ଚିଲିକାର ଦୁଃଖ ବୁଝିବ କିଏ?
ବ୍ରହ୍ମଗିରି : ପ୍ରାକୃତିକ ସୌନ୍ଦର୍ଯ୍ୟ, ମନୋଲୋଭା ପରିବେଶର ଗନ୍ତାଘର ଚିଲିକା ବର୍ତ୍ତମାନ ପରିବେଶଗତ ଅବନତି ପରିସ୍ଥିତିରେ ପହଞ୍ଚିଛି । ଏସିଆ ମହାଦେଶର ସର୍ବବୃହତ ଲବଣାଯୁକ୍ତ ହ୍ରଦ ବର୍ତ୍ତମାନ ବିପଦର ସମ୍ମୁଖିନ ହେବାସହ ବିଭିନ୍ନ ପାରିପାର୍ଶ୍ୱିକ ସ୍ଥିତ ଏହାକୁ ଗମ୍ଭିର କରିବାରେ ଲିଗିଛି । ପ୍ରତିଦିନ ଶହଶହ ପେଟ୍ରୋଲ, ଡିଜେଲ ଦ୍ୱାରା ପରିଚାଳିତ ମେସିନ ଡଙ୍ଗା, ସେମାନଙ୍କ ଉକ୍ରଟ ଶବ୍ଦ, ମେସିନରୁ ନିର୍ଗତ ପେଟ୍ରୋଲ, ଡିଜେଲ ଏହାର ଜଳୀୟ ପରିସଂସ୍ଥା ଓ ଜୈବବିବିଧତା ବିଭିନ୍ନ କ୍ଷତିକାରକ ପ୍ରଭାବର ସମ୍ମୁଖୀନ ହେବାକୁ ଯାଉଛି । ବିଭିନ୍ନ ମାନବୀୟ କୃତିମ କାର୍ଯ୍ୟକ୍ରମ ମଧ୍ୟ ଏହାକୁ ଚାପଗ୍ରସ୍ତ କରୁଛି । ବିଭିନ୍ନ ଗବେଷକ, ପ୍ରଫେସରଙ୍କ କହିବାନୁସାରେ, ଚିଲିକାମାଛର ଏକ ସ୍ୱତନ୍ତ୍ର ଗୁଣ ସହ ଚାହିଦା, ବିଭିନ୍ନ ଔଷଧୀୟ ଗୁଣର ଅଧିକାରୀ ଥିବା କୁହନ୍ତି । କିନ୍ତୁ ଏହି ସାମୁଦ୍ରିକ ହ୍ରଦର ମତ୍ସ୍ୟ ସମ୍ପଦ ଅଧିକ ଶୋଷଣର ଶିକାର ହେଉଛି । ବିଭିନ୍ନ ଆଇନର କଠୋର କାର୍ଯ୍ୟାନୁଷ୍ଠାନ ଅନୁଗଛିତ ଅଂଶିଦାରଙ୍କ ମନରେ ଦ୍ୱନ୍ଦ୍ୱ ଉପୁଜୁଛି ।
ଏଥିନେଇ ହ୍ରଦର ଜଳରେ ପାରମ୍ପରିକ ମତ୍ସ୍ୟ ଅମଳ ପରିବର୍ତ୍ତେ ବ୍ୟବସାୟିକ ଘେରି ନିର୍ମାଣ କରି ବିଭିନ୍ନ ବ୍ୟକ୍ତି ବିଶେଷ, ପ୍ରଭାବଶାଳୀ ଲୋକଙ୍କ ଜବରଦଖଲରେ ବେଆଇନ ଚିଙ୍ଗୁଡି ଚାଷ ସହ ଅଧିକ ଅମଳ ପାଇଁ ରାସାୟନିକ ପଦାର୍ଥ ବ୍ୟବହାର କରି ଏହି ହ୍ରଦର ସାର୍ବଭୌମତ୍ୱ ଶୋଷଣ କରୁଛନ୍ତି । ଚିଲିକା ଉପରେ ୨୦୧୭ମସିହାରେ ରାଜ୍ୟ ସରକାର ଏକ ବିଲ୍ କ୍ୟାବିନେଟରେ ପ୍ରସ୍ତାବିତ ଅନୁମୋଦନ କରିଥିଲେ ଯାହା ଚିଲିକାର