ମରଣଯନ୍ତା ପାଲଟିଛି ଯାଜପୁର-ସିଂହପୁର ମୁଖ୍ୟ ରାସ୍ତା : ଦୁଇବର୍ଷରେ ଦୁଇ ଥର ପଡ଼ିଛି ପ୍ୟାଚ୍; ତଥାପି ଧୋଇଗଲା ପିଚୁ 

 ବିଞ୍ଝାରପୁର : ପୂର୍ତ୍ତବିଭାଗ ବିଭାଗ କାର୍ଯ୍ୟରେ ଜଳ ଜଳ ଦୁର୍ନୀତି । ଜନତାଙ୍କ ଟିକସରେ ସରକାରଙ୍କ ରାଜକୋଷରୁ ୬କୋଟି ଟଙ୍କା ଦୁଇ ବର୍ଷରେ ଧୋଇଗଲା । ପୂର୍ତ୍ତ ବିଭାଗର ଯନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଉପଖଣ୍ଡ ଯନ୍ତ୍ରୀ ସମସ୍ତେ ଏଠି ମାଲେ ମାଲ ହେଲେ ଜନତା ବେହାଲ୍ । ଯାହାକୁ ନେଇ ଜମ ଦସା ଭୋଗୁଛନ୍ତି ନୀରିହ ଯାତ୍ରୀ । ଦୁଇଟି କଲେଜ୍ ସାଙ୍ଗକୁ ମେଡିକାଲ୍ ଓ ଯାଜପୁର ମୁଖ୍ୟାଳୟକୁ ଯିବା ପାଇଁ ଏହା ହେଉଛି ମୁଖ୍ୟ ରାସ୍ତା । ବଡ଼ ବଡ଼ ଗାଡ଼ି ସାଙ୍ଗକୁ ମାଲ ବୋଝେଇ ବଡ ଟ୍ରକ ଗୁଡିକ ଏଠି ବିପଦ ପୂର୍ଣ୍ଣ ଅବସ୍ଥାରେ ଯାତାୟାତ କରୁଛନ୍ତି । ତାଉନ୍ତରା ଠାରୁ ବ୍ଲକ୍ ଛକ ମୁଖ୍ୟ ରାସ୍ତାଟି ଏବେ ଯାତ୍ରୀଙ୍କ ପାଇଁ ଯମଯନ୍ତ୍ରଣା ପାଲଟିଛି । ପିଚୁ ଉଠିଯିବା ସହ ରାସ୍ତାରେ ହୋଇଛି ବଡ ବଡ ଗାଡ । ଗାଡ ଗୁଡିକ ଏବେ ନୁହଁ କାର୍ଯ୍ୟ ଆରମ୍ଭରୁ ହେଇଥିବା ବେଳେ ଏହାକୁ ଠିକା ସଂସ୍ଥା ପକ୍ଷରୁ ଦୁଇ ଦୁଇଥର ମରାମତି କରାଯିବା ବେଳେ କାର୍ଯ୍ୟକୁ ସଠିକ୍ ଢଙ୍ଗରେ ନିରୀକ୍ଷଣ ହେଉ ବା ବିଭାଗ ପକ୍ଷରୁ ତଦାରଖ କରାଗଲା ନାହିଁ । ଠିକା ସଂସ୍ଥାର ନିମ୍ନ ମାନର କାର୍ଯ୍ୟ ଓ ଉପରସ୍ଥ ଅଧିକାରୀଙ୍କ ପିସି ଖୋର୍ ମନୋଭାବ ଯୋଗୁ ରାସ୍ତାର ଅବସ୍ଥା ଆଜି ଯମ ଯନ୍ତ୍ରଣା ପାଲଟିଛି । ଏସମ୍ପର୍କରେ ଏସଡିଓଙ୍କୁ ପଚାରିବାରୁ କାମ ଠିକ୍ ହୋଇଛି, ତଥାପି ଦେଖିବା କଣ ହେଇପାରିବ କହି କଥା ଏଡାଇ ଦେଉ ଥିବା ବେଳେ ଜିଲ୍ଲା ଅଧିକ୍ଷଣଯନ୍ତ୍ରୀ କୋମଲ ସ୍ୱାଇଁ ସବୁ ଜାଣି ନଜାଣିବାର ଅଭିନୟ କଲା ଭଳି ଫୋନ୍ ନଉଠାଇ ନିଜର ପାରିବା ପଣିଆ ଓ ଅକ୍ଷମତା ପ୍ରକାଶ କରୁଥିବା ବେସ୍ ବାରି ହୋଇପଡିଛି । 
