ବିପଦ ସଙ୍କେତ ତଳେ ସବୁ ନଦୀ

ବିପଦ ସଙ୍କେତ ତଳେ ସବୁ ନଦୀ

ଭୁବନେଶ୍ୱର: ରାଜ୍ୟର ସବୁ ନଦୀ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି ।  ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ମହାନ୍ତି ଏହି ସୂଚନା ଦେଇଛନ୍ତି । ତାଙ୍କ ସୂଚନା ଅନୁଯାୟୀ ହୀରାକୁଦକୁ ୧.୩୦ ଲକ୍ଷ କୁ୍ୟସେକ ଜଳ ପ୍ରବେଶ କରୁଥିବାବେଳେ ୬୦ ହଜାର ନିଷ୍କାସିତ ହେଉଛି । ଆସନ୍ତାକାଲି ଖଇରମାଳରେ ୨ ଲକ୍ଷରୁ ଅଢେ଼ଇ ଲକ୍ଷ କୁ୍ୟସେକ ଜଳ ପ୍ରବାହିତ ହେବ ।  ବ୍ରାହ୍ମଣୀରେ ବନ୍ୟା ଜଳ କମୁଥିବା ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି ।

ପ୍ରକାଶ ଯେ ହୀରାକୁଦ ଜଭଣ୍ଡାରର ଜଳସ୍ତର ବଢୁଛି । ଉପର ମୁଣ୍ଡରେ ଦୁଇଦିନ ହେଲା ବର୍ଷା ଲାଗି ରହିଥିବାରୁ କ୍ରମାଗତ ଭାବେ ଜଳ ଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛ। ଫଳରେ ଆଜି ପୁଣି ୪ ଟି ଗେଟ୍ ଖୋଲିଛନ୍ତି ହୀରାକୁଦ ଡ଼୍ୟାମ କର୍ତ୍ତୃପକ୍ଷ । ତେବେ ମୋଟ ୬ଟି ଗେଟ୍ ମାଧ୍ୟମରେ ବନ୍ୟାଜଳ ନିଷ୍କାସନ ଚାଲିଛି। ବର୍ତ୍ତମାନ ଜଳ ଭଣ୍ଡାରର ଜଳସ୍ତର ୬୨୩.୩୫ ଫୁଟରେ ପହଞ୍ଚିଥିବାବେଳେ ଜଳ ଭଣ୍ଡାର ଭିତରକୁ ପ୍ରତି ସେକେଣ୍ଡରେ ପ୍ରବେଶ କରୁଛି ୧ ଲକ୍ଷ ୨୬ ହଜାର ୩୩୯ ଘନଫୁଟ ବନ୍ୟାଜଳ। ସେପଟେ ୬ଟି ଗେଟ୍ ମାଧ୍ୟମରେ ନିଷ୍କାସିତ ହେଉଛି ୧ ଲକ୍ଷ ୨୦ ହଜାର ଘନଫୁଟ ବନ୍ୟାଜଳ।