ରାମନବମୀ : ସୂର୍ଯ୍ୟ କିରଣରେ ଶ୍ରୀରାମଲାଲାଙ୍କ ଅଭିଷେକ

ଉତ୍ତର ପ୍ରଦେଶର ଅଯୋଧ୍ୟାରେ ରାମ ନବମୀରେ ରବିବାର ଶ୍ରୀରାମ ମନ୍ଦିରରେ ଶ୍ରୀରାମଲାଲାଙ୍କୁ ସୂର୍ଯ୍ୟଙ୍କ କିରଣରେ ଅଭିଷେକ କରାଯାଇଛି। ୪ଟି ଲେନ୍ସ ଏବଂ ଚାରୋଟି ଦର୍ପଣ ସାହାଯ୍ୟରେ ସୂର୍ଯ୍ୟକିରଣ ଶ୍ରୀରାମଲାଲାଙ୍କ କପାଳରେ ପଡ଼ିଥିଲା। ବୈଦିକ ମନ୍ତ୍ର ଉଚ୍ଚାରଣରେ ମନ୍ଦିର ପରିସର ଭକ୍ତିମୟ ହୋଇଉଠିଥିଲା। ଏହି ସମୟରେ ଭକ୍ତମାନେ ପ୍ରଭୁ ରାମ ଏବଂ ମାତା ସୀତାଙ୍କ ଜୟଜୟ ଗାନ କରିଥିଲେ।