ସାହି ମୁରବୀଙ୍କ ପରଲୋକ
ବ୍ରହ୍ମବରଦା: ବ୍ରହ୍ମବରଦା ପଂଚାୟତ ଢିଅସାହି ଗ୍ରାମର ଧର୍ମପ୍ରାଣ ବ୍ୟକ୍ତି ତଥା ସାହି ମୁରବୀ ସୁରେନ୍ଦ୍ର ଦାସ (୭୦)ଙ୍କ ପରଲୋକ ଘଟିଛି । ରବିବାର ସନ୍ଧ୍ୟାରେ ଶ୍ରୀ ଦାସ ଅସୁସ୍ଥତା ଅନୁଭବ କରିବାରୁ ପରିବାର ଲୋକେ ତାଙ୍କୁ ପ୍ରଥମେ ଯାଜପୁର ଓ ପରେ କଟକ ବଡ ମେଡିକାଲକୁ ନେଇଯାଇଥିଲେ । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ପରଲୋକ ଘଟିଥିଲା । ଶ୍ରୀ ଦାସ ଜଣେ ଶାନ୍ତ, ସରଲ, ମିଷ୍ଟଭାଷୀ ଓ ପରୋପକାରୀ ବ୍ୟକ୍ତି ଥିଲେ । ମୃତୁ୍ୟଶଯ୍ୟା ନିକଟରେ ପୁଅ, ବୋହୁ, ନାତି, ନାତୁଣୀ, ଝିଅ, ଜ୍ୱାଇଁ, ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ । ଏକ ଶୋକାକୁଳ ପରିବେଶରେ ଶ୍ରୀ ଦାସଙ୍କ ମରଶରୀରକୁ ଶୋଭାଯାତ୍ରାରେ ନିଆଯାଇ ଗାଁ ଶ୍ମସାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିବାବେଳେ ନାତି ନିଶିକାନ୍ତ ମୁଖାଗ୍ନି ଦେଇଥିଲେ ।