ସ୍କୁଲସ୍ତରୀୟ ବଜ୍ଞାନ ଓ ଗଣିତ ମେଳା
ାା ପ୍ରଭାନୁ୍ୟଜ ।ା ଧର୍ମଶାଳା: ଏହି ବ୍ଲକ ବଡମଙ୍ଗଳପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଦ୍ୟାଳୟସ୍ତରୀୟ ବିଜ୍ଞାନ ଓ ଗଣିତ ମେଳା ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ପ୍ରଭାତ କୁମାର ଜେନାଙ୍କ ତତ୍ତ୍ୱାବଧାନରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ୩୫ ଗୋଟି ପ୍ରକଳ୍ପ ପ୍ରଦର୍ଶିତ କରାଯାଇଥିଲା । ପୁରାତନ ଛତ୍ର ଚିତ୍ତରଞ୍ଜନ ଜେନା ମେଳାକୁ ଉଦ୍ଘାଟନ କରିଥିଲେ । ଅତିଥି ଭାବେ ବ୍ଲକ ସହ ଶିକ୍ଷାଧିକାରୀ ମମିତା ମହାନ୍ତି ଓ ସିଆସିସି ସେକ ସମସୁଦ୍ଦିନ ଯୋଗଦେଇ ଛାତ୍ରଛାତ୍ରୀମନଙ୍କ ଦ୍ୱାରା ପ୍ରସ୍ତୁତ ବିଜ୍ଞାନ ଓ ଗଣିତ ପ୍ରକଳ୍ପକୁ ପ୍ରଶଂସା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍କୁଲ ପରିଚାଳନା କମିଟିର ପୂର୍ବତନ ସଭାପତି ଉଦୟ ପାଳ, ଏସଏମସିର ସଭାପତି ହରିଶଚନ୍ଦ୍ର ସାମଲ, ଉପସଭାପତି ମାମିନା ତରାଇ ସଦସସ୍ୟ ହରିହର ମଲିକ, କଳ୍ପନା ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ । ଶିକ୍ଷୟିତ୍ରୀ ନିବେଦିତା ଦାଶ, ବାସନ୍ତି ମଲିକ, ଅଭୟ କୁମାର ସ୍ୱାଇଁ ଓ ସେକ ରହିମୁଦ୍ଦିନ ପ୍ରମୁଖ ସ୍କୁଲର ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀ ଓ କର୍ମଚାରୀମାନେ କାର୍ୟ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ ।