ବାଇକ ଦୁର୍ଘଟଣାରେ ଯୁବସାମ୍ୱାଦିକ ଗୁରୁତର

 ବୈଶିଙ୍ଗା : ବୈଶିଙ୍ଗା-ମାଣତ୍ରୀ ରାସ୍ତାର ବଡାମ ଠାକୁରାଣୀ ନିକଟରେ ଏକ ବାଇକ ଦୁର୍ଘଟଣାରେ ଯୁବସାମ୍ୱାଦିକ ଓ ତାଙ୍କ ସମ୍ପର୍କୀୟ ସାନଭାଇ ଗୁରୁତର ଆହତ ହୋଇ କଟକର ଏକ ଘରୋଇ ଡାକ୍ତରଖାନାରେ ଚିକିସôାଧୀନ ହେଉଛନ୍ତି  । ଗୁରୁତର ଆହତ ହେଲେ ସ୍ଥାନୀୟ ପତୁକା ଶାସନ ଗ୍ରାମର ଏକ ଦୈନିକ ଖବର କାଗଜର ବୈଶିଙ୍ଗା ପ୍ରତିନିଧି ଅବିନାଶ ପଣ୍ଡା ଓ ୩ୟ ଶ୍ରେଣୀରେ ପଢ଼ୁଥିବା ତାଙ୍କ ମାମୁଁଙ୍କ ପୁଅ ଆଦିତ୍ୟ ଶେଖର ଦାଶ  । ସୂଚନା ଅନୁଯାଇ ଆଦିତ୍ୟ ମହୁରୀ ସ୍ଥିତ ସେଣ୍ଟ ଜାଭିୟାର୍ସ ପବ୍ଲିକ ସ୍କୁଲରେ ୩ୟ ଶ୍ରେଣୀରେ ପଢ଼ୁଥିବାବେଳେ ତାଙ୍କ ଭାଇ ଅବିନାଶ ତାଙ୍କୁ ପ୍ରତ୍ୟହ ସ୍କୁଟିରେ ନେବା ଆଣିବା କରନ୍ତି  । ଆଜି ମଧ୍ୟାହ୍ନରେ ସବୁଦିନ ପରି ସ୍କୁଲ ଛୁଟି ହେବା ପରେ ସେ ଆଦିତ୍ୟକୁ ନେଇ ଘରକୁ ଯିବା ରାସ୍ତାରେ ବୈଶିଙ୍ଗା -ମାଣତ୍ରୀ ରାସ୍ତାର ବଡାମ ଠାକୁରାଣୀ ନିକଟରେ ହଟାତ ତାଙ୍କ ମୁଣ୍ଡ ବୁଲାଇଦେବାରୁ ସ୍କୁଟି ଉପରୁ ନିଜର ଭାରସାମ୍ୟ ହରାଇ ଦେଇଥିଲେ ଓ ରାସ୍ତା ପାର୍ଶ୍ୱରେ ଥିବା ଏକ ଗଛରେ ଧକ୍କା ଖାଇଥିଲେ  । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ବୈଶିଙ୍ଗା ଡାକ୍ତରଖାନା ନେଇଯାଇଥିଲେ ଅବସ୍ଥା ଶଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ସ୍ଥିତ ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଛି  ।