ସମ୍ବିତଙ୍କ ବିରୁଦ୍ଧରେ କଂଗ୍ରେସର ମାମଲା

ସମ୍ବିତଙ୍କ ବିରୁଦ୍ଧରେ କଂଗ୍ରେସର ମାମଲା

 ଢେଙ୍କାନାଳ  : ଢେଙ୍କାନାଳ ଜିଲ୍ଲା କଂଗ୍ରେସ ସଭାପତି ସୁନୀଲ ଦାଶଙ୍କ ନେତୃତ୍ୱରେ ଟାଉନ୍ ଥାନାରେ ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ ଧାରାରେ ଏଫ୍ଆଇଆର ରୁଜୁ କରାଯାଇ ପୁରୀ ସାଂସଦ ସମ୍ବିତ ପାତ୍ରଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି । ସେମାନେ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି ଯେ, ପୁରୀ ସାଂସଦ ସମ୍ବିତ ପାତ୍ର ଗତ ୪ ଜୁନ୍ ଦିନ ପିପିଲି ନିକଟସ୍ଥ ଦାଣ୍ଡ ମୁକୁନ୍ଦପୁର ଠାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବା ସମୟରେ ନିଜର ପଦ ମର୍ଯ୍ୟାଦା ଭୁଲିଯାଇ ଲୋକସଭାର ବିରୋଧୀ ଦଳର ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଓ ତାଙ୍କ ପରିବାର ବିରୁଦ୍ଧରେ ବିଭିନ୍ନ ବିଭ୍ରାନ୍ତିକର ମନ୍ତବ୍ୟ ଦେଇଥିଲେ । ରାହୁଲ କୁଆଡେ ଜଣେ ଦେଶଦ୍ରୋହୀ ଏବଂ ସେ ପାକିସ୍ତାନ ଏବଂ ଚୀନ ଠାରୁ ଟଙ୍କା ପାଉଛନ୍ତି ବୋଲି ସମ୍ବିତ ପାତ୍ର କହିଥିଲେ । ଏପରି ଅଶୋଭନୀୟ ବ୍ୟବହାରକୁ ଦେଶରେ ଏବଂ ଓଡ଼ିଶାରେ କଂଗ୍ରେସ ତରଫରୁ ତୀବ୍ର ସମାଲୋଚନା କରାଯାଇଛି । ମିଡିଆରେ ପ୍ରଚାରିତ ସମ୍ବିତଙ୍କ ଭାଷଣକୁ ବନ୍ଦ କରାନଗଲେ ଜନ ଅସନ୍ତୋଷ ସୃଷ୍ଟି ହେବାର ସମ୍ଭାବନାକୁ ଏଡାଇ ଦିଆ ଯାଇ ନପାରେ, ତେଣୁ ପୋଲିସ ତ୍ୱରିତ କାର୍ଯାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ ବୋଲି କଂଗ୍ରେସ ତରଫରୁ ଚେତାବନୀ ଦିଆଯାଇଛି । କାର୍ଯ୍ୟକ୍ରମରେ ସଭାପତି ସୁନୀଲ ଦାଶଙ୍କ ସହିତ ପିସିସି ସମ୍ପାଦିକା ଶିଳ୍ପୀଶ୍ରୀ ହରିଚନ୍ଦନ, ପୂର୍ବତନ ଏଆଇସିସି ସଦସ୍ୟା ସମସୀଦା ତାଏବ,  ନେତା ଡାକ୍ତର ତୁଷାର କାନ୍ତି ନାୟକ, ବେଣୁଧର ସାହୁ, ବୀପ୍ରବର ସାହୁ, ବିନୟ ସାହୁ , ନିଶାକର ସାହୁ , ଜାବୀର ବକ୍ସ, ବିଜୟ ସ୍ୱାଇଁ , ଫକୀର ବେହେରା, ବନମାଳି ଦାସ, ମାନସ ତ୍ରିପାଥୀ, ସଂଗ୍ରାମ କିଶୋର ଦାସ, ପ୍ରଭାକର ରାଉତ, ନିରଞ୍ଜନ ଦାସ, ପ୍ରିୟବ୍ରତ ସାସମଲ, ବିଶ୍ୱଭୂଷଣ ନାୟକ, ବିବେକାନନ୍ଦ ବେହେରା, ବିକାଶ କୁମାର ସ୍ୱାଇଁ, ତୃପ୍ତିମୟ ମିଶ୍ର, କୃଷ୍ଣକାନ୍ତ ସାହୁ, ହାପି କୁମାର ସାହୁ ଏଫ୍ଆଇଆର ପ୍ରଦାନ କରିଥିଲେ ।