ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଚାଉଳ ସଂକଟ

ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଚାଉଳ ସଂକଟ

 ବଡ଼ସାହି: ବିଦ୍ୟାଳୟ ଗୁଡ଼ିକରେ ଦିଆଯାଉଥିବା ମଧ୍ୟାହ୍ନ ଭୋଜନ ପ୍ରକିୟା କୌଣସି କାରଣରୁ ବନ୍ଦ ଦଣ୍ଡନୀୟ ଅଟେ ବୋଲି ସରକାରୀ ନିଦେ୍ର୍ଦଶନାମା ରହିଛି । ଏଥିରେ ତୃଟି କରି ପୂର୍ବରୁ ଅନେକ ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀ ମଧ୍ୟ ଦଣ୍ଡିତ ହେବାର ନଜିର ଅଛି । କିନ୍ତୁ ବିଦ୍ୟାଳୟଗୁଡ଼ିକୁ ସରକାର ଯୋଗାଉଥିବା ଚାଉଳର ଅଭାବରେ ମଧ୍ୟାହ୍ନ ଭୋଜନ ବଡସାହି ବ୍ଳକ୍ର ଶତାଧିକ ବିଦ୍ୟାଳୟରେ ବନ୍ଦ ହୋଇଯିବାର ଆଶଙ୍କା ପ୍ରକାଶ ପାଇଛି । ମଧ୍ୟାହ୍ନ ଭୋଜନ ଚାଉଳ ଯୋଗାଣ ଦାୟିତ୍ୱରେ ଥିବା ଏବିଇଓ ରାଧିଆ ଚରଣ ମୁଣ୍ଡାଙ୍କୁ ଏ ସମ୍ପର୍କରେ ପ·ରିବାରୁ ମାର୍ଚ୍ଚ ମାସର କୋଟା ପୂରଣ ହୋଇଛି ଓ ଚଳିତ ଏପ୍ରିଲ ମାସର ·ଉଳ କୋଟା ଆସିଲେ ଯାଇ ମିଳିପାରିବ ବୋଲି ସେ ଉତ୍ତର ଦେଇଥିଲେ । ଏବେ ସ୍କୁଲରେ  କିପରି ମଧ୍ୟାହ୍ନ ଭୋଜନ ·ଲିବ ବୋଲି ପ୍ରଶ୍ନ କରିବାରୁ ମୁଁ କ'ଣ କରିବି ବୋଲି ସେ କହିଥିଲେ । ମାତ୍ର ପ୍ରକୃତ ପକ୍ଷେ ବ୍ଳକର ବିଭିନ୍ନ ବିଦ୍ୟାଳୟରେ ଚାଉଳ ମାର୍ଚ୍ଚ ମାସଠାରୁ ନାହିଁ  । ପୁଣି ଏପ୍ରିଲ୍ ମାସର ୧ମ ସପ୍ତାହ ଶେଷ ହେବାକୁ ବସିଲାଣି । ଛାତ୍ରାବାସ ଥିବା ବିଦ୍ୟାଳୟରେ  ଚାଉଳ ସମସ୍ୟା ସମ୍ଭାଳି ହେଉଥିବା ବେଳେ ଏ କ୍ଷେତ୍ରରେ ଅନ୍ୟ ସମସ୍ତ ବିଦ୍ୟାଳୟଗୁଡିକର ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀଙ୍କର ସମସ୍ୟା କହିଲେ ନ ସରେ । ନିକଟସ୍ଥ ଅଙ୍ଗନବାଡି କିମ୍ବା  ନିଜଘରୁ ଗାଁ କିମ୍ବା ସାହିରୁ ଅଥବା କୌଣସି ଦୋକାନରୁ କିଣି ସରକାରୀ ଦଣ୍ଡକୁ ମନେ କରି ଏହି ଅଭାବୀ ସମସ୍ୟା ଦୂର କରିବାରେ ସେମାନେ ବ୍ୟସ୍ତ ରହିବା ସ୍ୱ୍ାଭାବିକ । ସେହିଭଳି ବଜାରରେ ଅଣ୍ଡା ଗୋଟିକ ୬ ରୁ ୭ଟଙ୍କା ଦରରେ ମିଳୁଥିବାବେଳେ ସପ୍ତାହକୁ ଦୁଇଥର ପ୍ରାଥମିକ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ମୁଣ୍ଡ ପିଛା ଜାଳେଣୀ ଖର୍ଚ୍ଚ ଓ ରାସନ ବାବଦରେ ଜଣ ପ୍ରତି ଦୈନିକ ଟ୫.୯୨ ପଇସା  ମିଳେ ।  ତେଣୁ ଉତ୍ତମ ତଥା ସୁଷମ ଖାଦ୍ୟ ପରିବେଷଣରେ ବାଧା ନିଶ୍ଚିତ  । ଏଥିପ୍ରତି ଶିକ୍ଷା ବିଭାଗ ଓ ରାଜ୍ୟ ସରକାରଙ୍କ ନିଘା ନାହିଁ କିମ୍ବା ତ୍ରୁଟି କରୁଥିବା ବ୍ୟକ୍ତିଙ୍କୁ ଦଣ୍ଡ ନାହିଁ । ସବୁ ଦୋଷ ସେଇ ଶିକ୍ଷକମାନଙ୍କୁ ଦେଇ ଉପରିସ୍ଥ ଅଧିକାରୀ ଚୁପ୍ ମାରି ବସନ୍ତି । ଅଭିଭାବକ,ଜନସାଧାରଣଙ୍କ ଏ ବାବଦରେ ହସ୍ତକ୍ଷେପ କରିବା ଉଚିତ୍ ବୋଲି ଶିକ୍ଷକ ସଙ୍ଗଠନ ଗୁଡିକ ମତ ରଖନ୍ତି ।