମାସିକ ହଜାରେ ଟଙ୍କା ଭତ୍ତା ପ୍ରଦାନ, ମିଳିନଥିବା ୟୁନିଫର୍ମ ଟଙ୍କା ପ୍ରଦାନ, ବ୍ୟାଙ୍କରୁ ନେଇଥିବା ଋଣ ଓ ଇସି ମାଆମାନେ ନେଇଥିବା ସ୍କୁଟି ଋଣ ପରିଶୋଧ ପର୍ଯ୍ୟନ୍ତ ଅପେକ୍ଷା, ସମସ୍ତ ଇସି ମାଆମାନଙ୍କୁ ତାଙ୍କର ୬ ମାସର ବକେୟା ପାରିଶ୍ରମିକ ପ୍ରଦାନ ଆଦି ବିଷୟ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି । ବିଡିଓ ସାଗର ମୁର୍ମୁ ସରକାରୀ କାର୍ଯ୍ୟକ୍ରମରେ ବ୍ଲକ ବାହାରକୁ ଯାଇଥିବାରୁ ଅଫିସ ସମ୍ମୁଖରେ ଧାରଣା ଯୋଗୁଁ କର୍ମଚାରୀମାନେ ଅଫିସକୁ ପ୍ରବେଶ କରି ପାରିନଥିଲେ । ଯାହାଫଳରେ ସରକାରୀ କାର୍ଯ୍ୟ ଏକ ପ୍ରକାର ଅଚଳ ହୋଇଥିଲା । ବିଡ଼ିଓ ବ୍ଲକରେ ପହଞ୍ଚôବା ପରେ ଆରତୀ ମହାନ୍ତି, ଚନ୍ଦ୍ରିକା ମହାନ୍ତି, କଳ୍ପନା ମହାନ୍ତି ପ୍ରମୁଖ ବଡିଓଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।