ପିଲାଙ୍କ ସହିତ ମଧ୍ୟାହ୍ନ ଭୋଜନ ଖାଇଲେ ଜିଲାପାଳ
bhadrak news

ଭଦ୍ରକ - ଭଦ୍ରକ ଜିଲା ଧାମନଗର ବ୍ଲକ ରେ ଅଧିକାଂଶ ବିଦ୍ୟାଳୟ ରେ ମଧ୍ୟାହ୍ନ ଭୋଜନ ରୋଷେଇ ରେ ଅନିୟମିତତା ଓ ନିମ୍ନମାନର ହେଉଥିବାର ବାରମ୍ୱାର ଅଭିଯୋଗ ହୋଇ ଆସୁଥିଲା ତେବେ । ତେବେ ଆଜି ଧାମନଗର ବ୍ଲକ ସନ୍ନିକଟ ତାଳପଦା ସରକାରୀ ଉପ୍ରା ବିଦ୍ୟାଳୟରେ ଦିନ ଗୋଟେ ବେଳେ ଅଚାନକ ଭଦ୍ରକ ଜିଲାପାଳ ଦିଲ୍ଲୀପ ରାଉତରାଏ ପହଂଚି ଥିଲେ । ବିଦ୍ୟାଳୟର ବିଭିନ୍ନ ସମସ୍ୟା ବୁଝିବା ସହିତ ମଧ୍ୟାହ୍ନ ଭୋଜନର ମାନ ସମ୍ପର୍କରେ ଛାତ୍ରଛାତ୍ରୀ ମାନଙ୍କୁ ପଚାରି ବୁଝିଥିଲେ । ପରେ ପିଲାଙ୍କ ସହିତ ତଳେ ବସି ମଧ୍ୟାହ୍ନ ଭୋଜନ ନିଜେ ଜିଲାପାଳ ଖାଇ ମାନ ଯାଂଚ କରିଥିଲେ । ତେବେ ସରକାର ମଧ୍ୟାହ୍ନ ଭୋଜନ ପାଇଁ ଦେଉ ଥିବା ଅର୍ଥ ରୋଷେଇ ପାଇଁ ଯଥେଷ୍ଟ ନୁହଁ । କାରଣ ବଜାର ଦର ଆକାଶ ଛୁଆଁ । ଯଥା ଡାଲି , ପିଆଜ ,ତେଲ , ଅଣ୍ଡା ଓ ପରିବା ଦର ହୁ ହୁ ହୋଇ ବଡୁଛିବୋଲି ପ୍ରଧାନ ଶିକ୍ଷୟତ୍ରୀ ମଧୁସ୍ମିତା ଜେନା ଜିଲ୍ଲାପାଳ ଙ୍କୁ କହିଥିଲେ । ଜିଲାପାଳ ଙ୍କ ସହିତ ମୁଖ୍ୟ ଉନ୍ନୟନ ଅଧିକାରୀ ସରୋଜ କୁମାର ଦତ ଓ ଉପ ଜିଲାପାଳ ସୌରଭ ଚକ୍ରବର୍ତୀ, ତହସିଲଦାର ଦୀପକ ଦାସ, ବିଡ଼ିଓ ବନ ବିହାରୀ ଦିଣ୍ଡା,ବିଇଓ ଜଗବନ୍ଧୁ ସାହୁ, ଏ ବି ଇ ଓ ସତ୍ୟ ସୁନ୍ଦର ପରିଡ଼ାମଧ୍ୟ ଉପସ୍ଥିତ ଥିଲେ । ତେବେ ଜିଲ୍ଲାପାଳ ଏପରି ଅଚାନକ ଭାବେ ଅନ୍ୟ ବିଦ୍ୟାଳୟ କୁ ଗଲେ ଶିକ୍ଷକ ଶିକ୍ଷୟତ୍ରୀ ମାନେ ସଚେତନ ଓ ସଜାଗ ରହିବେ ବୋଲି ଅଭିଭାବକ ମତ ପ୍ରକାଶ କରିଛନ୍ତି ।