ରଥ କାଠ ଅନୁକୂଳ

ରଥ କାଠ ଅନୁକୂଳ

 ଜୟପୁର : କୋରାପୁଟ ଜିଲ୍ଲା ଜୟପୁର ଠାରେ ପବିତ୍ର ବୈଶାଖ ମାସ ଅକ୍ଷୟ ତୃତୀୟା ତିଥିରେ ପରମ୍ପରା ଅନୁଯାୟୀ ରଥ ନିର୍ମାଣ ନେଇ କାଠ କଟାଯାଇ ଅନୁକୂଳ କରାଯାଇଛି । ଜୟପୁର ସହରର ରଥପଡିଆ ଠାରେ ଏହି ଅବସରରେ ପୂର୍ବାହ୍ନରେ ରୀତିନିତିରେ ପୂଜାର୍ଚ୍ଚନା ଓ ହୋମଯଜ୍ଞ ମାଧ୍ୟମରେ ଅନୁକୂଳ କରାଯାଇଥିଲା । ଗତବର୍ଷ ଉଭୟ ବଡ ଓ ସାନରଥ ସମ୍ପୁର୍ଣ୍ଣ ଭାବେ ନୂତନ କାଠରେ ନିର୍ମାଣ ହୋଇଥିବା ଯୋଗୁଁ ଚଳିତ ବର୍ଷ କେବଳ ଆବଶ୍ୟକ ଅନୁଯାୟୀ କାଠ ପରିବର୍ତ୍ତନ କରାଯାଇ ଗତବର୍ଷ କାଠକୁ ହିଁ ବ୍ୟବହାର କରାଯିବ । ନିର୍ମାଣ କରୁଥିବା ମହାରଣାଙ୍କ ଉପସ୍ଥିତିରେ ପୂଜାର୍ଚ୍ଚନା କରାଯାଇ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଛି । ବଡ ରଥ ପାଇଁ ୯ଟି ଚକ,  ୪ଟି ଅଖ ଏବଂ ସାନ ରଥ ପାଇଁ ୪ଟି ଚକା ଏବଂ ୨ଟି ଅଖ  ରହିବ । ପବିତ୍ର ଅକ୍ଷୟ ତୃତୀୟା ଅନୁକୂଳ ଅବସରରେ ଜୟପୁର ବିଧାୟକ, ଭାରପ୍ରାପ୍ତ ଦେବତ୍ତୋର ଅଧିକାରୀ ତଥା ଅତିରିକ୍ତ  ତହସିଲଦାର ଚିତ୍ତରଞ୍ଜନ ପଟ୍ଟନାୟକ, ପୂର୍ବତନ ଦେବତ୍ତୋର ପରିଚାଳନା କମିଟିର ଅଧ୍ୟକ୍ଷ ନଟେନ୍ଦ୍ର ନାଥ ନାୟକ, ଲାଲମୋହନ ମିଶ୍ର, କର୍ମଚାରୀ ତଥା ମୁଖ୍ୟ ପୁରୋହିତ କୃଷ୍ଣଚନ୍ଦ୍ର ଦାଶ, କନିଷ୍ଠ କିରାଣୀ ଶୁଭମ ମିଶ୍ର, ଜଗନ୍ନାଥ ମନ୍ଦିରର ମୁଖ୍ୟ ପୂଜକ ଡମ୍ବୁରୁଧର ପଣ୍ଡା, ପତ୍ରୀ ଜଗନ୍ନାଥ ତ୍ରିପାଠୀ, ପ୍ରମୁଖ ଉପସ୍ଥିତ ରହି ପୂଜାର୍ଚ୍ଚନା କରିଥିଲେ ।