ବିଭିନ୍ନ ସ୍ଥାନରେ ଅନ୍ତଃରାଷ୍ଟ୍ରୀୟ ଯୋଗ ଦିବସ
ବ୍ୟାସନଗର : ଶନିବାର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଯୋଗ ଦିବସ ପାଳନ କରାଯାଇଛି । ବ୍ୟାସନଗର ସ୍ୱୟଂ ଶାସିତ କଲେଜ ଇଣ୍ଡୋର ଷ୍ଟାଡିୟମରେ ଯୋଗ ଦିବସ ପାଳିତ ହୋଇଥିବା ବେଳେ, କୋରେଇ ବିଧାୟକ ଆକାଶ ଦାସନାୟକ ଦିବସକୁ ଉଦ୍ଘାଟନ କରିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ଶରତ କୁମାର ମଲ୍ଲିକ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଏନ୍ସିସି ଅଫିସର କ୍ୟାପଟେନ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ ଅତିଥି ପରିଚୟ ପ୍ରଦାନ କରିଥିଲେ । ବିଧାୟକ ଦାସ ନାୟକ ଯୋଗର ଉପକାରିତା ଓ ପ୍ରଭାବ ବିଷୟରେ ସମବେତ ଯୋଗାଭ୍ୟାସୀଙ୍କୁ ବୁଝାଇଥିଲେ । ଯୋଗ ଶିକ୍ଷକ ବଟକୃଷ୍ଣ ପ୍ରଧାନ ସମବେତ ଜନତାଙ୍କୁ ଯୋଗ ଶିକ୍ଷା ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ଯାଜପୁର ଜିଲ୍ଲାର ପତଞ୍ଜଳୀ ଭାରତ ସ୍ୱାଭିମାନ ନ୍ୟାସର ସହ ପ୍ରଭାରୀ ବିଭୀଷଣ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଜିନ୍ଦଲ ଷ୍ଟେସନ୍ ଲେସ୍ ଷ୍ଟିଲ ଓ ନିତ୍ୟ ଯୋଗ କକ୍ଷ ବ୍ୟାସନଗର ଶାଖାର ସଭ୍ୟ ସଭ୍ୟା ସହଯୋଗ କରିଥିଲେ । ପତଞ୍ଜଳୀ ଯୋଗ ସମିତି ଭାରତ ସ୍ୱାଭିମାନ ନ୍ୟାସର ଯାଜପୁର ଜିଲ୍ଲା ପ୍ରଭାରୀ ବିବେକାନନ୍ଦ ଜେନା ବେଦମନ୍ତ୍ର ପାଠଥିଲେ ।
ଦାନଗଦୀ: ଦାନଗଦୀ ଭବନ ଠାରେ ଯୋଗ ଦିବସ ପାଳିତ ହୋଇଛି । ଅତିଥି ଭାବେ ବିଡିଓ ପ୍ରଦୀପ ସେଠୀ, ଏବିଡଓ ଦିବ୍ୟକାନ୍ତି ମିଶ୍ର ଯୋଗଦେଇ ଦୈନନ୍ଦିନ ଯୋଗ କରିବା ଦ୍ୱାରା ମନୁଷ୍ୟ ଶାରୀରିକ ଓ ମାନସିକସ୍ତରରେ ସୁସ୍ଥ ରୁହେ ବୋଲି କହିଥିଲେ । ଯୋଗ ଶିକ୍ଷକ ରବିନାରାୟଣ ସାହୁ ଉପସ୍ଥିତଙ୍କୁ ଯୋଗ ଶିକ୍ଷା ପ୍ରଦାନ କରିବା ସହ ଏହାର ଉପକାରିତା ବିଷୟରେ ବିସ୍ତୃତ ଭାବେ ବୁଝାଇ କହିଥିଲେ । ଅନୁରୂପ ଭାବେ ଦାନଗଦୀର ଗୋପବନ୍ଧୁ ସ୍ୱୟଂ ସେବକ ସଙ୍ଘର ଯୋଗ ଦିବସ ପାଳନ ହୋଇଥିଲା । ଏଥିରେ ସଙ୍ଘର ପରିଚାଳକ ଓ ସମାଜ ସେବୀ ଗୋପୀନାଥ ରାଉତ ଆଜିର ଯୋଗ ଦିବସ ସମ୍ବନ୍ଧରେ ମାର୍ଗ ଦର୍ଶନ ଦେବା ସହ ଉପସ୍ଥିତ ଭାଇ ମାନଙ୍କୁ ଯୋଗ, ପ୍ରାଣାୟାମ ଓ ଶାରୀରିକ ଶିକ୍ଷା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜଣେ ସଙ୍ଘର ବରିଷ୍ଠ କର୍ମକର୍ତା ଓ ଆଡଭୋକେଟ ରମାକାନ୍ତ ନନ୍ଦ, ଶ୍ରୀକାନ୍ତ ମହାପାତ୍ର, କୁମର ଚରଣ ମୁଦୁଲି, ଇନ୍ଦ୍ରଜିତ ବେହେରା, ଅନିରୁଦ୍ଧ ମିଶ୍ର, ବାଙ୍କବିହାରୀ ଦାସ, ମାୟାଧର ସେଠୀ, ଅଜୟ କୁମାର ଦାସଙ୍କ ସମେତ ଏକାଧିକ ସ୍ୱୟଂ ସେବକ ମାନେ ଉପସ୍ଥିତ ଥିଲେ ।
ସିଂହପୁର: ବିଞ୍ଝାରପୁର ବ୍ଲକ ପରିସରରେ ଯୋଗ ଦିବସ ପାଳନ ହୋଇଛି । ବିଡିଓ ହିତାଂଶୁ ଶେଖର ସାମଲ ଯୋଗ ଦେଇ ଶିବିରକୁ ଶୁଭାରମ୍ଭ କରିଥିଲେ । ଯୋଗ ମଣିଷକୁ ସୁସ୍ଥ ଓ ନିରୋଗ ରଖିଥାଏ ବିଡିଓ ଶ୍ରୀ ସାମଲ ମତ ପୋଷଣ କରିଥିଲେ । କାର୍ଯ୍ୟକ୍ରମରେ କାର୍ଯ୍ୟାଳୟର କର୍ମଚାରୀ ସମେତ ସ୍ଥାନୀୟ ଅଞ୍ଚଳର ବୁଦ୍ଧୀଜୀବୀ, ବ୍ଲକ ଉପାଧ୍ୟକ୍ଷ ସେକ୍ ଇର୍ସାଦ୍, ସମାଜସେବୀ କୈଳାସ ସେଠୀ ଯୋଗ ଦେଇଥିଲେ ।
ବାଲିଚନ୍ଦ୍ରପୁର: ବାଲିଚନ୍ଦ୍ରପୁରସ୍ଥିତ ସାହାସପୁର କଲେଜରେ ଆନ୍ତର୍ଜାତୀୟ ଯୋଗ ଦିବସ ଜାତୀୟ ସେବା ସଂସ୍ଥା ଆନୁକୁଲ୍ୟରେ ପାଳିତ ହୋଇଛି । କଲେଜ ଅଧ୍ୟକ୍ଷ ପ୍ରମୋଦ ପଣ୍ଡା ଯୋଗଦେଇ ନିରୋଗ ଜୀବନ ଯାପନ ପାଇଁ ଯୋଗର ଆବଶ୍ୟକତା ଉପରେ ମତ ରଖିଥିଲେ । କାର୍ଯ୍ୟକ୍ରମରେ ପ୍ରାଧ୍ୟାପକ ସଞ୍ଜୟ ସା, ଜାତୀୟ ସେବା ସଂସ୍ଥାର ସଂଯୋଜକ ଅଧ୍ୟାପକ କାହ୍ନୁଚରଣ ଜେନା, ପିଇଟି ପ୍ରତୁ୍ୟଷ ସାହୁ, ସଂଗ୍ରାମ କେଶରି ପରିଡା, ବିଶ୍ୱତୋଷ ନାୟକ, ପିବିଏସ ପୃଷ୍ଟି, ଡକ୍ଟର ମିଲନ କିଶୋର ଜେନା, ଅଧ୍ୟାପିକା ମିନତୀ ମଞ୍ଜରୀ ନାଏକ, ଆଦିତ୍ୟ ସାହୁ, ସ୍ୱାତି ପରିଜା, ହିମାଂଶୁ ଶେଖର ବେହେରା, ଦିପୁନ ପୁହାଣ, ଚିତରଞ୍ଜନ ରାଉତ, ଅଶୋକ ମଲ୍ଲିକ, ଅଧ୍ୟାପକ ପ୍ରଶାନ୍ତ କୁମାର ସାମଲ, ଡ. ଜୟନ୍ତ ଜେନା, ବିଜ୍ଞାନ ରଞନ ସେଠୀ, ହେମନ୍ତ ବେହେରା, ଲକ୍ଷ୍ମୀପ୍ରିୟା ମହାପାତ୍ର ପ୍ରମୁଖ ଯୋଗଦେଇ ଯୋଗାଭ୍ୟାସ କରିଥିଲେ ।