ବୈଶିଙ୍ଗାରେ ବ୍ଲକ୍ ସ୍ଥାପନ ଦାବି
ବୈଶିଙ୍ଗା: ଭାରତ ସ୍ୱାଧୀନ ହେବା ପର ଠାରୁ ୨୦୦୯ ମସିହା ପର୍ଯ୍ୟନ୍ତ ବୈଶିଙ୍ଗା ବିଧାନକ୍ଷେତ୍ର ଭାବେ ମାନ୍ୟତା ପାଇଥିଲା । ସାମୂହିକ ସ୍ୱାର୍ଥକୁ ଦୃଷ୍ଟିରେ ରଖି କେହି ବି ନେତା ବୈଶିଙ୍ଗାକୁ ବ୍ଲକର ମାନ୍ୟତା ମିଳୁ ବୋଲି ନିଜ ତରଫରୁ ଦାବି ଉଠାଇବା ସହିତ ସରକାରଙ୍କ ଉପରେ ·ପ ସୃଷ୍ଟି କରି ପାରି ନାହାନ୍ତି । ସବୁଠୁଁ ରୋଚକ କଥା ହେଉଛି ସ୍ୱାଧୀନତା ପରେ ବ୍ଲକ ଗଠନ ପ୍ରକ୍ରିୟାରେ ବୈଶିଙ୍ଗା ନିର୍ବାଚନ ମଣ୍ଡଳୀରେ ବ୍ଲକ କାର୍ଯ୍ୟାଳୟ ପାଇଁ ସିଦ୍ଧାନ୍ତ ନିଆଯାଇଥିଲ । ମାତ୍ର ତକ୍ରାଳୀନ ଜମିଦାରଙ୍କ ପାଇଁ ଏହା ସମ୍ଭବ ହୋଇପାରି ନ ଥିଲା । ବୁଦ୍ଧିଜୀବୀ, ଛାତ୍ରନେତା ତଥା ରାଜନୈତିକ ନେତୃବୃନ୍ଦ ଏକ ବ୍ଲକ କ୍ରିୟାନୁଷ୍ଠାନ କମିଟି ଗଠନ କରି ସରକାରଙ୍କୁ ଦାବିପତ୍ର ଦେବା ସହିତ ବହୁ ଦିନ ଧରି ଆନେ୍ଦାଳନ ଚଳାଇ ଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାହା ପୂରଣ ହୋଇପାରିଲା ନାହିଁ । ବୈଶିଙ୍ଗାକୁ କେନ୍ଦ୍ରକରି ୧୭ଟି ପଞ୍ଚାୟତକୁ ନେଇ ୩୬ ଓ ୩୭ ନମ୍ବର ଜିଲ୍ଲାପରିଷଦ ଗଠିତ ହୋଇଥିବା ବେଳେ ବେତନଟୀ ଅଧିନରେ ୩୫ନଂ ଜିଲ୍ଲା ପରିଷଦରେ ବେତନଟୀ, ସଠିଲୋ, ଦହିକୋଟୀ, ମୁକ୍ତାପୁର ଆଗ୍ରିଆ,ଏସ୍ଏସ୍ ନହଣ୍ଡାଶୋଳ, ପୁରିନ୍ଦା ଆଦି ୭ଟି ପଞ୍ଚାୟତ ରହିଛି । ୩୭ନଂ ଜୋନର ପଞ୍ଚାୟତବାସୀଙ୍କୁ ବ୍ଲକ କାର୍ଯ୍ୟାଳୟକୁ ଯିବା ପାଇଁ ୨୮/୩୦କିମି ରାସ୍ତା ଯିବାକୁ ପଡୁଛି । ଯେକୌଣସି ସରକାରୀ ଯୋଜନା ପାଇଁ ଗଲେ ପୁରା ଦିନ ବିତିଯାଉଛ । ଯଦି ଏଠାରେ ବ୍ଲକ୍ ସ୍ଥାପନ ହୁଏ ତେବେ ବୈଶିଙ୍ଗାକୁ କେନ୍ଦ୍ର କରି ରହିଥିବା ୧୭ଟି ପଞ୍ଚାୟତ ସହିତ ବୈଶିଙ୍ଗା ଥାନା ଅଧୀନରେ ଥିବା ଆଉ ୬ ପଞ୍ଚାୟତ ମଧ୍ୟ ଉପକୃତ ହୋଇପାରନ୍ତେ । ଏଥି ସହିତ ବାଲେଶ୍ୱର ଜିଲ୍ଲାର ରେମୁଣା ବ୍ଳକ୍ ଓ ନିଳଗିରି ନିର୍ବାଚନ ମଣ୍ଡଳୀର କେତେକ ପଞ୍ଚାୟତ ବୈଶିଙ୍ଗା ବ୍ଲକ ସହିତ ସାମିଲ ହୋଇପାରିବେ । କେନ୍ଦ୍ର ଓ ରାଜ୍ୟ ସରକାର ଏଥିପ୍ରତି ତୁରନ୍ତ ଧ୍ୟାନ ଦେବାକୁ ସାଧାରଣରେ ଦାବି ହୋଇଛି । ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ବୈଶିଙ୍ଗାକୁ ବ୍ଲକ ଘୋଷଣା କରିବା ପାଇଁ ଯେଉଁ ନେତା ଲିଖିତ ପ୍ରତିଶୃତି ଦେଇ ପାରିବେ ଦଳ ବର୍ଣ୍ଣ ନିର୍ବଶେଷରେ ତାଙ୍କୁ ହିଁ ଭୋଟ ଜନତା ଦେବେ । ଏଥିପାଇଁ ବ୍ଲକ୍ କ୍ରୀୟାନୁଷ୍ଠାନ କମିଟି ତରଫରୁ ଖୁବ୍ ଶୀଘ୍ର ଏକ ସର୍ବଦଳୀୟ ରାଜନୈତିକ ବୈଠକ ଡକାଯାଇ ଏହାର ସିଦ୍ଧାନ୍ତ ନିଆଯିବ ବୋଲି କମିଟି ପକ୍ଷରୁ ପ୍ରକାଶ କରାଯାଇଛି ।