ତହସିଲଦାରଙ୍କୁ ବିଦାୟ ସମ୍ବର୍ଦ୍ଧନା

ଭଣ୍ଡାରିପୋଖରୀ: ଭଣ୍ଡାରିପୋଖରୀ ତହସିଲଦାର ସରୋଜକାନ୍ତ ନାୟକ ଶୁକ୍ରବାର ରିଲିଭ ହୋଇଯାଇଛନ୍ତି । ଅତିରିକ୍ତ ତହସିଲଦାର ବିକ୍ରମ ମଲ୍ଲିକଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିବା ଜଣାଯାଇଛି । ଏହି ଅବସରରେ ତହସିଲ କର୍ମଚାରୀମାନଙ୍କ ପକ୍ଷରୁ ଶ୍ରୀ ନାୟକଙ୍କୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ତହସିଲ ମୁଖ୍ୟ ସହାୟକ ଖଗେନ୍ଦ୍ର ମଢ଼େଇ, ପୂର୍ବତନ ମୁଖ୍ୟ ସହାୟତ, ମହିରାଜ ଅଲ୍ଲି ଖାଁ, ସୁପରଭାଇଜର ମୃତୁ୍ୟଞ୍ଜୟ ନାୟକ, ସତ୍ୟରଞ୍ଜନ ମଲ୍ଲିକ ପ୍ରମୁଖ ବିଦାୟୀ ତହସିଲଦାରଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ବିଦାୟକ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଫେବୃୟାରୀ ମାସ ୧୫ ତାରିଖରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକାଶିତ ବଦଳି ଆଦେଶ ଅନୁଯାୟୀ ଶ୍ରୀ ନାୟକଙ୍କୁ କେନ୍ଦ୍ରପଡା ଜିଲ୍ଲା ଡେରାବିଶ ତହସିଲଦାର ଭାବେ ବଦଳି କରାଯାଇଥିଲା । ଶ୍ରୀ ନାୟକ ୨୦୨୧ ମସିହା ସେପ୍ଟେମ୍ବର ୨୦ ତାରିଖରେ ଭଣ୍ଡାରିପୋଖରୀ ତହସିଲଦାର ଭାବେ ଯୋଗଦେଇଥିଲେ ।