ଟଙ୍କାନେଇ ଫେରାର ଯୁବକଙ୍କୁ ବାନ୍ଧିଲା ପୁଲିସ
ାା ପ୍ରଭାନୁ୍ୟଜ ।ା ତିହିଡି,: ଜମି ବିକ୍ରି ପାଇଁ ଟଙ୍କା ନେଇ ଗାଁରୁ ଫେରାର ହୋଇଥିବା ଯୁବକଙ୍କୁ ବାନ୍ଧିଲା ପୁଲିସ । ଭଦ୍ରକ ଜିଲ୍ଲା ପୀରହାଟ ଥାନା ଅର୍ଜୁନବିନ୍ଧା ଗାଁର ରାଜେଶ ମହାନ୍ତି ନାମକ ଜନୈକ ଯୁବକ ଗିରଫ୍ ହୋଇଥିବା ସୂଚନା ମିଳିଛି । ଗତ ଏକ ବର୍ଷ ତଳେ ରାଜେଶ ନିଜର ଜମି ବିକ୍ରି କରିବା ଲାଗି ସ୍ଥାନୀୟ ଅମୃତପୁର ଗାଁର ମନୋରଞ୍ଜନ ପରିଡାଙ୍କ ସହ ମୁଲ·ଲ କରିଥିଲେ । ଅର୍ଜୁନବିନ୍ଧା ମୌଜାର ରାଜେଶଙ୍କ ଜମିକୁ କିଣିବା ଲାଗି ମନୋରଞ୍ଜନ ପରିଡା ପ୍ରଥମେ କଥା ହୋଇଥିଲେ । ପରେ ଜମିର ଦାମ ମଧ୍ୟ ସ୍ଥିର ହୋଇଥିଲା ।
ମନୋରଞ୍ଜନ ପରିଡା ପର୍ଯ୍ୟାୟକ୍ରମେ ରାଜେଶ ମହାନ୍ତିଙ୍କ ସ୍ତ୍ରୀ ରଶ୍ମିତା ପଟ୍ଟନାୟକଙ୍କ ବ୍ୟାଙ୍କ ଖାତା ଜରିଆରେ ୧୩ ଲକ୍ଷ ୫୧ ହଜାର ଟଙ୍କା ପ୍ରଦାନ କରିଥିଲେ । ୨୪ ଥର ବ୍ୟାଙ୍କ ଏକାଉଣ୍ଟ ଓ ଦୁଇ ଥର ହାତାହାତି ଟଙ୍କା ପ୍ରଦାନ କରିଥିବା କହିଛନ୍ତି ମନୋରଞ୍ଜନ । ଜମି ଦଲିଲ କଥା ଉଠିବା ବେଳକୁ ଅଭିଯୁକ୍ତ ମନା କରିଥିଲେ ଏବଂ ଟଙ୍କା ଫେରସ୍ଥ କରିଦେବେ ବୋଲି ମଧ୍ୟ କହିଥିଲେ । ୪ ମାସ କାଳ ଆଜିକାଲି କହି ଟାଳି ·ଲିଲା ଏବଂ ଶେଷରେ ମୋବାଇଲ୍ ବନ୍ଦ କରି ଦେଇଥିବା ଏବଂ ପରେ ଗାଁ ଛାଡି କୁଆଡେ ପଳେଇ ଯାଇଥିବା ଜାଣିବା ପରେ ଆଇନ୍ର ଆଶ୍ରୟ ନେଇଥିଲେ ମନୋରଞ୍ଜନ । ଏନେଇ ମନୋରଞ୍ଜନ ପରିଡା ଗତ ତା ୦୮.୦୭.୨୪ରିଖରେ ଥାନାର ଦ୍ୱାରସ୍ଥ ହୋଇଥିଲେ । ମନୋରଞ୍ଜନ ପରିଡାଙ୍କ ଏତଲାକ୍ରମେ ଥାନାରେ ରାଜେଶ ମହାନ୍ତି ଓ ତାଙ୍କ ସ୍ତ୍ରୀ ରଶ୍ମିତା ପଟ୍ଟନାୟକଙ୍କ ବିରୋଧରେ ଥାନାରେ ଏକ ମାମଲା ୨୧୧/୧୪, ଦଫା ୪୨୦, ୪୧୯ ଓ ୩୪ ଆଇପିସି ରୁଜୁ କରି ପୁଲିସ ଖୋଳତାଡ ଆରମ୍ଭ କରିଥିଲା । ମୋବାଇଲ୍ ଟ୍ରାକିଂ ଜରିଆରେ ରାଜେଶ ଭୁବନେଶ୍ୱର ଏୟାରଫିଲ୍ଡ ଅଞ୍ଚଳରେ ରହୁଥିବା ନେଇ ସ୍ପଷ୍ଟ ହୋଇଥିଲା । ଆଇଆଇସି ଅଜୟ ମୁର୍ମୁଙ୍କ ନିଦେ୍ର୍ଦଶ କ୍ରମେ ଏସଆଇ ସୁପ୍ରକାଶ ମହାନ୍ତି, କନେଷ୍ଟବଳ ତୁଷାର ପଣ୍ଡା ଓ ସ୍ମୃତିରେଖା ବଳ ପ୍ରମୁଖ ସଦଳବଳେ ପହଁଞ୍ଚô ରବିବାର ରାତିରେ ସେଠାରୁ ଗିରଫ୍ କରିଥିଲେ । ସୋମବାର ଅପରାହ୍ନରେ ରାଜେଶଙ୍କୁ କୋର୍ଟ ·ଲାଣ କରାଯାଇଥିବା ସୂଚନା ମିଳିଛି ।