ଦୁଇଗୁଣା ଟଙ୍କା କରାଇଦେବାକୁ କହି ୮୫ଲକ୍ଷ ଠକେଇ : ସାଇବର ଠକ ଗିରଫ
।ା ପ୍ରଭାନୁ୍ୟଜ୍ ।ା ଭୁବନେଶ୍ୱର, ୫ା୪ : ସପ୍ତାହରେ ଟଙ୍କା ଡବଲ କରାଇଦେବାକୁ ଲୋଭନୀୟ ପ୍ରତିଶ୍ରୁତି ଦେଇ ଜଣେ ସାଇବର ଠକ ୮୫ ହଜାର ଟଙ୍କା ଠକି ନେବା ଘଟଣା ସମସ୍ତଙ୍କୁ ଚକିତ କରି ଦେଇଛି । ଠକେଇର ଶୀକାର ହୋଇଥିବା ଯୁବକ ବିଶ୍ୱଜିତ ମହାନ୍ତି ଏନେଇ ସାଇବର ଥାନାରେ ଅଭିଯୋଗ କରିଥିଲେ । ପରେ ପୁଲିସ ଅଭିଯୁକ୍ତ ଠକକୁ ଗିରଫ କରିବାରେ ସଫଳ ହୋଇଛି । ଗିରଫ ଅଭିଯୁକ୍ତ ଜଣଙ୍କ ହେଲା ପୁରୀ ଜିଲ୍ଲା ସଦର ଥାନା ଅମ୍ବାପଡାର ପ୍ରକାଶ ଚନ୍ଦ୍ର ସ୍ୱାଇଁ(୨୫) ସେ ଖଣ୍ଡଗିରି ଥାନା ଡୁମୁଡୁମା ଫେଜ୍-୨ରେ ରୁହେ । ଗିରଫ ପରେ ପ୍ରକାଶଙ୍କୁ ଶୁକ୍ରବାର ଦିନ କୋର୍ଟ ଚାଲାଣ କରାଯାଇଛି । ଜାମିନ ନାମଞ୍ଜୁର ହୋଇଯିବାରୁ ଅଭିଯୁକ୍ତ ଜେଲ ହାଜତକୁ ପଠାଇ ଦିଆଯାଇଛି । ଅନ୍ୟ ପଟେ ଏହି ଠକେଇ ଘଟଣାରେ ଆଉ କେଉଁ କେଉଁ ମାନଙ୍କ ସଂପୃକ୍ତି ରହିଛି କି ନାହିଁ ତାର ଖୋଳତାଡ କରୁଛି ସାଇବର ପୁଲିସ ।
ସୂଚନାଯୋଗ୍ୟ ଯେ, ପୁରୀ ଜିଲ୍ଳା ପୁରୀ ସଦର ଥାନା ଅଚଂଳରେ ରୁହନ୍ତି ବିଶ୍ୱଜିତ୍ ମହାନ୍ତି(୩୩) । ତାଙ୍କର ଅନ୍ୟତମ ସାଙ୍ଗ ପ୍ରକାଶ ଚୌଧୁରୀଙ୍କ ସହ ଯୋଗାଯୋଗ କରିଥିଲେ ପ୍ରକାଶ ଚନ୍ଦ୍ର ସ୍ୱାଇଁ । ପ୍ରକାଶ କହିଥିଲେ ଯେ, ମୁଁ ସେୟାର ଟ୍ରେଡିଂରେ ଟଙ୍କା ବିିିନିଯୋଗ କରୁଛି ଆପଣମାନେ ବିନିଯୋଗ କରନ୍ତୁ ବୋଲି ୨୦୧୯ ମସିହାରେ କହିଥିଲେ । ଗୋଟିଏ ସପ୍ତାହରେ ଆପଣଙ୍କ ଟଙ୍କା ଡବଲ ହୋଇଯିବ । ଏନେଇ ବିଶ୍ୱଜିତ ୨୦୨୨ ମସିହାରେ ଲୋକନୀୟ ପ୍ରତିଶ୍ରୁତି ପାଇବା ପରେ ବିଶ୍ୱଜିତ ଓ ପ୍ରକାଶ ୮୫ ଲକ୍ଷ ଟଙ୍କା ବିନିଯୋଗ କରିଥିଲେ । ପରେ ଅଭିଯୁକ୍ତ ପ୍ରକାଶ ଟଙ୍କା ନେବା ପରେ ଆଉ ଧରାଛୁଆଁ ଦେଇନଥିଲେ । ଏନେଇ ବିଶ୍ୱଜିତ ସାଇବର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ପୁଲିସ ଠକେଇ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ବିଶ୍ୱଜିତକୁ ଧରିବାରେ ସଫଳ ହୋଇଛି । ଏନେଇ ସାଇବର ଥାନା ଏସ୍ପି ଅଞ୍ଚନା ଟୁଡୁ କହିଛନ୍ତି, ପୁରୀର ଅଭିଯୋଗକାରୀ ବିଶ୍ୱଜିତ୍ ମହାନ୍ତି ସାଇବର ଥାନାରେ ଠକ ପ୍ରକାଶ ଚନ୍ଦ୍ର ସ୍ୱାଇଁଙ୍କ ବିରୋଧରେ ଅଭିଯୋଗ କରିଥିଲେ । ପୁଲିସ ଠକ ପ୍ରକାଶ ଚନ୍ଦ୍ର ସ୍ୱାଇଁକୁ ଗିରଫ କରିଛି । ଜୁମ୍ରେ ଟ୍ରେଡ଼ିଂ ଆପରେ କେମିତି ଟଙ୍କା ନିବେଶ କରିବେ ସେନେଇ ଟ୍ରେନିଂ ନେଇଥିଲା ଠକ । ୮୫ଲକ୍ଷ ଟଙ୍କା ଠକେଇ ନେଇ ସାଇବର ଥାନାରେ ଅଭିଯୋଗ ହୋଇଥିଲା । ଗିପ୍ଟ କାର୍ଡ କମ୍ପାନିରେ ଚାକିରି କରୁଥିଲା ଠକ । ଠକେଇ ଟଙ୍କାକୁ ଟ୍ରେଡ଼ିଂରେ ଲଗାଇଥିଲା ଠକ । ଟ୍ରେଡ଼ିଂରେ କ୍ଷତି ହେବା ପରେ ଲୋକଙ୍କୁ ଆଉ ଟଙ୍କା ଦେଇ ପାରିନଥିଲା ଠକ ପ୍ରକାଶ । ଅଭିଯୁକ୍ତ ପ୍ରକାଶ ଠାରୁ ମୋବାଇଲ ଜବତ କରିଛି ପୁଲିସ ।