ମାଛଧରା, ମତ୍ସ୍ୟ ସମ୍ପଦ ନିୟନ୍ତ୍ରଣ ବିଲ୍ ଥିଲା । ଏଥିରେ ବେଆଇନ ଚିଙ୍ଗୁଡି ଚାଷ ରୋକିବା, ଚିଲିକା ବିକାଶ ପ୍ରାଧିକରଣକୁ ମାଛ ଧରିବା ଲିଜ୍ ପ୍ରଦାନ କରିବା । ଏହାଦ୍ୱାରା ଏହି ହ୍ରଦର ପରିସଂସ୍ଥାର ଖରାପକୁ ପୁନଃସ୍ଥାପିତ କରିବା ସହ ଉତ୍ତମ ପରିବେଶିୟ ପରିଚାଳନାକୁ ପୁନଃସ୍ଥାପିତ କରିବା । କିନ୍ତୁ ଏ ବିଲ୍ ଶୀତଳ ଭଣ୍ଡାରକୁ ଚାଲିଯାଇଛି । ଚିଲିକା ଏପରି ଏକ ଯାଗା ଯାହା ନିଜ ଦେଶ ନୁହଁ ସମଗ୍ର ବିଶ୍ୱବାସୀଙ୍କ ନଜର ଉଆଡରେ ରହିଥାଏ । ବୁଦ୍ଧିଜୀବୀଙ୍କ କହିବା ଅନୁସାରେ ନୂତନ ସରକାର ଏ ସବୁ ଦିଗ ପ୍ରତି ଧ୍ୟାନ ଦିଆଯାଉ ଚିଲିକା କିପରି ସୁରକ୍ଷିତ ରହିବ ଏହାର ଜୈବିକବିବିଧତା ସୁରକ୍ଷିତ ପରିବେଶ ସୁରକ୍ଷାର ମୂଳମନ୍ତ୍ର ଲୋକଙ୍କୁ ସଚେତନ କରାଇବା ଦାୟିତ୍ୱ, ତତ୍ ସହିତ ମତ୍ସ୍ୟ ସମ୍ପଦ ସୁରକ୍ଷା କାର୍ଯ୍ୟକ୍ରମ ହାତକୁ ନେଲେ ନିଶ୍ଚିତ ଭାବେ ସୁନ୍ଦର, ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଚିଲିକା ହସି ଉଠିବ । ଶିତ ଦିନରେ ଏସିୟ ମହାଦେଶର ବିଭିନ୍ନ ପ୍ରକାର ପକ୍ଷୀଙ୍କ ସମାଗମ ସମୟରେ ପକ୍ଷୀ ଶିକାରୀଙ୍କ ଦାଉରୁ ଏହି ବିଦେଶାଗତ ପକ୍ଷୀଙ୍କୁ ରକ୍ଷା କରିବା ପାଇଁ କଠୋର କାର୍ଯ୍ୟାନୁଷ୍ଠାନ ଥିଲେ ମଧ୍ୟ ଏହା ସଂପୂର୍ଣ୍ଣ ଫଳପ୍ରଦ ହେଉନାହିଁ । ତେଣୁ କଠୋର ଭାବେ ଏହାକୁ ଦମନ କରିବା ପାଇଁ ଚାରିଆଡୁ ଦାବି ହେଉଛି । ଆଗକୁ ପର୍ଯ୍ୟଟନ ଋତୁ ଆସୁଥିବାରୁ ପ୍ଲାଷ୍ଟିକ ମୁକ୍ତ ଚିଲିକା ଓ ପକ୍ଷୀ ଶିକାରକୁ ଦୃଢ ଭାବରେ ନଜର ଦେବାକୁ ବିଭିନ୍ନ ଅନୁଷ୍ଠାନ ତରଫରୁ ଦାବି ରହିଛି । ଦେଖାଯାଉ କେବେ ଏ ସବୁ ଦିଗ ପ୍ରତି ଜନ ପ୍ରତିନିଧି ଓ ସରକାରଙ୍କ ନଜର ଉଆଡକୁ ଆସୁଛି ।