ଓଡ଼ିଶାରେବିଦେଶୀ ପାଇଛନ୍ତି ରାସନ କାର୍ଡ: ନାଁ କାଟିବାକୁ ନିର୍ଦ୍ଦେଶ

ଓଡ଼ିଶାରେବିଦେଶୀ ପାଇଛନ୍ତି ରାସନ କାର୍ଡ: ନାଁ  କାଟିବାକୁ ନିର୍ଦ୍ଦେଶ

ବିଦେଶୀ ପାଇଛନ୍ତି ରାସନ କାର୍ଡ  । ଓଡ଼ିଶାରେ ପାକିସ୍ଥାନୀ, ବାଲାଂଦେଶୀ ଏବଂ ମିଆଁମାର ଲୋକ ରାସନ କାର୍ଡ ହାତେଇଛନ୍ତି । ଏହା ଜାଣି ପ୍ରଶାସନ  ତତ୍‌ପର। ଏନେଇ ଯୋଗାଣମନ୍ତ୍ରୀ  କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି ଯେଉଁ ବିଦେଶୀମାନେ ରାସନ କାର୍ଡ ପାଇଛନ୍ତି ସେମାନଙ୍କ ନାଁ ରାସନ କାର୍ଡରୁ କଟିବ । ଓଡିଶାକୁ ଅନୁପ୍ରବେଶ କରି ରାସନ କାର୍ଡ ହାତେଇଥିବା ବିଦେଶୀକୁ ଚିହ୍ନଟ ପାଇଁ ବିଭାଗ ନିର୍ଦ୍ଦେଶ ଦେଇଛି । ପାକିସ୍ଥାନ, ବାଳାଂଦେଶ, ମିଆଁମାରର ଅନେକ ବିଦେଶୀ ରାସନ କାର୍ଡ ହାତେଇଥିବା ଜଣା ପଡ଼ିଛି । ଏଥିପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ, ସେମାନଙ୍କୁ ଚିହ୍ନଟ କରି ରାସନ କାର୍ଡରୁ ନାଁ କାଟିବାକୁ କୁହାଯାଇଛି ।  ଯିଏ ବି ରାଜନୈତିକ ଚାପ କିମ୍ବା ଅନ୍ୟ ଉପାୟରେ ରାସନ କାର୍ଡ ହାତେଇଛନ୍ତି ସେମାନଙ୍କୁ ତୁରନ୍ତ  ଚିହ୍ନଟ କରି କାଟିବାକୁ କୁହାଯାଇଛି । ପ୍ରକ୍ରିୟା ସରିଲେ ସଂଖ୍ୟା ସାମ୍ନାକୁ ଆସିବ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।