ପ୍ରବଳ ବର୍ଷାରେ ବୁଡିଲା ପୋଲ, ଯାତାୟାତ ଠପ୍
ାା ପ୍ରଭାନୁ୍ୟଜ୍ ।ା ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ଫଳରେ ପାଣିରେ ବୁଡ଼ିଯାଇଥିଲା ପୋଲ । ଫଳରେ ୩୨୬ ନମ୍ବର ଯାତୀୟ ରାଜପଥରେ ଅଟକି ରହିଥିଲା ଆମ୍ବୁଲାନ୍ସ, ବସ୍, ଟ୍ରକ ଆଦି ବିଭିନ୍ନ ଗାଡ଼ି । ତେବେ ବର୍ଷା ଫଳରେ ମାଲାକାନଗିରିରୁ ମୋଟୁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ମାଲକାନଗିରି ଜିଲାରେ ଲଗାଣ ବର୍ଷା ଯୋଗୁଁ ୩୨୬ ନମ୍ବର ଜାତୀୟ ରାଜପଥ ଥିବା କାଙ୍ଗୁରୁକୁଣ୍ଡା ପୋଲ ଉପରେ ଚାଲିଛି ୨ଫୁଟର ପାଣି । ଅତ୍ୟାଧିକ ବର୍ଷା ଯୋଗୁଁ ମାଲାକାନଗିରିରୁ ମୋଟୁକୁ ସଂଯୋଗ କରୁଥୁବା ୩୨୬ ନମ୍ବର ଜାତୀୟ ରାଜପଥର କାଙ୍ଗୁରୁକୋଣ୍ଡା ପୋଲ ଉପରେ ବନ୍ୟା ପାଣି ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି । ବନ୍ୟା ପାଣିରେ ପୋଲ ବୁଡ଼ି ଯାଇଛି । ପୋଲ ଉପରେ ୨ରୁ୩ ଫୁଟ ଉଚ୍ଚÿରେ ପାଣି ପ୍ରଭାବିତ ହେଉଥିବାରୁ ଏହି ରାସ୍ତା ଦେଇ ଯାଉଥିବା ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି । କାଙ୍ଗୁରୁକୋଣ୍ଡା, ଏମ୍ଭି ୯୦ ନମ୍ବର ପୋଲ ଓ କନ୍ୟା ଆଶ୍ରମ ପୋଲ ଉପରେ ପାଣି ଚାଲିଥିବା ବେଳେ ପଟେରୁ ପୋଲ ଉପରେ ଉପରେ ପାଣି ପ୍ରବାହିତ ହବାର ସମ୍ଭାବନା ରହିଛି । ଏଥିନେଇ କାଲିମେଳା ପୁଲିସ କର୍ମଚାରୀମାନେ ପୋଲ ପାର ହେବାକୁ ଲୋକଙ୍କୁ ବାରଣ କରିଥିଲେ । ପ୍ରଶାସନ ପକ୍ଷରୁ ପୋଲର ଉଭୟ ପାର୍ଶ୍ୱରେ ନାଲିଫିତା ଟଣା ଯାଇ ଯାତାୟାତକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିଲା । ଯାତାୟତ କରୁଥିବା ସମସ୍ତ ସରକାରୀ ଓ ବେସରକାରୀ ବସ୍ ସେଠାରେ ଅଟକି ରହିଥିବା ଦେଖିବାକୁ ମିଳିଥିଲା । ଏହା ଫଳରେ ଓଡ଼ିଶାରୁ ଆନ୍ଧ୍ରପ୍ରଦେଶ ଓ ତେଲଙ୍ଗାନାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଗତ କାଲିଠାରୁ ଝିପିଝିପି ବର୍ଷା ଲାଗିରହିଥିବା ବେଳେ ଜଳସ୍ତର ଆହୁରି ବୃଦ୍ଧି ପାଇବ ଆଶଙ୍କା ଦେଖାଦେଇଛି । ସେହିପରି ପଡ଼ିଆକୁ ସଂଯୋଗ କରୁଥିବା କନ୍ୟାଶ୍ରମ ପୋଲ ଉପରେ ୨ ରୁ ୪ଫୁଟ ପାଣି ପ୍ରଭାହ କରୁଛିି । ଯାହାଫଳରେ କାଲିମେଳାରୁ ପଡ଼ିଆ ଯାତାୟାତରେ ବାଧା ଉପୁଜିଛି । ବର୍ଷାକୁ ନଜରରେ ରଖି ପ୍ରଶାସନିକ ଅଧିକାରୀମାନେ ସଜାଗ ରହିଛନ୍ତି । ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ଅଧିକାରୀ କାଙ୍ଗୁରୁକୋଣ୍ଡା ଗସ୍ତ କରି ସ୍ଥିତି ଉପରେ ନଜର ରଖିଛନ୍ତି । କାଲିମେଳା ବିଡିଓ, ମଟୁ ତହସିଲଦାର ଓ କାଲିମେଳା ଥାନା ଅଧିକାରୀ ବୁଡ଼ି ଯାଇଥିବା ପୋଲ ଅଞ୍ଚଳ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରି ଜିଲ୍ଲା ପ୍ରଶାସନକୁ ଅବଗତ କରିଥିଲେ । ତେବେ ବର୍ଷା ଫଳରେ ପୋଲ ବୁଡ଼ିଯିବା ଫଳରୋ ମାଲକାନାଗିରି - ମୋଟୁକୁ ଯୋଗାଯୋଗ ବଚ୍ଛିନ୍ନ ହେବା ସହ ଯାତାୟାତରେ ବାଧା ଉପୁଜିଥିବା ସୂଚନା ମିଳିଛି ।