ତେବେ ବିଞ୍ଝାରପୁର ପୂର୍ତ୍ତ ବିଭାଗର ଉପଖଣ୍ଡ ଯନ୍ତ୍ରୀଙ୍କୁ ପଚାରିବାରୁ ଏହି କାର୍ଯ୍ୟଟି ଷ୍ଟେଟ ପ୍ଲାନ୍ରେ କରାଯାଇଥିଲା । ଦୁଇବର୍ଷ ଅବଧି ସରିଯାଇଛି । କାର୍ଯ୍ୟ କରିଥିବା ଠିକା ସଂସ୍ଥାକୁ ସମ୍ପୂର୍ଣ ପେମେଣ୍ଟ ହୋଇସାରିଛି । ପୁନର୍ବାର ଟେଣ୍ଡର ପ୍ରକ୍ରିୟା ଆରମ୍ଭହେବ । ଟେଣ୍ଡର ହେଲେ କାର୍ଯ୍ୟ ହେବା କଥା କହିଛନ୍ତି । ତେବେ କାର୍ଯ୍ୟ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦୁଇବର୍ଷ ଚୁକ୍ତି ରହେ ନା କାର୍ଯ୍ୟ ସରିଲା ପରେ ଏହାର ରକ୍ଷଣା ବେକ୍ଷଣ ପାଇଁ ଦୁଇ ବର୍ଷ ଚୁକ୍ତି ରହେ ଏହା ବିଭାଗ ସର୍ବସାଧାରଣରେ ପ୍ରକାଶ କରୁ ବୋଲି ଦାବି ହେଉଥିବା ବେଳେ କାର୍ଯ୍ୟ କିନ୍ତୁ ବର୍ଷେ ହେବ ସରିଛି । ଅପର ପକ୍ଷରେ ଏହି କାର୍ଯ୍ୟର ରିପାରିଂ ଚାଲିଛି ବୋଲି ପୂର୍ତ୍ତ ବିଭାଗ ରାଜ୍ୟ ମୁଖ୍ୟାଳୟ ଏକ୍ସ ଟୁଇଟର ସାହଯ୍ୟରେ ଦର୍ଶାଇଛନ୍ତି । ଖାଲି ସେତିକି ନୁହଁ ପୂର୍ତ୍ତ ବିଭାଗ ଅଧିନରେ ନିର୍ମାଣ ହେଉଥିବା ପାଖା ପାଖ ୬କୋଟି ଟଙ୍କାର କାର୍ଯ୍ୟ ମଲିଆ-ବଳଭଦ୍ରପୁରକୁ ସଂଯୋଗ କରୁଥିବା ରାସ୍ତାଟି ଅତି ନିମ୍ନ ମାନର ହେଇଥିବା ଅଭିଯୋଗ ହେଇଥିବା ବେଳେ ଅନେକ ଗୁଡିଏ କାର୍ଯ୍ୟ ସଟ ଟେଣ୍ଡର କରି କୋଟି କୋଟି ଟଙ୍କା ହଡପ ହେଉଛି । ସମସ୍ତ ଦୁର୍ନୀତିକୁ ବିଞ୍ଝାରପୁର ଉପଖଣ୍ଡ କନିଷ୍ଠ ଯନ୍ତ୍ରୀଙ୍କୁ ଢାଲ କରି ନିର୍ବାହୀ ଯନ୍ତ୍ରୀ ଓ ଜିଲ୍ଲା ଅଧିକ୍ଷଣ ଯନ୍ତ୍ରୀ ମାଲେମାଲେ ହେଉଥିବା ଜଣାପଡ଼ିଛି ।