ଲାଇଫ୍ ଚେଞ୍ଜିଙ୍ଗ ସେମିନାର
କେନ୍ଦୁଝର : କେନ୍ଦୁଝର ସିଟିଜି ଫାଉଣ୍ଡେସନ ଦ୍ୱାରା ପ୍ରତିଷ୍ଠିତ କେନ୍ଦୁଝର ୟୁଜି (+୩ କଳା, ବିଜ୍ଞାନ, ବାଣିଜ୍ୟ, କମ୍ପୁ୍ୟଟର ସାଇନ୍ସ) ଏବଂ ପିଜି ପିଲାମାନଙ୍କ ପାଇଁ ଚେୟାରମ୍ୟାନ ଡ. ରାଜେନ୍ଦ୍ର ପଲେଇଙ୍କ ତତ୍ତ୍ୱାବଧାନରେ ଏକ ଲାଇଫ୍ ଚେଞ୍ଜିଙ୍ଗ ସେମିନାର ଅନୁଷ୍ଠିତ ହୋଇଯାଇଛି । ପ୍ରଫେସନାଲ କୋର୍ସର ଡାଇରେକ୍ଟର ସୁଶ୍ରୀ ନିକିତା ପଲେଇ ସ୍ୱାଗତ ଭାଷଣ ଦେବା ସହିତ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ । ପ୍ରିନ୍ସିପାଲ୍ ମାନସ ରଞ୍ଜନ ମହାପାତ୍ର ସେମିନାରର ଉଦେ୍ଦଶ୍ୟ, ଲକ୍ଷ୍ୟ ଓ ଧାରଣା ବିଷୟରେ ଅବଗତ କରାଇଥିଲେ । ଅତିଥି ଆଇସିଆଇସିଆଇ ଲୋମ୍ବାର୍ଡ ଚିଫ୍ ମ୍ୟାନେଜର ଶ୍ୟାମସୁନ୍ଦର ବେହେରା ପିଲାଙ୍କୁ ଉଦ୍ବୋଧନ ଦେଇ ଜୀବନର ଲମ୍ବା ରାସ୍ତାରେ ବହୁ ଘାତ ପ୍ରତିଘାତ ଆସିଥାଏ, ଦୃଢ଼ ମନୋବଳ ଏବଂ ଆତ୍ମବିଶ୍ୱାସ ସହିତ ଆଗକୁ ବଢିଲେ ନିଶ୍ଚିତ ଭାବେ ଜଣେ ସଫଳ ମଣିଷ ହୋଇ ଭବିଷ୍ୟତ ଉଜ୍ୱଳମୟ କରିପାରିବ ବୋଲି କହିଥିଲେ । ଅନ୍ୟତମ ଅତିଥି ରୋଟାରିୟାନ୍ ଅମୀୟ ବେହେରା ଇଣ୍ଟରାକ୍ସନ୍ ମାଧ୍ୟମରେ ପିଲାଙ୍କ ଅନେକ ପ୍ରଶ୍ନର ସଠିକ୍ ଉତ୍ତର ଦେଇଥିଲେ । ଅନ୍ୟତମ ଅତିଥି ଲାଇଫ୍ ଚେଞ୍ଜିଙ୍ଗ୍ ସିନିୟର ଏଚ୍ଓଡି ସୋସିଓଲୋଜି ଡିପାର୍ଟମେଣ୍ଟ ପ୍ରୀତିଛନ୍ଦା ଦ୍ୱିବେଦୀ, ଉପସ୍ଥିତ ଥିଲେ । କଲେଜ ପ୍ରତିଷ୍ଠାତା ଶ୍ରୀ ପଲେଇ ଛାତ୍ରଛାତ୍ରୀଙ୍କୁ ପ୍ଲେସମେଣ୍ଟର ସୁଯୋଗ ଯୋଗାଇ ଦିଆଯିବା କହିଛନ୍ତି । ଶେଷରେ ଦେବଜାନୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।