ଚୋରା ମାଟି ଓ ବାଲି ପରିବହନ, ଭାଙ୍ଗିଦେଲେ ବିଦ୍ୟୁତ ଖୁଣ୍ଟ

ଭଣ୍ଡାରିପୋଖରୀ : ମଞ୍ଜୁରୀରୋଡ ଫାଣ୍ଡି ଅନ୍ତର୍ଗତ କୁସୁମା-କଣ୍ଟାପୋଖରୀ ଗ୍ରାମ୍ୟ ଉନ୍ନୟନ ରାସ୍ତାରେ ରାତ୍ରକାଳନ ଚୋରା ମାଟି ଓ ବାଲି ପରିବହନକାରୀ ଟ୍ରାକ୍ଟରଗୁଡିକର ବେପରୁଆ ଚାଳନା ଯୋଗୁଁ ବହୁ ଧନଜୀବନ ହାନୀ ହେଉଥିବା ଜଣାଯାଇଛି । ଦକ୍ଷିଣପୂର୍ବ ରେଳପଥ ଦୋହରୀକରଣ କାର୍ଯ୍ୟ ପାଇଁ ବିପୁଳ ପରିମାଣର ମାଟି ଓ ବାଲି ଆବଶ୍ୟକ ହେଉଛି । ଏହି ଆବଶ୍ୟକତା ପୂରଣ ପାଇଁ ନିଯୁକ୍ତ ଦଲାଲମାନେ ବିଭିନ୍ନ ସ୍ଥାନରୁ ମାଟି ଓ ବାଲି ଚୋରା ଚାଲାଣ କରୁଥିବା ଜଣାଯାଇଛି । ବିଶେଷ କରି ରାତ୍ର ୯ ଟା ଠାରୁ ଭୋର ପର୍ଯ୍ୟନ୍ତ ଟ୍ରାକ୍ଟର ଯୋଗେ ବେଆଇନ ପରିବହନ ହେଉଥିବା ଜଣାଯାଇଛି । ଗୋଟିଏ ରାତିରେ ସର୍ବାଧିକ ଟ୍ରିପ ପରିବହନ ପାଇଁ ଟ୍ରାକ୍ଟରଗୁଡିକ ମଧ୍ୟରେ ପ୍ରତିଯୋଗୀତା ଚାଲୁଥିବାରୁ ଚାଳକମାନେ ନିଶାଶକ୍ତ ଅବସ୍ଥାରେ ବେପରୁଆ ଓ ଅତି ଦ୍ରୁତଗତିରେ ଚାଳନା କରୁଥିôବା ଜଣାଯାଇଛି । ଏଥିପାଇଁ ବିିନ୍ନ ରାସ୍ତାରେ ରେଳଯାତ୍ରା କିମ୍ବା ଚିକିତ୍ସା ପାଇଁ ରାତ୍ରକାଳୀନ ଯାତୟାତ ଆବଶ୍ୟକତା ଥିôବା ଲୋକେ ଅସୁରକ୍ଷିତ ମଣୁଛନ୍ତି । ଗତ ଶୁକ୍ରବାର ରାତ୍ରରେ ଥଇଳା ମଠଛକ କଦମ୍ବମୂଳ ରାସ୍ତାବାଙ୍କରେ ଥିବା ଦ୍ରୁତଗାମୀ ବାଲି ଅଥବା ମାଟି ପରିବହନକାରୀ ଟ୍ରାକ୍ଟର ରାସ୍ତା ପାଶ୍ୱର୍ ଗଛ ଭାଙ୍ଗ ପକାଇବା ସହ ବିଦ୍ୟୁତ ଖୁଣ୍ଟକୁ ଭାଙ୍ଗି ଦେଇଥିବା ଜଣାଯାଇଛି । ଶନିବାର ସକାଳେ ବିଦ୍ୟୁତ ବିଭାଗ ଭଙ୍ଗା ଖୁଣ୍ଟ ମରାମତି କରିଦେଇଥିବା ଜଣାଯାଇଛି । ହେଲେ ଟ୍ରାକ୍ଟରଗୁଡିକ ବେପରୁଆ ଦ୍ରୁତ ଚାଳନାକୁ ନିୟନ୍ତ୍ରଣ କରିବାକୁ ପ୍ରଶାସନ ଦୃଷ୍ଟି ଦେଉ ବୋଲି ସାଧାରଣରେ ଦାବି ହୋଇଛି । ଏ ସମ୍ପର୍କରେ ଦୃଷ୍ଟି ଦେବେ ବୋଲି ମଞ୍ଜୁରୀରୋଡ ଫାଣ୍ଡି ଅଧିକାରୀ ମତ ଦେଇଛନ୍ତି ।