ରାମ ମନ୍ଦିରରେ ସୁନାର ଶିଖର

ନୂଆଦିଲ୍ଲୀ : ଦ୍ୱିତୀୟ ପ୍ରାଣ ପ୍ରତିଷ୍ଠା ଉତ୍ସବ ପୂର୍ବରୁ ଅଯୋଧ୍ୟା ରାମ ମନ୍ଦିରରେ ସୁନାର ଶିଖର ଲାଗିଛି । ଏହି ସ୍ୱର୍ଣ୍ଣ ଖଚିତ ଶିଖର ମନ୍ଦିରର ଉପର ଭାଗରେ ଲଗା ଯାଇଛି । ଏହା ସ୍ତମ୍ଭ ଭଳି ଠିଆହୋଇଛି । ଗତବର୍ଷ ରାମ ମନ୍ଦିରର ପ୍ରଥମ ପର୍ୟ୍ୟାୟ ନିର୍ମାଣ କାର୍ୟ୍ୟ ଶେଷ ହୋଇଥିଲା । ୨୦୨୪ ଜାନୁଆରୀ ୨୨ରେ ରାମ ଲାଲାଙ୍କର ମୂର୍ତ୍ତି ସ୍ଥାପନ କରାଯାଇଥିଲା । ତେବେ ଦ୍ୱିତୀୟ ପର୍ୟ୍ୟାୟ ନିର୍ମାଣ କାର୍ୟ୍ୟ ଜାରି ରହିଥିଲା । ଜୁନ୍ ୫ରେ ଦ୍ୱିତୀୟ ପ୍ରାଣ ପ୍ରତିଷ୍ଠା ଉତ୍ସବ କରାଯିବ । ନବ ନିର୍ମିତ ରାମ ଦରବାର ଉନ୍ମେ୍ାଚିତ ହେବ । ସେଠାରେ ଶିବ, ଗଣେଶ, ହନୁମାନ, ସୂର୍ୟ୍ୟ, ଭଗବତୀ, ଅନ୍ନପୂର୍ଣ୍ଣା, ଶେଷାବତାର ଭଳି ମୂର୍ତ୍ତିର ପ୍ରାଣ ପ୍ରତିଷ୍ଠା ହେବ । ଆସନ୍ତାକାଲି ଠାରୁ ରାମ ମନ୍ଦିର ଉତ୍ସବ ମୁଖର ହୋଇପଡ଼ିବ । ସେହିପରି ପ୍ରଥମ ମହଲାରେ ରାମ, ଲକ୍ଷ୍ମଣ ଓ ସୀତାଙ୍କ ମୂର୍ତ୍ତି ସ୍ଥାପନ କରାଯିବ ବୋଲି ମନ୍ଦିର ନିର୍ମାଣ କମିଟିର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ର ସୂଚନା ଦେଇଛନ୍ତି । ପ୍ରାଣ ପ୍ରତିଷ୍ଠା ଉତ୍ସବର ସପ୍ତାହକ ପରେ ଏହା ସାଧାରଣ ଦର୍ଶନ ପାଇଁ ଖୋଲାଯିବ ।