୨୦ରେ ଜନସମାବେଶ ଓ ବିକାଶ ମେଳା


ାା ପ୍ରଭାନୁ୍ୟଜ ।ା ଯାଜପୁର : ଯାଜପୁର ରାଜ୍ୟ ସରକାରଙ୍କ ଫଳ ସୁପଦକ୍ଷେପ ଓ ଜନ କଲ୍ୟାଣ ଯୋଜନା ସମ୍ପର୍କରେ ଜନ ସଚେତନତା ସୃଷ୍ଟି ପାଇଁ ସୂଚନା-ଶିକ୍ଷା-ସଞ୍ଚାର କାର୍ଯ୍ୟକ୍ରମ ଆଧାରରେ ପ୍ରଶାସନ ଆନୁକୂଲ୍ୟରେ ଆସନ୍ତା ୨୦ତାରିଖରେ କୁସୁମା ସମ୍ମୁଖ ପଡିଆରେ ଜନ ସମାବେଶ ଓ ବିକାଶ ମେଳା ଆୟୋଜିତ ହେବ । ଜିଲାପାଳ ପି.ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଏନେଇ ଜିଲାସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ କାର୍ଯ୍ୟକ୍ରମରେ ରୂପରେଖ ନିର୍ଦ୍ଧାରଣ କରାଯାଇଛି । ରାଜ୍ୟ ସରକାରଙ୍କ ଦ୍ୱାରା ସ୍ଥିରିକୃତ କାର୍ଯ୍ୟକ୍ରମରେ ଅତିଥି ଭାବେ ଉଚ୍ଚ ଶିକ୍ଷା, ଯୁବସେବା ଓ କ୍ରିଡା, ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତିମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ପ୍ରଦର୍ଶନୀ ଷ୍ଟଲ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଉଦଘାଟନୀ ଦିବସରେ ୬ହଜାରରୁ ଊର୍ଦ୍ଧ୍ୱ ଜନ ସମାଗମର କାର୍ଯ୍ୟକ୍ରମ ନିର୍ଦ୍ଧାରଣ କରାଯାଇଛି । ୩ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ବିକାଶ ମେଳାରେ ପ୍ରତିଦିନ ଆକର୍ଷଣୀୟ ସଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଏହି ବିକାଶ ମେଳା ପ୍ରଦର୍ଶନୀରେ କୃଷି, ଉଦ୍ୟାନ କୃଷି, ମତ୍ସ୍ୟ, ମହିଳା ଓ ଶିଶୁ ବିକାଶ, ଶିକ୍ଷା, ପର୍ଯ୍ୟଟନ, ପଞ୍ଚାୟତିରାଜ, ଭିନ୍ନକ୍ଷମ ସଶକ୍ତିକରଣ, ଏମ୍ଏସ୍ଏମ୍ଇ, ହାଣ୍ଡଲୁମ, ମିଶନଶକ୍ତି, ହାଣ୍ଡିକ୍ରାଫ୍ଟ ବିଭାଗ ଇତ୍ୟାଦି ଗୁଡିକର ୫୦ଟି ଷ୍ଟଲ ଅଂଶ ଗ୍ରହଣ କରିବେ । ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣୀତ ବହୁବିଧ କଲ୍ୟାଣକାରୀ ଦିଗ ଗୁଡିକ ସମ୍ପର୍କରେ ଜନ ସଚେତନତା ସୃଷ୍ଟି କରି ରାଜ୍ୟ ସରକାରଙ୍କୁ ଲୋକଙ୍କ ନିକଟତର କରିବା ଦିଗରେ ଏହି ମେଳା ବିଶେଷ ସହାୟକ ହେବ । ବୈଠକରେ ଅତିରିକ୍ତ ଜିଲାପାଳ ସାଧାରଣ ନବକୃଷ୍ଣ ଜେନା, ଅତିରିକ୍ତ ଜିଲାପାଳ ରାଜସ୍ୱ ଶୁଭେନ୍ଦ୍ର କୁମାର ସାମଲ, ମୁଖ୍ୟଉନ୍ନୟନ ତଥା ନିର୍ବାହୀ ଅଧିକାରୀ, ଜିଲା ପରିଷଦ ଅଶୋକ କୁମାର ବେହୁରିଆ, ଉପ ଜିଲାପାଳ ଅଂଶୁମାନ ଶତପଥୀ, ଜିଲାସ୍ତରୀୟ ଅଧିକାରୀ, କ୍ଷେତ୍ରୀୟ ଅଧିକାରୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।