ନୀତା ନୃତ୍ୟାଙ୍ଗନାର ସଙ୍ଗମ ମହୋତ୍ସବ

 ଢେଙ୍କାନାଳ: ଢେଙ୍କାନାଳର ଅଗ୍ରଣୀ ନୃତ୍ୟ ସଙ୍ଗୀତ ଅନୁଷ୍ଠାନ ନୀତା ନୃତ୍ୟାଙ୍ଗନାର ୩ୟ ସଙ୍ଗମ ମହୋତ୍ସବ ସ୍ଥାନୀୟ ଜିଲ୍ଲା ପରିଷଦ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ନିଦେ୍ର୍ଦଶକ ଶିଳ୍ପୀ ପରେଶ ଚନ୍ଦ୍ର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବର ପ୍ରଥମ ପର୍ଯ୍ୟାୟରେ  ସ୍ଥାନୀୟ ବାଜି ଚୌକ ଛକ ସ୍ଥିତ ବାଜି ରାଉତଙ୍କ ପ୍ରତିମୂର୍ତ୍ତି ପାଖରୁ ଷ୍ଟାଡିୟମ୍ ଛକ ପର୍ଯ୍ୟନ୍ତ ଏକ ସାଂସ୍କୃତିକ ଶୋଭାଯାତ୍ରା ଆସି ପୁରୁଣା ଜିଲ୍ଲା ପରିଷଦ ଠାରେ ପହଞ୍ଚôଥିଲା । ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ବରିଷ୍ଠ ଆଇନ୍ଜୀବୀ ଦୀପକ ପ୍ରସାଦ ପଟ୍ଟନାୟକ, ସଙ୍ଗୀତ ଗୁରୁ ଯାମିନୀ ରଂଜନ ଦାସ, କଳାକାର ସଂଘର ଉପସଭାପତି ଅବନୀ କୁମାର ମିଶ୍ର, ନୃତ୍ୟଗୁରୁ ସବିତା ଧୀର ପ୍ରମୁଖ ଅତିଥି ଭାବେ ଯୋଗ ଦେଇ  ପାରମ୍ପରିକ ଭାବେ ତ୍ରିଦିବସୀୟ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ ।
 ସନ୍ଧ୍ୟା ଉତ୍ସବରେ ପୌରପରିଷଦର ଅଧ୍ୟକ୍ଷା ଜୟନ୍ତୀ ପାତ୍ର, ସମାଜସେବୀ ଡାକ୍ତର ଶାନ୍ତି ଭୂଷଣ ପଣ୍ଡା, ସମାଜସେବୀ ତଥା ପୂର୍ବତନ ରାଜ୍ୟ ସମବାୟ ବ୍ୟାଙ୍କ ସଭାପତି ଅକ୍ଷୟ କୁମାର ମହାନ୍ତି, ଡା.ରଜନୀକାନ୍ତ ତରାଇ ପ୍ରମୁଖ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦାନ କରି  ଅନୁଷ୍ଠାନର ଦୀର୍ଘ ଜୀବନ କାମନା କରିବା ସହ ଗୁରୁ ଆଶିଷ କୁମାର ପାଲଙ୍କର ଏହି ଚେଷ୍ଟାକୁ ପ୍ରଶଂସା କରିଥିଲେ । ଏହି ଅବସରରେ ଅନୁଷ୍ଠାନର ମୁଖପତ୍ର ସଙ୍ଗମକୁ ଅତିଥିମାନେ ଉନ୍ମୋଚନ କରିଥିଲେ । ଏଥିସହିତ ସୁଶ୍ରୀ ସ୍ୱୟଂଶ୍ରୀ ମିଶ୍ରଙ୍କୁ ନୃତ୍ୟ ଓ ସୁଶ୍ରୀ ଆଦିତ୍ରୀ କ୍ରିଷ୍ଣାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।  ଅନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କ ସହ କଟକ, ଭୁବନେଶ୍ୱର, ସମ୍ବଲପୁର, ବଲାଙ୍ଗିର, ନରସିଂହପୁର, ଆଠଗଡ, କାମାକ୍ଷାନଗର ଓ ଯୋରନ୍ଦା ଆଦି ସ୍ଥାନରୁ ଆସିଥିବା ପିଲାମାନେ ତିନିଦନ ଧରି ନୃତ୍ୟ ସଙ୍ଗୀତ ମାଧ୍ୟମରେ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରି