ଧୀରେନ୍ଦ୍ର ମହାନ୍ତି ପ୍ରତିଭା ସମ୍ମାନ
ବନ୍ତ : କୌଶଲ୍ୟା ସରକାରୀ ୟୁପି ସ୍କୁଲର ଭାତୃ ପୂଜନ ଓ ଧୀରେନ୍ଦ୍ର ମହାନ୍ତି ପ୍ରତିଭା ସମ୍ମାନ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷକ ଅଶୋକ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶିକ୍ଷାବିତ୍ ବିଶ୍ୱନାଥ ଦୀକ୍ଷିତ, ମୁଖ୍ୟବକ୍ତା ପ୍ରାକ୍ତନ ଅତିରିକ୍ତ ଶିକ୍ଷାଅଧିକାରୀ ନିଗମାନନ୍ଦ ମିଶ୍ର, ସମ୍ମାନିତଅତିଥି ଶିକ୍ଷାବିତ୍ ସୋମନାଥ ସୂତାର, ପ୍ରଧାନଶିକ୍ଷକ ଶରତ ନାୟକ, ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ସନ୍ତୋଷ ମଲ୍ଲିକ, ପ୍ରାକ୍ତନ ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ସୁଧୀର ରାଉତ, ବାଲୁକେଶ୍ୱର ପ୍ରଧାନଶିକ୍ଷକ ଅନିରୁଦ୍ଧ ମଙ୍ଗଳ, ସମିତିସଭ୍ୟ କୁନି ମୁଣ୍ଡା, ପରିଚାଳନା କମିଟି ସଭାପତି ବିଜେନ୍ଦ୍ର ବେହୁରିଆ ଯୋଗଦେଇଥିଲେ । ଶିକ୍ଷକ ନରେନ୍ଦ୍ର ସାହୁ ଅତିଥି ପରିଚୟ ପ୍ରଦାନ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ, କଳା ଶିକ୍ଷକ ଅଶୋକ ପହି ଧନ୍ୟବାଦ ଅର୍ପଣ କରିଥିଲେ । ଦେବଦାସ ମହାନ୍ତିଙ୍କ ପିତା ସ୍ୱର୍ଗତ ଧୀରେନ୍ଦ୍ର ମହାନ୍ତି ସ୍ମୃତି ସାଂସଦ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ଧୀରେନ୍ଦ୍ର ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ମନୋରଞ୍ଜନ ମଲ୍ଲିକ, ସୁଦାମ ଚରଣ ଦାସ, ମନୋରମା ପାଢ଼ୀ, ପ୍ରକାଶ ଚନ୍ଦ୍ର ଜେନା, ଦେବବ୍ରତ ପାଢ଼ୀ, ଗଦାଧର ମହାପାତ୍ର, ଅକ୍ଷୟ ଦାସ, ସସ୍ମିତା ସାହୁ, ଅନୁପମା ବିଶ୍ୱାଳ, ପ୍ରିୟଙ୍କା ମଲ୍ଲିକ, ଜୟନ୍ତୀ ମଲ୍ଲିକ, ଗୌରୀରାଣୀ ବେହେରା, ଦେବେନ୍ଦ୍ର ଦେହୁରୀ, ସନ୍ତୋଷ ନାୟକ, ଅଲେଖ ଚରଣ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।