ଟିପିଏସ୍ଓଡିଏଲ୍ ପକ୍ଷରୁ କର୍ପୋରେଟ କାର୍ଯ୍ୟାଳୟରେ ସୋଲାର ପ୍ଲାଣ୍ଟ କାର୍ଯ୍ୟକ୍ଷମ

ବ୍ରହ୍ମପୁର: ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବୁ୍ୟସନ୍ ଲିମିଟେଡ(ଟିପିଏସ୍ଓଡିଏଲ୍) ପରିବେଶ ଅନୁକୂଳ ଜୀବନ ଶୈଳୀ ଓ ସବୁଜ ଶକ୍ତିକୁ ପ୍ରୋସôାହିତ କରିବା ପାଇଁ କମ୍ପାନୀ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି  । କମ୍ପାନୀ ପକ୍ଷରୁ ବ୍ରହ୍ମପୁର ସ୍ଥିତ କର୍ପୋରେଟ କାର୍ଯ୍ୟାଳୟରେ ୧୦୦ କିଲୋୱାଟ କ୍ଷମତା ବିଶିଷ୍ଟ ସୋଲାର ପ୍ଲାଣ୍ଟ ସ୍ଥାପନ କରାଯାଇଛି । ପ୍ଲାଣ୍ଟର ୪୮.୯ କିଲୋୱାଟ ସଫଳତାର ସହ କାର୍ଯ୍ୟକ୍ଷମ ହୋଇଛି । ଟିପିଏସ୍ଓଡିଏଲର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅମିତ କୁମାର ଗର୍ଗ ସୋଲାର ପ୍ଲାଣ୍ଟର ଶୁଭାରମ୍ଭ କରିବା ସହ ନିରନ୍ତର ବିକାଶର ସଂସ୍କୃତିକୁ ବଜାୟ ରଖିବା ଦିଗରେ କମ୍ପାନୀର ପ୍ରତିବଦ୍ଧତାକୁ ଦୋହରାଇଥିଲେ । ଏହି କାର୍ଯ୍ୟକ୍ରମରେ କମ୍ପାନୀର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ । କାର୍ଯ୍ୟକ୍ଷମ ହୋଇଥିବା ୪୮.୯ କିଲୋୱାଟ ପ୍ଲାଣ୍ଟ ମାସିକ ପ୍ରାୟ ୭,୫୦୦ ୟୁନିଟ୍ ବିଦୁ୍ୟତ୍ ଉତ୍ପାଦନ କରିବ । ଏହି ପଦକ୍ଷେପ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ କରିବାରେ ସହାୟକ ହେବ । ଏହି ୧୦୦ କିଲୋୱାଟର ସୋଲାର ପ୍ଲାଣ୍ଟ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକ୍ଷମ ହେବା ପରେ ମାସିକ ପ୍ରାୟ ୧୫,୦୦୦ ୟୁନିଟ୍ ବିଦୁ୍ୟତ ଉତ୍ପାଦନ କରିବ । ଏହି ପ୍ଲାଣ୍ଟ ଦ୍ୱାରା କର୍ପୋରେଟ କାର୍ଯ୍ୟାଳୟର ଚାହିଦା ପୂରଣ ହେବା ସହ ବଳକା ବିଜୁଳି ମଧ୍ୟ ଉତ୍ପାଦନ ହେବ । ଆଗାମୀ ୨୫ ବର୍ଷ ମଧ୍ୟରେ ଏହା ଦ୍ୱାରା ପ୍ରାୟ ୨,୮୦୦ ଟନ୍ ଅଙ୍ଗାରକାମ୍ଳ ନିର୍ଗମନକୁ ରୋକାଯାଇପାରିବ । ଏହି ପଦକ୍ଷେପ ସ୍ଥାୟୀ ଶକ୍ତି ଅଭ୍ୟାସ ଦିଗରେ ଟିପିଏସ୍ଓଡିଏଲର ପ୍ରତିବଦ୍ଧତାକୁ ଦର୍ଶାଉଛି ।
ଟିପିଏସ୍ଓଡିଏଲର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅମିତ କୁମାର ଗର୍ଗ କହିଛନ୍ତି, ଆମର କାର୍ବନ ଫୁଟପ୍ରିଣ୍ଟକୁ ହ୍ରାସ କରିବା ଏବଂ ସବୁଜ ଶକ୍ତିକୁ ପ୍ରୋସôାହିତ କରିବା ପାଇଁ ଚାଲିଥିବା ପ୍ରୟାସରେ ଏହି ସୋଲାର ପ୍ୟାନେଲ ସ୍ଥାପନ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଅଟେ । ସୌର ଶକ୍ତି ଗ୍ରହଣ କରି ଆମେ କମ୍ପାନୀର ଅପରେସନାଲ୍ ଖର୍ଚ୍ଚ ହ୍ରାସ କରିବା ସହିତ ଦକ୍ଷିଣ ଓଡ଼ିଶାରେ ସ୍ଥାୟୀ ବିକାଶ ପାଇଁ ବାଟ ଦେଖାଇଛୁ । ଏହି ଦୃଷ୍ଟାନ୍ତମୂଳକ ପଦକ୍ଷେପ ଦ୍ୱାରା ଟିପିଏସ୍ଓଡିଏଲ୍ ସ୍ଥାନୀୟ ଅଞ୍ଚଳରେ ସ୍ଥାୟୀ ଅଭ୍ୟାସ ପାଇଁ ଏକ ଉକôୃଷ୍ଟ ମାନଦଣ୍ଡ ସ୍ଥିର କରିଛି ।