ଦେଇଥିଲେ । ସମସ୍ତ ପ୍ରତିଯୋଗୀମାନଙ୍କୁ ଟ୍ରଫି ସହ ସାର୍ଟିଫିକେଟ୍ ପ୍ରଦାନ କରାଯାଇବେଳେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପିଲାମାନଙ୍କୁ ସ୍ୱତନ୍ତ୍ର ଭାବେ ପୁରସ୍କୃତ କରାଯାଇଥିଲା । ତ୍ରିଦିବସୀୟ କାର୍ଯ୍ୟକ୍ରମରେ ସମାଜସେବା ପାଇଁ ସ୍ଥାନୀୟ ବଜରଙ୍ଗ କ୍ଲବ ଓ ଯୁବ ସମାଜସେବୀ ସନ୍ତୋଷ କୁମାର ସେଠୀଙ୍କୁ ସେବା ସମ୍ମାନ ସହ ଅନୁଗୁଳର ବିଶିଷ୍ଟ ଓଡିଶୀ ନୃତ୍ୟଶିଳ୍ପୀ ଗୁରୁ ଅନିତା ରାଜଗୁରୁଙ୍କୁ ନୀତା ନୃତ୍ୟାଙ୍ଗନା କଳା ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏଥିସହ ବିଚାରକ ଭାବରେ ଆସିଥିବା ସନ୍ତୋଷ କୁମାର ଦାସ, ଜିତେନ୍ଦ୍ର ଷେଣ୍ଢ, ଅର୍ପିତା ମିଶ୍ର, ଉଷାରାଣୀ ଦାସ, ସୁମିତ୍ରା ରାୟ ପଟ୍ଟନାୟକ, ରାଜେନ୍ଦ୍ର ଶତୃଶଲ୍ୟ, ରାକେଶ କୁମାର ନାୟକ, ଚିତରଞ୍ଜନ ସାମନ୍ତରାୟ, ସଞ୍ଜୟ ସ୍ୱାଇଁ, ପ୍ରିୟଙ୍କା ରାୟ, ଅଭିନବ ବରାଳ, ବିଜୟ କୁମାର ସ୍ୱାଇଁ, ସୌରଭ ରାୟ, ସୌମ୍ୟରଞ୍ଜନ ନାୟକ ପ୍ରମୁଖ ବିଚାରକମାନଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷ ଦିବସରେ ଭାରତ ବର୍ଷର ବିଶିଷ୍ଟ ତବଲା ବାଦକ ଗୁରୁ  ଜାକିର୍ ହୁସେନ୍ଙ୍କ ଦେହାନ୍ତରେ ଦୁଇମିନିଟ୍ ନୀରବ ପ୍ରାର୍ଥନା କରାଯାଇ ଶୋକବ୍ୟକ୍ତ କରାଯାଇଥିଲା । ତୃତୀୟ ଦିବସରେ ସମାଜସେବୀ ରାମଚନ୍ଦ୍ର ବେହେରା, ନୃତ୍ୟଗୁରୁ ଅନିତା ରାଜଗୁରୁ, ଗୁରୁ ଚିତରଞ୍ଜନ ସାମନ୍ତରାୟ, ଉପଦେଷ୍ଟା ଦୀପକ ପ୍ରସାଦ ପଟ୍ଟନାୟକ, ନିଦେ୍ଦଶକ ଶିଳ୍ପୀ ପରେଶ ଚନ୍ଦ୍ର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମକୁ ଉଦ୍ୟାପିତ କରାଯାଇଥିଲା । ବିଜ୍ଞାନ ମହାନ୍ତି ସ୍ୱାଗତ ଭାଷଣ ଦେଇଥିବାବେଳେ ଏହି କାର୍ଯ୍ୟକ୍ରମକୁ ପର୍ଯ୍ୟାୟ କ୍ରମେ  ସୁଶାନ୍ତ ପାଣି ଓ ସନ୍ଧ୍ୟାରାଣୀ କାଣ୍ଡି  ତିନିଦିନ ବ୍ୟାପୀ ସଂଯୋଜନା କରିଥିଲେ । ଅନୁଷ୍ଠାନର ସଂପାଦକ ଗୁରୁ ଆଶିଷ କୁମାର ପାଲ୍ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସଭ୍ୟ ଅଜିତ୍ ପାଲ୍, ସାଗରିକା ଶତପଥୀ, ବନଜା ମାନ୍ସିଂ, ଅମିତ୍ ପାଲ୍, ସାଇ ଶୁଭମ୍ ଏବଂ ଅନୁଷ୍ଠାନର କୁନି କୁନି କଳାକାରଙ୍କ ଅଭିଭାବକମାନଙ୍କର ସାହାଯ୍ୟ ଓ ସହଯୋଗ ନେଇ ଏହି କାର୍ଯ୍ୟକ୍ରମ ସଫଳ ହୋଇଥିଲା ।