କାଳ ହେଲା ଜିରୋ ଆଇଟି ରିଟର୍ଣ୍ଣ : ୧୪୧୬ ହିତାଧିକାରୀଙ୍କ ରାସନ କାର୍ଡ କଟିବାକୁ ନୋଟିସ୍

ପଟ୍ଟାମୁଣ୍ଡାଇ : ଖାଉଟିମାନଙ୍କ ପାଇଁ କାଳ ସାଜିଛିି ଜିରୋ ଆଇଟି ରିଟର୍ଣ୍ଣ । ସହରାଞ୍ଚଳରୁ ଗ୍ରାମାଞ୍ଚଳ ସବୁଠି ବହୁ ଯୋଗ୍ୟ ହିତାଧିକାରୀ ବିଭିନ୍ନ ପରିସ୍ଥିତିରେ ଜିରୋ ରିଟର୍ଣ୍ଣ ଫାଇଲ୍ କରି ହରଡ଼ଘଣାରେ ପଡ଼ିଛନ୍ତି । ଯାହାକୁ ନେଇ ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଓ ବ୍ଲକରେ ରାସନ କାର୍ଡ କଟିବାକୁ ୧୪୧୬ ଜଣଙ୍କ ରାସନ କାର୍ଡଧାରୀଙ୍କୁ ନୋଟିସ ଜାରି କରାଯାଇଛି । 
ପ୍ରକାଶ ଯେ, ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ ୩୧୯ଟି ପରିବାରର ୧୧୧୮ଜଣ ସଦସ୍ୟ ରହିଥିବା ବେଳେ ବ୍ଲକରେ ୧୦୯୭ଟି ପରିବାରର ୩୬୮୦ଜଣ ସଦସ୍ୟଙ୍କର ଘରକୁ ନୋଟିସ୍ ଦିଆଯାଇଛି । ନୋଟିସ୍ରେ ଆଧାରରେ ମାସିକ ଆୟ ୧୫ହଜାରରୁ ଅଧିକ ରହିଥିବାରୁ ରାସନକାର୍ଡ କାଟି ଦିଆଯିବ ବୋଲି କୁହାଯାଇଛି । ପୌରାଞ୍ଚଳର ୧୮ ନମ୍ବର ୱାର୍ଡର ଅନ୍ନପୂର୍ଣ୍ଣା ମହାନ୍ତି, ଅଶୋକ ତ୍ରିପାଠୀ, ପ୍ରମୋଦିନୀ ସେଠୀ, ପାର୍ବତୀ ନାୟକ, ସୁକୁଲା  ପଣ୍ଡା, ହିମାଂଶୁ ପଣ୍ଡା, ଲଚ୍ଛମନ ଦାସ, ପୁଷ୍ପଲତା ବେହେରା ଏବଂ ରାହୁଲ ମାଲିକଙ୍କ ରାସନ୍ କାର୍ଡ କାଟିବା ପାଇଁ ନୋଟିସ୍ ଜାରି ହୋଇଥିବାବେଳେ ୧୯ ନଂ ୱାର୍ଡର ଭୋଳାନାଥ ବାରିକ, ବାସନ୍ତୀ କର, ମାନାସି ବାରିକ, କୁଳମଣି ପାତ୍ର, ପୀତାମ୍ବର ବିଶ୍ୱାଳଙ୍କ ସହିତ ୨୦ନଂ ୱାର୍ଡର ଅମୂଲ୍ୟ ବେହେରା ଜିରୋ ଆଇଟି ରିଟର୍ଣ୍ଣ ଫାଇଲ୍ କରିଥିବାରୁ ସେ ଫଳ ଭୋଗୁଥିବା କହିଛନ୍ତି । ଆମର ସେମିତି ରୋଜଗାର ନାହିଁ, ଆମେ ଚଳିବୁ କେମିତି ବୋଲି ଜାରି ହୋଇଥିବା ନୋଟିସ୍କୁ ଅନେକ ହିତାଧିକାରୀ କହିଛନ୍ତି । ରାସନକାର୍ଡ ବ୍ୟବସ୍ଥାରେ ଅଯୋଗ୍ୟଙ୍କୁ କାଟିବାକୁ ସରକାର ଆପଣାଇଥିବା ନିୟମରେ ବହୁ ଯୋଗ୍ୟ ହିତାଧିକାରୀ ବଳିପଡ଼ିବାକୁ ଯାଉଥିବାରୁ ଯୋଗାଣ ବିଭାଗରେ ଖାଉଟିଙ୍କ ଭିଡ଼ ଲାଗିଛି । କିଏ କାର୍ଡÿ ଫେରାଉଛି, ଆଉ କିଏ କାର୍ଡÿ ନ କାଟିବାକୁ ଆପରି କରି ଆବଶ୍ୟକ କାଗଜପତ୍ର ଦାଖଲ କରୁଥିବା ନଜରକୁ ଆସିଛି । ଏ ନେଇ ଗୋଷ୍ଠୀ ଯୋଗାଣ ନିରୀକ୍ଷକ ପୁଷ୍ପଳତା ଗାହଣ ବ୍ଲକ ଅଞ୍ଚଳରେ ଯେଉଁ ଖାଉଟିମାନଙ୍କୁ ନୋଟିସ୍ ଲାଗିଛି ସେମାନ ଅଫିସରେ ଆସି ଦରଖାସ୍ତ ମଧ୍ୟମରେ ଜଣାଇଲେ ସେମାନଙ୍କ ଘରକୁ ଯାଇ ବିଭାଗ ପକ୍ଷରୁ ତଦନ୍ତ କରାଯିବା ପରେ ନିଷ୍ପତ୍ତି ନିଆଯିବ, ତା’ ପୂର୍ବରୁ କାହାର ରାସନ କାର୍ଡ କଟାଯିବ ନାହିଁ । ଯେଉଁମାନଙ୍କ କାର୍ଡ କାଟିବାକୁ ସୂଚନା ଆସିଛ, ସେମାନେ ଟ୍ୟାକ୍ସ ରିଟର୍ଣ୍ଣ ଫାଇଲ୍ କରିଛନ୍ତି ବୋଲି କହିଛନ୍ତି ।