ଦୁର୍ନୀତିରେ ଉବୁଟୁବୁ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା , ବୃକ୍ଷରୋପଣ ନାଁରେ ଅର୍ଥ ହରିଲୁଟ୍; ଉଚ୍ଚସ୍ତରୀୟ ତଦନ୍ତ ଦାବି
ାା ପ୍ରଭାନୁ୍ୟଜ ।ା କବାଟବନ୍ଧ : ଧର୍ମଶାଳା ବ୍ଲକରେ ଭାରତ ସରକାରଙ୍କ ଦ୍ୱାରା କୃଷି ସିଞ୍ଚାଇ ଯୋଜନାରେ କୃଷି ଓ କୃଷକର ସର୍ବାଙ୍ଗୀନ ଉନ୍ନତି ପାଇଁ କାର୍ଯ୍ୟକାରୀ କରାଯାଉଥିବା ଯୋଜନା ପ୍ରହସନରେ ପରିଣତ ହୋଇଛି । କିଛି ଅସାଧୁ କର୍ମଚାରୀଙ୍କ ପାଇଁ ବିଭାଗକୁ ଦୁର୍ନାମ ମୁଣ୍ଡାଇବାକୁ ପଡୁଛି । ଏହି ଯୋଜନାର ସଫଳ ରୂପାୟନ ନିମନ୍ତେ ବ୍ଲକ ଓ ଜିଲ୍ଲା ସ୍ତରରେ ନିୟୋଜିତ କର୍ମଚାରୀ ମାନଙ୍କ ଅପାରଗତା ଓ ଦୁର୍ନୀତିଖୋର ମନୋବୃତି ପାଇଁ ଯୋଜନା କେବଳ ଦିଗହରା ହେଇନାହିଁ ବରଂ କୋଟି କୋଟି ଟଙ୍କା ହରିଲୁଟ ହୋଇଥିବା ଜଣାପଡିଛି ।
ଧର୍ମଶାଳା ବ୍ଲକରେ ଏହି ଯୋଜନାରେ ବ୍ୟାପକ ଦୁର୍ନୀତି ନଜରକୁ ଆସିଛି । ଯୋଜନା କାର୍ଯ୍ୟକାରୀ ହେଉଥିବା ୯ ଗୋଟି କ୍ଷୁଦ୍ର ଅଣୁ ଜଳ ବିଭାଜିକା ପ୍ରକଳ୍ପ ଅଞ୍ଚଳରେ ପୋଖରୀ ଖୋଳା, ବୃକ୍ଷ ରୋପଣ, ଅସହାୟଙ୍କୁ ଛେଳି ପାଳନ ସହାୟତା, ମହିଳା ଗୋଷ୍ଠୀଙ୍କୁ ପୁଞ୍ଜି ଲଗାଣ, କୂପ ନଳକୂପ ଖନନ, ଆଦି କାମ ନାମରେ ବ୍ୟାପକ ଅର୍ଥ ହରିଲୁଟ କରାଯାଇଥିବା ବିଭିନ୍ନ ସମୟରେ ଅଭିଯୋଗ ହୋଇ ଆସିଛି । ଏହି ଯୋଜନାରେ ନୂତନ ଜଳଉତ୍ସ ସୃଷ୍ଟି କରିବା ପାଇଁ ମିଳିଥିବା ଅନୁଦାନର ୫୦ ଭାଗ ଅର୍ଥ ଖର୍ଚ୍ଚ କରିବା ପାଇଁ ନିଦେ୍ର୍ଦଶ ନାମା ରହିଥିବା ବେଳେ ଧର୍ମଶାଳାରେ ଏହି ନିୟମକୁ ଉଲଂଘନ କରାଯାଇଛି । ଗତ ବର୍ଷ ମୌସୁମୀ ଗଲାପରେ ଚାଷୀ ମାନଙ୍କୁ ମଲା ଚାରା ଗୋଇଦେଇ ଲକ୍ଷ ଲକ୍ଷ ଟଙ୍କା ହାତେଇ ନେଇଥିବା ଅଧିକାରୀମାନେ ଏବେ ପୁନଶ୍ଚ ତାଳଜଙ୍ଗ ପଞ୍ଚାୟତର ଏସଏଚଜି ମହିଳା ମାନଙ୍କ ମାଧ୍ୟମରେ ଆଧାର କାର୍ଡ ସଂଗ୍ରହ କରି କିଛି ଆମ୍ବ, ପଣସ, ପିଜୁଳି, ଲେମ୍ବୁ ଚାରା ବଣ୍ଟନ କରି ସେ ସବୁ ଅର୍ଥକୁ ହରିଲୁଟ କରିବାର ଏହା ଏକ ମାଧ୍ୟମ ହୋଇଛି । ଏକର ଏକର ଜାଗାରେ ପ୍ଲାଣ୍ଟେସନ ପ୍ରକଳ୍ପ ନିଦେ୍ର୍ଦଶକ ପ୍ରଦୀପ୍ତ କୁମାର ପଟ୍ଟନାୟକ କହୁଥିବା ସ୍ଥଳେ କିପରି ଏହାକୁ ବଣ୍ଟନ କରାଗଲା ତାହା ତଦନ୍ତ ସାପେକ୍ଷ । ଯାହା ବିଭାଗୀୟ କର୍ମଚାରୀ ଏହାକୁ ଚତୁରତାର ସହ ହରିଲୁଟ କରିବାକୁ ବସିଛନ୍ତି । ମତାମତ ନେଲେ କହୁଛନ୍ତି ଏହି ଅଞ୍ଚଳରେ ସେମିତି ଏକର ଏକର ଜାଗା ନାହିଁ ବୋଲି ସଫେଇ ଦେଉଛନ୍ତି ବିଭାଗୀୟ ଅଧିକାରୀ । ବୃକ୍ଷ ରୋପଣ ନାମରେ ସରକାରୀ ଅର୍ଥକୁ ଆତ୍ମସାତ କରି ଅଫିସର କର୍ମଚାରୀ ମାନେ ମାଲେ ମାଲ ହେଉଛନ୍ତି । ସରକାରୀ ଅନ୍ୟ ଯୋଜନାରେ ଏହି ଅଞ୍ଚଳରେ ଖନନ ହୋଇଥିବା ପୋଖରୀ ଗୁଡ଼ିକ ଏହି ଯୋଜନାରେ ଚଞ୍ଚକତାର ସହ ଭର୍ତ୍ତି କରାଇ ବ୍ୟାପକ ଅର୍ଥ କର୍ମଚାରୀ ମାନଙ୍କ ଦ୍ୱାରା ହରିଲୁଟ ହୋଇଥିବା ଦେଖିବାକୁ ମିଳିଛି । ଏବେ ଏହି କର୍ମଚାରୀ ଜଣକ ନିଜ ଭାଇ ନାମରେ ସାଇ ସପ୍ଲାୟର୍ସ ନାମରେ ଏକ ସଂସ୍ଥା ତିଆରି କରି ଏହି ଯୋଜନାରୁ କୋଟି କୋଟି ଟଙ୍କାର ଫାଇଦା ହାତେଇ ଥିବା ନଜରକୁ ଆସିଛି । ଏସମ୍ପର୍କରେ ସ୍ଥାନୀୟ କୃଷକ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି । ଯାହାକି ସରକାରଙ୍କ କୋଟି କୋଟି ଟଙ୍କାକୁ କର୍ମଚାରୀ ପାଣିରେ ପକାଉଥିବା ଦେଖିବାକୁ ମିଳିଛି । ଏହା ଉପରେ ଉଚ୍ଚ ସ୍ତରୀୟ ତଦନ୍ତ କରିବା ପାଇଁ ସାଧାରଣରେ ଦାବୀ ହେଉଛି ।