ଦେବେନ୍ଦ୍ର ପ୍ରଧାନଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିଲେ ସାଂସଦ ରୁଦ୍ର ପାଣି
ତାଳଚେର: ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ନୂଆଦିଲ୍ଲୀ ଠାରେ ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ତଥା ପୂର୍ବତନ ରାଜ୍ୟ ବିଜେପି ସଭାପତି ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କୁ ଭେଟି ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ଆଶୁ ଆରୋଗ୍ୟ କାମନା କରିଛନ୍ତି । ମଙ୍ଗଳବାର ସାଂସଦ ଶ୍ରୀ ପାଣି ଡା ପ୍ରଧାନଙ୍କୁ ଭେଟିବା ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ଓଡିଶା ବିଜେପିର ପ୍ରାଣ ପ୍ରତିଷ୍ଠାତା ତଥା ଲକ୍ଷ ଲକ୍ଷ କାର୍ଯ୍ୟକର୍ତ୍ତାଙ୍କ ମାର୍ଗଦର୍ଶକ ଡା ପ୍ରଧାନ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ କେନ୍ଦ୍ର ସଡକ ପରିବହନମନ୍ତ୍ରୀ ଭାବେ କାର୍ଯ୍ୟ କରି ଓଡିଶାର ଜାତୀୟ ରାଜପଥକୁ ଦ୍ୱିଗୁଣିତ କରିଥିଲେ । ଏହି ସମୟରେ ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଡା ପ୍ରଧାନଙ୍କର ଧର୍ମପନôୀ ବସନ୍ତ ମଞ୍ଜରୀ ପ୍ରଧାନ ଉପସ୍ଥିତ ଥିଲେ । ସାଂସଦଙ୍କ ସହ ବିଜେପି ଜୋନାଲ ମିଡିଆ ସେଲ ସଂଯୋଜକ ପର୍ଶୁରାମ ବାରିକ ଉପସ୍ଥିତ ଥିଲେ ।