ସାଇନ ବୋର୍ଡ ଚୋରି କରିନେଲେ ଦୁର୍ବୃତ୍ତ
ାା ପ୍ରଭାନୁ୍ୟଜ୍ାା ବୈଶିଙ୍ଗା : ବେତନଟୀ ରେଞ୍ଜ ତଥା ବୈଶିଙ୍ଗା ବନପାଳ ସେକ୍ସନ ଅଧୀନ କଳମା ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଯାଇଥିବା ରାସ୍ତା ପାର୍ଶ୍ୱରେ ବନବିଭାଗ ଦ୍ୱାରା ଲଗାଯାଇଥିବା ଦୁଇ ଷ୍ଟିଲ ସାଇନ ବୋର୍ଡ କାଟି ଚୋରି କରିନେଲେ ଦୁର୍ବୃତ୍ତ  । ମିଳିଥିବା ସୂଚନା ମୁତାବକ କଳମା ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଥିବା ବାଲିଚିତିରୀ ଗ୍ରାମ ପାର୍ଶ୍ୱରେ ବେତନଟୀ ରେଞ୍ଜ ତରଫରୁ ଦୁଇଟି ବନୀକରଣ ପ୍ରକଳ୍ପ ଜରିଆରେ ହଜାର ହଜାର ସଂଖ୍ୟାରେ ବୃକ୍ଷ ରୋପଣ କରାଯାଇଥିଲା ।ଏହାର ସୂଚନା ପ୍ରଦାନ କରିବା ନିମନ୍ତେ  ଦୁଇଟି ଷ୍ଟିଲ ସାଇନ ବୋର୍ଡ ଲଗାଯାଇଥିଲା  । ଶନିବାର ବୈଶିଙ୍ଗା ବନରକ୍ଷୀ ବୃକ୍ଷ ରୋପଣ କରାଯାଇଥିବା ଜାଗାକୁ ପରିଦର୍ଶନରେ ଯାଇଥିବା ବେଳେ ଦୁଇଟି ସାଇନ ବୋର୍ଡ କାଟି ନେଇ ଯାଇଥିବାର ଦେଖିବାକୁ ପାଇଥିଲେ  । ଏନେଇ ପାଖ ଗ୍ରାମବାସୀ ମାନଙ୍କୁ ପଚରା ଉଚରା କରିବା ପରେ ସେମାନେ ଏନେଇ କିଛି ଜାଣିନଥିବା ପ୍ରକାଶ କରିଥିଲେ  । ଶନିବାର ସନ୍ଧ୍ୟା ସମୟରେ ବୈଶିଙ୍ଗା ବନରକ୍ଷୀ ଉତ୍ତମ କୁମାର ଦାସ, ବୈଶିଙ୍ଗା ବନପାଳ ଦାୟିତ୍ୱରେ ଥିବା ବେତନଟୀ ବନପାଳ ପ୍ରଶାନ୍ତ ସିଂ ସାମନ୍ତ  ବୈଶିଙ୍ଗା ଥାନାରେ ଏକ ଲିଖିତ ଅଭିଯୋଗ କରିଥିବା ଜଣାଯାଇଛି                         
 
 Rasmita Behera
                                    Rasmita Behera                                 
    
 
    
 
 
 
