ରେକର୍ଡ଼ ବ୍ରେକର ଗିଲ୍ : ଗାଭାସ୍କରଙ୍କୁ ପଛରେ ପକାଇଲେ

 ହାଇଦ୍ରାବାଦ: ସୁବମନ ଗିଲଙ୍କ କ୍ୟାପଟେନ ଇନିଂସ ଖାଲିଯେ, ଭାରତକୁ ଡ୍ରାଇଭର ସିଟ୍ରେ ବସାଇଛି ତାହା ନୁହେଁ ବରଂ, ଅନେକ ରେକର୍ଡ଼ ବି ସୃଷ୍ଟି କରଛି  । ଆଜି ଗୋଟିଏ ଦିନରେ ଦୁଇ ମହାନ ଖେଳାଳୀ ସୁନୀଲ ଗାଭାସ୍କର ଓ ବିରାଟ କୋହଲିଙ୍କ ରେକର୍ଡ଼ ଭାଙ୍ଗିଛନ୍ତି ଗିଲ୍  । ଭାରତ ୬୦୭ ରନର ଅଗ୍ରଣୀ ହାସଲ କରି ଇଂଲଣ୍ଡ ପାଇଁ ଆହ୍ୱାନ ସୃଷ୍ଟି କରିଛି  । ସେପଟେ ଗିଲ ପ୍ରଥମ ଇନିଂସରେ ଦ୍ୱିଶତକ ଓ ଦ୍ୱିତୀୟ ଇନିଂସରେ ଶତକ ହାସଲ କରି ଗୋଟିଏ ଟେଷ୍ଟରେ ଭାରତୀୟ ବ୍ୟାଟ୍ସମ୍ୟାନ୍ ଭାବେ ସର୍ବାଧିକ ରନ୍ ସ୍କୋର କରିବାର ରେକର୍ଡ଼ ସୃଷ୍ଟି କରିଛନ୍ତି  । ଟେଷ୍ଟର ଉଭୟ ଇନିଂସରେ ୪୩୦ ରନ୍ କରି ସର୍ବାଧିକ ରନ ତାଲିକାରେ ବିଶ୍ୱର ଦ୍ୱିତୀୟ ନମ୍ବର ସ୍ଥାନରେ ରହିବାର ସୌଭାଗ୍ୟ ହାସଲ କରିଛନ୍ତି  । ସେ ଉଭୟ ଇନିଂସରେ ୪୩୦ ରନ୍ କରିଥିବାବେଳେ ୧୯୯୦ରେ ଗ୍ରାହାମ୍ ଗୁଚ୍ ଭାରତ ବିପକ୍ଷରେ ୪୫୬ ରନ୍ କରି ପ୍ରଥମ ସ୍ଥାନରେ ରହିଛନ୍ତି  । ୫୪ ବର୍ଷ ଧରି ସୁନୀଲ ଗାଭାସ୍କରଙ୍କ ରେକର୍ଡ଼କୁ ଆଜି ଗିଲ୍ ଭାଙ୍ଗି ଦେଇଛନ୍ତି  । ଗାଭାସ୍କର ଉଭୟ ଇନିଂସରେ ୩୪୪ ରନ୍ ସ୍କୋର କରି ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ତାଲିକାରେ ୧ ନମ୍ବରରେ ରହିଥିଲେ  । ଅପରପକ୍ଷରେ କ୍ୟାପଟେନ ଭାବେ ପ୍ରଥମ ଟେଷ୍ଟ ସିରିଜ୍ରେ କୋହଲି ସର୍ବାଧିକ ୪୪୯ ରନ୍ କରିଥିବାବେଳେ ମାତ୍ର ୪ଟି ଇନିଂସରେ ଗିଲ୍ ତାଙ୍କୁ ପଛରେ ପକାଇ ଦେଇଛନ୍ତି  ।