ସୂର୍ଯ୍ୟପ୍ରଭା’ ଲେଖିଲା ପରେ.... ଆବଦ୍ଧ ହେଲା ମୁକୁଳା ଟ୍ରାନ୍ସଫର୍ମର


ାା ପ୍ରଭାନୁ୍ୟଜ ।ା ବ୍ରହ୍ମବରଦା : ସୂର୍ଯ୍ୟପ୍ରଭା ଲେଖିଲା ପରେ ଭାଙ୍ଗିଲା ବିଦୁ୍ୟତ ବିଭାଗର ନିଦ । ଆବଦ୍ଧ ହେଲା ମୁକୁଳା ଟ୍ରାନ୍ସଫର୍ମର । ନିଜକୁ ସୁରକ୍ଷିତ ମଣିଛନ୍ତି ଲୋକେ ଓ ବିପଦମୁକ୍ତ ହୋଇଛନ୍ତି ଉକ୍ତ ଅଞ୍ଚଳରେ ଚଳପ୍ରଚଳ କରୁଥିବା ବୁଲା ଗାଈଗୋରୁ । ତୁରନ୍ତ ସମାଧାନ ପାଇଁ ଟାଟା ବିଦୁ୍ୟତ ବିଭାଗକୁ ଧନ୍ୟବାଦ ଦେଇଛନ୍ତି ଗ୍ରାମବାସୀ । ସୂଚନା ଥାଉ କି ରସୁଲପୁର ବ୍ଲକ ଅଧିନ ବ୍ରହ୍ମବରଦା ହାଟ ସ୍ଥିତ ଗ୍ରାମ୍ୟବ୍ୟାଙ୍କ ପଛପଟେ ଏକ ମୁକୁଳା ଟ୍ରାନ୍ସଫର୍ମର ଦୀର୍ଘବର୍ଷ ହେବ ବିପଦ ପୂର୍ଣ୍ଣ ଅବସ୍ଥାରେ ରହିଥିଲା । ତା ସହିତ ବହୁ ଅନାବନା ଗଛଲତା ମାଟି ତଳୁ ଟ୍ରାନ୍ସଫର୍ମର ଉପର ପର୍ଯ୍ୟନ୍ତ ମାଡି ଯାଇଥିଲା । ଏନେଇ ‘ସୂର୍ଯ୍ୟପ୍ରଭା’ରେ "ବିପଦ ବଢ଼ାଉଛି ମୁକୁଳା ଟ୍ରାନ୍ସଫର୍ମର’ ଶିର୍ଷକ  ଖବର ପ୍ରକାଶ ପାଇଥିଲା । ଏନେଇ ଟାଟା ବିଦୁ୍ୟତ ବିଭାଗ ପକ୍ଷରୁ ଉକ୍ତ ମୁକୁଳା ଟ୍ରାନ୍ସଫର୍ମର ଚତୁଃପାର୍ଶ୍ୱକୁ ଆବଦ୍ଧ କରିବା ପାଇଁ ତତ୍ପରତା ପ୍ରକାଶ ପାଇ କାର୍ଯ୍ୟ ଆରମ୍ଭ ହୋଇଥିଲା । ତାସହିତ ଉକ୍ତ ଟ୍ରାନ୍ସଫର୍ମର ଚତୁଃପାର୍ଶ୍ୱର କାର୍ଯ୍ୟ ନିର୍ମାଣଧିନ ଅବସ୍ଥାରେ ସଂପୃକ୍ତ ପ୍ରତିନିଧିଙ୍କୁ ସୂଚନା ଦିଆଯାଇଥିଲା । ପରବର୍ତ୍ତୀ ସମୟରେ ଏଇ ନିକଟରେ ବାଡା ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ଦେଖିବାକୁ ମିଳିଛି ।