ଶ୍ରମ ଆଇନର ଉଲ୍ଲଂଘନ ନେଇ ବିକ୍ଷୋଭ
ଆସିକା : ଓଡ଼ିଶା ନିର୍ମାଣ ଶ୍ରମିକ ୟୁନିୟନ ଗଞ୍ଜାମ ଜିଲ୍ଲା କମିଟି ନେତୃତ୍ୱରେ ୦୭ ଦଫା ଦାବି ନେଇ ଶ୍ରମ ଆଇନର ଉଲ୍ଲଂଘନକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରମ କାର୍ଯ୍ୟାଳୟ ଘେରାଉ କରି ଶ୍ରମମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଆସିକା କଇଁଫୁଲିଆ ଛକରୁ ଏକ ପଟୁଆରରେ ଶତାଧିକ ଶ୍ରମିକ ବାହାରି ଏକ ରାଲିରେ ଶ୍ରମ କାର୍ଯ୍ୟାଳୟରେ ପହଞ୍ôଚଥିଲେ । ଶ୍ରମିକମାନଙ୍କୁ ସର୍ବନିମ୍ନ ମଜୁରୀ ଆଇନ ୧୯୪୮, ସମାନ କାମକୁ ସମାନ ମଜୁରୀ ଆଇନ ୧୯୭୬, ଭବିଷ୍ୟନିଧି ପାଣ୍ଠି ଆଇନ ୧୯୫୨ର ଖୋଲାଖୋଲି ଉଲ୍ଲଘଂନକାରୀ ଏବଂ ମଜୁରୀ ହରିଲୁଟ କରୁଥିବା ମାଲିକ, ଠିକାଦାର ଓ ପ୍ରତିଷ୍ଠାନ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଏବଂ ଆବେଦନର ୩୦ ଦିନ ମଧ୍ୟରେ ନିର୍ମାଣ ଶ୍ରମିକଙ୍କ ପଞ୍ଜିକରଣ ଓ ସମସ୍ତ ସହାୟତା ରାଶି ଜମା କରିବା ଆଦି ଦାବିରେ ଆସିକା ଶ୍ରମ କାର୍ଯ୍ୟାଳୟ ଘେରାଉ କରିଥିଲେ । ଟିୟୁସିଆଇର ରାଜ୍ୟ ସଭାପତି ବିଚିତ୍ର ପାତ୍ର, ସିପିଆଇ(ଏମ୍ ଏଲ୍)ରେଡଷ୍ଟାର ଜିଲ୍ଲା ସଂପାଦକ ଶଙ୍କର ଇନକିଲାବ ପ୍ରମୁଖ ଉପସ୍ଥିତ ରହିଥିଲେ । ଶ୍ରମବିଭାଗ ପକ୍ଷରୁ ଶ୍ରମିକମାନଙ୍କ ଗାଁ ଏବଂ ସାହି କିମ୍ବା ଲେବରଷ୍ଟାଣ୍ଡ, ବିଭିନ୍ନ ପ୍ରତିଷ୍ଠାନକୁ ଯାଇ ଆଲୋଚନା, ସଚେତନତା ବୈଠକ ଏବଂ ତଦାରଖ କଲେ ଶ୍ରମିକମାନଙ୍କୁ ନ୍ୟାୟ ମିଳିପାରିବ ବୋଲି ମତ ରଖିଥିଲେ । ଶ୍ରମିକମାନଙ୍କ ପଞ୍ଜିକରଣ ଦେୟ ୨୦ ଟଙ୍କା ଏବଂ ନବୀକରଣ ଦେୟ ୫୦ ଟଙ୍କା କିନ୍ତୁ ହଜାର ହଜାର ଟଙ୍କା ଶ୍ରମିକଙ୍କ ଶ୍ରାଦ୍ଦ ହେଉଛି । ଏହାର ସ୍ଥାୟୀ ସମାଧାନ ଦିଗରେ ଧ୍ୟାନ ଦେବାକୁ କୁହାଯାଉଛି । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ନିର୍ମାଣ ଶ୍ରମିକ ୟୁନିଅନର ଜିଲ୍ଲା ସଭାନେତ୍ରୀ ପି.ପାର୍ବତୀ, ଜିଲ୍ଲା ସଂପାଦକ ରାମଚନ୍ଦ୍ର ବାଡତ୍ୟା, ମାମି ବେହେରା, ଅକ୍ଷୟ ସାହୁ, ଦିଲ୍ଲୀପ ପରିଡ଼ା, ଗୈତମ ନାହକ, ହାର ନାହକ, କାଳିଆ ନାହକ, ରାମ ମହାଙ୍କୁଡ, ନିରଞ୍ଜନ ନାହକ ଆଦିଙ୍କ ନେତୃତ୍ୱରେ ଆସିକା, କବିସୂର୍ଯ୍ୟନଗର, ହିଞ୍ଜିଳିକାଟୁ ଓ ଧରାକୋଟ ବ୍ଳକର ଶହ ଶହ ଶ୍ରମିକ ସାମିଲ୍ ହୋଇଥିଲେ ।