ସାଲିଆସାହିର ବିଭିନ୍ନ ବସ୍ତିରେ ମୈତ୍ରୀବିହାର ପୁଲିସର ଚଢ଼ାଉ


୫ ବେପାରୀ ଗିରଫ, ୧୦୮୦ ଲିଟର ମଦ, ୬ଟି ଗ୍ୟାସ୍ ଚୁଲା, ୬ଟି ଗ୍ୟାସ୍ ଜବତ
 ।ା ପ୍ରଭାନୁ୍ୟଜ୍ ।ା ଭୁବନେଶ୍ୱର, ୫ା୪ : ନିର୍ବାଚନକୁ ଦୃଷ୍ଟିରେ ରଖି ପୁଲିସ କମିଶନର ଓ ଡ଼ିସିପିଙ୍କ କଡ଼ା ନିଦେ୍ର୍ଦଶ କ୍ରମେ ଆଜି ସକାଳୁ ମୈତ୍ରୀବିହାର ଥାନା ପୁଲିସ ଟିମ ନେଇ ସାଲିଆସାହିର ବିଭିନ୍ନ ବସ୍ତିରେ ଚଢ଼ାଉ କରିଛି । ଚଢ଼ାଉ ବେଳେ ୫ ଜଣ ମଦ ବେପାରୀଙ୍କୁ ଗିରଫ କରାଯିବା ସହ ସେମାନଙ୍କ ଠାରୁ ୧୦୮୦ ଲିଟର ଦେଶୀ ମଦ, ୬ଟି ଗ୍ୟାସ ସିଲିଣ୍ଡର, ୬ଟି ଚୁଲା ଓ ମଦ ତିଆରି ସାମଗ୍ରୀକୁ ଜବତ କରାଯାଇଛି । ଗିରଫ ୫ ବେପାରୀ ହେଲେ, ସାଲିଆସାହି ଇଡକୋ ବସ୍ତିର ବିଶ୍ୱନାଥ ବଦସେଠ୍, ଜୟ ଚନ୍ଦ୍ର ପ୍ରଧାନ, ସପନ ସୋରେନ୍, ଲକ୍ଷ୍ମୀନଗର ନୟାଗଡ଼ ସାହିର ଅନନ୍ତ କାଦମସେଠ୍ ଓ ବିଜୟ କୁମାର ମାରାଣ୍ଡି । ଆଜି ସମସ୍ତଙ୍କୁ ୧୫୫, ୧୫୬,୧୫୭,୧୫୮,୧୫୯ରେ ମାମଲା ରୁଜୁକରି ଅବକାରୀ ଆଇନ୍ରେ କୋର୍ଟ ଚାଲାଣ କରାଯାଇଛି ।
ସୂଚନାଯୋଗ୍ୟ ଯେ, ଶୁକ୍ରବାର ଭୋର ସମୟରେ ଡ଼ିସିପିଙ୍କ ନିଦେ୍ର୍ଦଶ କ୍ରମେ ମୈତ୍ରୀବିହାର ଥାନା ଅଧିକାରୀଙ୍କ ନେତୃତ୍ୱରେ ସାଲିଆସାହିର ବିଭିନ୍ନ ବସ୍ତିରେ ପୁଲିସ ଟିମ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ୫ ଜଣ ବେପାରୀଙ୍କୁ ଗିରଫ କରାଯାଇଥିବା ବେଳେ, ଘର ଭିତରୁ ୧୦୮୦ ଲିଟର ମଦ ଜବତ କରାଯାଇଛି ।