ସଡକ ଦୁର୍ଘଟଣାରେ ଯୁବକ ମୃତ
ଆନନ୍ଦପୁର: ସଡକ ଦୁର୍ଘଟଣାରେ ଯୁବଙ୍କ ମୃତୁ୍ୟ । ସୂଚନା ମୁତାବକ ଆନନ୍ଦପୁର ପୌରପରିଷଦ ଅନ୍ତର୍ଗତ ଶୈଲଙ୍ଗ ଗ୍ରାମର ବୁନା ବିଶ୍ୱାଳଙ୍କ ଏକମାତ୍ର ପୁତ୍ର ସୁରଜ ବିଶ୍ୱାଳ (୨୨) ପେସାରେ ଜଣେ ଜିମ ଟ୍ରେନର ଅଟନ୍ତି । ଆଜି ସକାଳେ ହାଟଡିହି ବ୍ଳକ ଅନ୍ତର୍ଗତ ଆମ୍ବଗଡ଼ିଆ ଗ୍ରାମରୁ ନିଜ ଘରକୁ ଫେରୁଥିବା ବେଳେ ଛେନାପଦିରୁ ଆନନ୍ଦପୁର ଯିବା ରାସ୍ତାରେ ଓଆର ୦୯ ଡି ୮୩୦୮ ନମ୍ବର ଚାଉଳ ବୋଝେଇ ଟ୍ରକ ସହିତ ଧକ୍କା ହେବାରୁ ସୁରଜ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ତୁରନ୍ତ ଆନନ୍ଦପୁର ମୁଖ୍ୟ ଚିକିସôାଳୟରେ ଭର୍ତି କରାଯାଇଥିବା ବେଳେ ଡାକ୍ତରଙ୍କ ସମସ୍ତ ଚେଷ୍ଟା ସତ୍ତ୍ୱେ୍ୱ ତାଙ୍କର ମୃତୁ୍ୟ ହୋଇଥିଲା । ସ୍ୱର୍ଗତ ସୁରଜଙ୍କ ମୃତୁ୍ୟ ଖବର ପ୍ରଚାରିତ ହେବାପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।