ଡାଲମିଆ ଉନ୍ମୋଚନ କଲା ‘ଆରସିଏଫ୍ ଏକ୍ସପର୍ଟ’ ସିମେଣ୍ଟ
ଭୁବନେଶ୍ୱର: ଡାଲମିଆ ସିମେଣ୍ଟ ରୁଫ୍, କଲମ, ଫାଉଣ୍ଡେସନ ଏକ୍ସପର୍ଟ ବ୍ରାଣ୍ଡ୍ ତାହାର ସଦ୍ୟତମ ସିମେଣ୍ଟ ବର୍ଗମାଳା ଭାରତର ସମସ୍ତ ପ୍ରମୁଖ ବଜାରରେ ଉନ୍ମୋଚନ କରିଛି । ଏହାର ଫ୍ଲାଗ୍ସିପ ଉତ୍ପାଦସମୂହ ଡାଲମିଆ ଡିଏସ୍ପି ଆରସିଏଫ ଏକ୍ସପର୍ଟ ++ ଏବଂ ଡାଲମିଆ ସିମେଣ୍ଟ (ଡିସି) ଆରସିଏଫ୍ ଏକ୍ସପର୍ଟ ବର୍ଦ୍ଧିତ ଫର୍ମୁଲେସନ ଏବଂ ସର୍ବାଧୁନିକ ନାନୋ ବଣ୍ଡିଂ ଟେକ୍ନୋଲୋଜି (ଏନବିଟି)ରେ ସମୃଦ୍ଧ । ଯାହା ଆଧୁନିକ ନିର୍ମାଣର ପରିବର୍ତିତ ଆବଶ୍ୟକତା ପୂରଣ ନିମନ୍ତେ ଡିଜାଇନ କରାଯାଇଛି । ଆରସିଏଫ୍ ଏକ୍ସପର୍ଟ ବର୍ଗ ସମୟ ସ୍ରୋତକୁ ମୁକାବିଲା କରି ମଜଭୁତ ଭାବରେ ଛିଡା ହେବାକୁ ଅଧିକ ସାମର୍ଥ୍ୟ, ଉଚ୍ଚତର ଅବକ୍ଷୟ ପ୍ରତିରୋଧୀ ଏବଂ କଠିନ ନିର୍ମାଣକୁ ସୁନିଶ୍ଚିତ କରୁଛି । ୮୦ବର୍ଷରୁ ଅଧିକ କାଳର ବିଶ୍ୱସନୀୟ ପରମ୍ପରା ସହିତ ମୂଳ ବ୍ରାଣ୍ଡ୍ ଡାଲମିଆ ସିମେଣ୍ଟ (ଡିସି) ଏହାର ନିରନ୍ତର ଗୁଣବତା ଏବଂ ପ୍ରମାଣିତ ଭରସା ଯୋଗ୍ୟତା ପାଇଁ ଭିନ୍ନ ହୋଇ ଛିଡା ହୋଇଛି । ଯାହା ଏହାକୁ ବହୁବିଧ ନିର୍ମାଣ ଆବଶ୍ୟକତା ନିମନ୍ତେ ପସନ୍ଦଯୋଗ୍ୟ କରି ଗଢିତୋଳୁଛି । ଏହି ବର୍ଗମାଳାର ପ୍ରିମିୟମ ଉତ୍ପାଦ ଡାଲମିଆ ଡିଏସ୍ପି ଆରସିଏଫ୍ ++କୁ ଅଲ୍ଟିମେଟ କଂକ୍ରିଟ ଏକ୍ସପର୍ଟ ଭାବରେ ଅବସ୍ଥାପିତ କରାଯାଇଛି । ଏଥିରେ ହାଇ ରିଆକ୍ଟିଭ ସିଲିକା ଏବଂ ପୋର୍ ରିଡକ୍ସନ ଟେକ୍ନୋଲୋଜିର ଏନ୍ବିଟି ସମ୍ମିଶ୍ରିତ ରହିଛି, । ଯାହା ମଜଭୁତ ଛାତ, କଲମ୍ ଏବଂ ମୂଳଦୁଆ ନିମନ୍ତେ ସର୍ବୋଚ୍ଚ ସ୍ତରର ଶକ୍ତି ଓ ଦୀର୍ଘସ୍ଥାୟିତ୍ୱ ପ୍ରଦାନ କରୁଛି । ଏହି ପ୍ରୟାସକୁ ଡାଲମିଆ ସିମେଣ୍ଟର ଆରସିଏଫ ପାଇଁ ରହିଥିବା ଉତ୍ସର୍ଗୀକୃତ ଟିମ୍ ସମର୍ଥନ ଯୋଗାଇ ଦେଉଛନ୍ତି । ଯେଉଁମାନେ ନିର୍ମାଣରେ ସମସ୍ତ ବିଷୟ ପ୍ରତି ଟିକିନିଖି ବିଷୟ ସୁନିଶ୍ଚିତ କରିବାକୁ ନିର୍ମାଣ ସ୍ଥଳରେ ମାର୍ଗଦର୍ଶନ ଯୋଗାଇ ଦେଉଛନ୍ତି । ଉତ୍ପାଦ ଉନ୍ମୋଚନ କାର୍ଯ୍ୟକ୍ରମ ଡାଲମିଆ ସିମେଂଟର ରାଷ୍ଟ୍ରବ୍ୟାପୀ ରହିଥିବା ପାର୍ଟନରଙ୍କ ସମର୍ଥନରେ ଆୟୋଜିତ ହୋଇଥିବା ବେଳେ, ଏଥିରେ ପ୍ରମୁଖ ଡିଲର, ଠିକାଦାର ଏବଂ ରାଜମିସ୍ତ୍ରୀମାନେ ସକ୍ରିୟ ଅଂଶଗ୍ରହଣ କରିଥିଲେ ।