ଭିନ୍ନକ୍ଷମ ସାମର୍ଥ୍ୟ ଶିବିରରେ ଅବବ୍ୟସ୍ଥାକୁ ନେଇ ଅସନ୍ତୋଷ

 ବୁଗୁଡା: ସ୍ଥାନୀୟ ପିପୁଲ୍ସ ହାଇସ୍କୁଲ ମିନି ଷ୍ଟାଡିୟମ ପରିସରରେ ବୁଗୁଡା ପଞ୍ଚାୟତ ସମିତି ତରଫରୁ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅଭିଯାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ ବିଡ଼ିଓ ଦୂତିକୃଷ୍ଣ ପାତ୍ର, ତହସିଲଦାର ତାପସ ରାଉତ, କେ.ନୀଳମାଧବ ଆଚାରୀ, ବିଏସ୍ଏସ୍ଓ ଗୋପିତା ଦାସ, ନୃସିଂହ ଚରଣ ଦାଶ ପ୍ରମୁଖ ଯୋଗ ଦେଇ ଅଞ୍ଚଳର ଭିନ୍ନକ୍ଷମ ବ୍ୟକ୍ତିମାନେ କିଭଳି ସରକାରୀ ସୁବିଧା ହାସଲ କରିପାରିବେ ସେନେଇ ଆଲୋକପାତ କରିଥିଲେ । ଏ ଅବସରରେ ୩୯୫ ଜଣ ବ୍ୟକ୍ତି ନାମ ପଞ୍ଜୀକରଣ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୪୩ ଜଣଙ୍କର ପରୀକ୍ଷା କରାଯିବା ସହ ୭୩ ଜଣଙ୍କୁ ସହାୟକ ଉପକରଣ ପ୍ରଦାନ ନିମନ୍ତେ ଚିହ୍ନଟ କରାଯାଇଥିଲା । ଆୟୋଜିତ ଶିବିର ସ୍ଥଳରେ ଭିନ୍ନକ୍ଷମଙ୍କ ପଞ୍ଜୀକରଣ ପାଇଁ ୧୬ଟି କେନ୍ଦ୍ର ଖୋଲାଯାଇ ବିଭିନ୍ନ ପ୍ରକାର ସହାୟତା ଯୋଗାଣ ପାଇଁ ଅନେକ ବ୍ୟବସ୍ଥା ହୋଇଥିଲେ ହେଁ ସ୍ଥାନର ସଙ୍କୀର୍ଣ୍ଣତା ସହ ଲୋକଙ୍କ ଭିଡ ଯୋଗୁଁ ଅସ୍ୱଭାବିକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଅନ୍ୟପକ୍ଷରେ ମଧ୍ୟାହ୍ନରେ ଆସି ଅପରାହ୍ନରେ ଭୋଜନ କରିବାକୁ ଯାଇ ଡାକ୍ତର ଆଉ ଫେରିନଥିବା ବେଳେ ଅପେକ୍ଷାରତ ଭିନ୍ନକ୍ଷମମାନେ ନିରାଶ ହୋଇ ଅସନ୍ତୋଷ ପ୍ରକାଶ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ପରିଚାଳନାରେ ଅଞ୍ଚଳର ଜନପ୍ରତିନିଧି ଏବଂ ବ୍ଲକ କର୍ମଚାରୀମାନେ ସହଯୋଗ କରିଥିଲେ ।